ଅଷ୍ଟ୍ରେଲିଆରେ ‘ଜିରୋ’ ଦେଖିଲେ ବିରାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

ଅଷ୍ଟ୍ରେଲିଆରେ ‘ଜିରୋ’ ଦେଖିଲେ ବିରାଟ

virat2

ନୂଆଦିଲ୍ଲୀ: ଶାହାରୁଖ ଖାନ୍ ଓ ଅନୁଷ୍କା ଶର୍ମା ଅଭିନୀତ ଫିଲ୍ମ ‘ଜିରୋ’ ଗତକାଲି ରିଲିଜ୍ ହୋଇଛି। ଖବର ମିଳିଛି ଯେ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଅନୁଷ୍କାଙ୍କ ସ୍ୱାମୀ ତଥା ଭାରତୀୟ କ୍ରିକେଟ୍ ଟିମ୍‌ର ଅଧିନାୟକ ବିରାଟ କୋହଲି ଗତକାଲି ‘ଜିରୋ’ ଦେଖିବାକୁ ଯାଇଥିଲେ। ଏକ ଭିଡିଓ ସୋଶାଲ୍ ମିଡିଆରେ ପୋଷ୍ଟ୍ ହେବା ପରେ ଏମିତି କଥା କୁହାଯାଉଛି। ଅନୁଷ୍କା ଶର୍ମାଙ୍କ ଫ୍ୟାନ୍‌ମାନେ ଏହି ଭିଡିଓକୁ ଶେୟାର କରିଛନ୍ତି।

ଏହି ଭିଡିଓରେ ବିରାଟ କୋହଲି ଏକ ମଲ୍‌ରୁ ବାହାରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓର କ୍ୟାପ୍‌ସନ୍‌ରେ ଲେଖାଯାଇଛି ଯେ, ମେଲବର୍ଣ୍ଣରେ ବିରାଟ କୋହଲି ‘ଜୀରୋ’ ଦେଖିବା ପରେ ମଲ୍‌ରୁ ବାହାରୁଛନ୍ତି।


‘ଜିରୋ’ରେ ଅନୁଷ୍କା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସେ ଜଣେ ଦିବ୍ୟାଙ୍ଗ ମହାକାଶ ବିଜ୍ଞାନୀ ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଚରିତ୍ରରେ ଅଭିନୟ କରିବା ପାଇଁ ଅନୁଷ୍କା ତିନି ମାସ ତାଲିମ୍ ନେଇଥିଲେ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଟିମ୍ ଏବେ ଟେଷ୍ଟ୍ ସିରିଜ୍ ଖେଳୁଛି। ଚାରିଟି ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ୍ ସିରିଜ୍‌ର ପ୍ରଥମ ମ୍ୟାଚ୍ ଭାରତ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚ୍ ଡିସେମ୍ବର ୨୬ ତାରିଖରୁ ମେଲବର୍ଣ୍ଣରେ ଖେଳା ଯିବ।



from Odisha Reporter http://bit.ly/2LwSWIC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages