ପ୍ରଥମ ଟେଷ୍ଟ୍ ପାଇଁ ୧୨ ଜଣିଆ ଟିମ୍ ଘୋଷଣା; ଚୂଡ଼ାନ୍ତ ଏକାଦଶରେ ରୋହିତ ସ୍ଥାନ ପାଇବେ ତ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

ପ୍ରଥମ ଟେଷ୍ଟ୍ ପାଇଁ ୧୨ ଜଣିଆ ଟିମ୍ ଘୋଷଣା; ଚୂଡ଼ାନ୍ତ ଏକାଦଶରେ ରୋହିତ ସ୍ଥାନ ପାଇବେ ତ?

india

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ଗୁରୁବାର (ଆସନ୍ତାକାଲି)ଠାରୁ ଟେଷ୍ଟ୍ ସିରିଜ୍ ଖେଳିବ। ୪ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍ ଏଡିଲେଡ୍‌ରେ ଖେଳାଯିବ। ଆଉ ତା’ପୂର୍ବରୁ ୧୨ ଜଣିଆ ଭାରତୀୟ ଟିମ୍ ଘୋଷଣା କରାଯାଇଛି। ଆଜି ସକାଳେ ବିସିସିଆଇ ଟ୍ୱିଟ୍ କରି ଏହି ସୂଚନା ଦେଇଛି।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ପାଇଁ ଘୋଷଣା କରାଯାଇଥିବା ୧୨ ଜଣିଆ ଟିମ୍‌ରେ ରୋହିତ ଶର୍ମାଙ୍କୁ ସାମିଲ କରାଯାଇଛି। ହନୁମା ବିହାରୀ ବି ଏଥିରେ ରହିଛନ୍ତି।

ଟିମ୍‌ରେ ବିରାଟ କୋହଲି, ମୁରଲୀ ବିଜୟ, କେ.ଏଲ୍ ରାହୁଲ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ଥ, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ଶାମୀ, ଇଶାନ୍ତ ଶର୍ମା ଓ ଯଶପ୍ରୀତ ବୁମ୍‌ରା ଅଛନ୍ତି। ଏଥିରୁ ଜଣାପଡୁଛି, ଭାରତ ଦୃଢ଼ ବ୍ୟାଟିଂ ଲାଇନ୍‌କୁ ନେଇ ପଡ଼ିଆକୁ ଓହ୍ଲାଇବ।

ମୁରଲୀ ବିଜୟ ଓ କେ.ଏଲ ରାହୁଲ ଓପନିଂ କରିବାକୁ ଆସିପାରନ୍ତି। ତୃତୀୟ କ୍ରମରେ ଚେତେଶ୍ୱର ପୂଜାରା ଆସିବେ। ଚତୁର୍ଥ ସ୍ଥାନରେ ବିରାଟ ଆସିବେ। ତା’ପରେ ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେ ଆସିବେ।

ଦେଖିବା କଥା ୧୨ ଜଣିଆ ଟିମ୍‌ରେ ସ୍ଥାନ ପାଇଥିବା ରୋହିତ ଶର୍ମା ଓ ହନୁମାନ ବିହାରୀଙ୍କ ମଧ୍ୟରୁ କିଏ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ। ୱିକେଟ୍ କିପର୍‌ ଦାୟିତ୍ୱ ଋଷଭ ପନ୍ଥ ତୁଲାଇବେ।

ଟିମ୍‌ରେ ଏକମାତ୍ର ସ୍ପିନର ଭାବେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସାମିଲ କରାଯାଇଛି।

କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର ଓ ଉମେଶ ଯାଦବଙ୍କୁ ଟିମ୍‌ରେ ସ୍ଥାନ ମିଳିନି।



from Odisha Reporter https://ift.tt/2EeNQjy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages