
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ପାଇଁ କାଳ। ପାରାଦୀପର ଜଳଧରପୁରରେ ସ୍ୱାଭିମାନ ସମାବେଶରେ ଯୋଗ ଦେଇ ଏ କଥା କହିଛନ୍ତି ବିଜୁ ସମତାକ୍ରାନ୍ତି ଦଳ ନେତା ଡାକ୍ତର ଦାମୋଦର ରାଉତ। ଏହାସହିତ ସେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରେ ମଧ୍ୟ ବର୍ଷିଛନ୍ତି।
ସେ କହିଛନ୍ତି,“ପ୍ରତାପ ନିଜ ନିର୍ବାମଣ୍ଡଳୀରେ ଦୁଇ ତିନିଥର ମାଡ଼ ଖାଇସାରିଲେଣି। ତାଙ୍କ ନାଁରେ ଥାନା ଓ ଫାଣ୍ଡିରେ କେସ୍ ରହିଛି। ସେଥିପାଇଁ ପ୍ରତାପ ନିଜ ନିର୍ବାଚନ ମଣ୍ଡଳୀକୁ ଯାଉ ନାହାନ୍ତି। ମୋ ନିର୍ବାଚନ ମଣ୍ଡଳୀକୁ ଆସୁଛନ୍ତି। ସେ ଆଉଥରେ ବିଧାନସଭା ଦେଖିବେ କି ନାହିଁ ଚିନ୍ତା କରନ୍ତୁ। ମୋତେ ପରାମର୍ଶ ଦେବା କିଛି ଦରକାର ନାହିଁ।”
ଅନ୍ୟପଟେ ରାହାମାରେ ବିଜେଡି ଜନସଂପର୍କ ପଦଯାତ୍ରାରେ ଦାମଙ୍କୁ ମିଳିତ ଭାବେ ଟାର୍ଗେଟ କରିଛନ୍ତି ପ୍ରତାପ ଜେନା ଓ ଦେବାଶିଷ ସାମନ୍ତରାୟ।
ପ୍ରତାପ ଜେନା କହିଛନ୍ତି,“ଦାମ ବାବୁଙ୍କ ନିର୍ବାଚନ ମଣ୍ଡଳୀର ଲୋକେ ଆଗରୁ ଅଣନିଃଶ୍ୱାସୀ ହୋଇଥିଲେ। ସେମାନେ ନିର୍ଯାତିତ ଅବସ୍ଥାରେ ଥିଲେ। ଦାମ ବାବୁ ଦଳରୁ ବାହାରି ଯିବାପରେ ସେମାନେ ମୁକ୍ତି ପାଇଛନ୍ତି ବୋଲି କହୁଛନ୍ତି।”
ଅନ୍ୟପକ୍ଷରୁ ପାରାଦୀପରୁ ଲଢ଼ିବାକୁ ପରୋକ୍ଷରେ ସୂଚନା ଦେଇଛନ୍ତି ଦେବାଶିଷ ସାମନ୍ତରାୟ।
from Odisha Reporter https://ift.tt/2zFudgF
No comments:
Post a Comment