‘ମହାବୀର’ ମୃତ୍ୟୁ ମାମଲାରେ ଏନ୍‌ଟିସିଏ ଛାଟ: ବିନା ସୁରକ୍ଷାରେ କେମିତି ଛଡ଼ା ଯାଇଥିଲା ବାଘ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

‘ମହାବୀର’ ମୃତ୍ୟୁ ମାମଲାରେ ଏନ୍‌ଟିସିଏ ଛାଟ: ବିନା ସୁରକ୍ଷାରେ କେମିତି ଛଡ଼ା ଯାଇଥିଲା ବାଘ?

tiger

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାତକୋଶିଆ ଅଭୟାରଣ୍ୟରେ ଶିକାରୀ ଫାଶରେ ଗଲା ମହାବଳର ‘ମହାବୀର’ ଜୀବନ। କିନ୍ତୁ, ଏ ପର୍ଯ୍ୟନ୍ତ ସାତକୋଶିଆ କର୍ତ୍ତୃପକ୍ଷ ସଠିକ୍ ଢଙ୍ଗରେ ତଦନ୍ତ ଆରମ୍ଭ କରିନାହାନ୍ତି। ଏପରିକି ଶିକାରୀ ଫାଶରେ ବାଘର ମୃତ୍ୟୁ ହୋଇଛି ବୋଲି ସ୍ୱୀକାର ନକରି ତଥ୍ୟ ଲୁଚାଇବାକୁ ଉଦ୍ୟମ କରିଛନ୍ତି। ରାଜ୍ୟ ବନ ବିଭାଗ ମୁଖିଆ ଓ ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଟିସିଏ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟରେ ଏଭଳି ତଥ୍ୟ ରହିଛି।

ରିପୋର୍ଟରେ ଆହୁରି ମଧ୍ୟ ଲେଖାଯାଇଛି, ମହାବଳ ବାଘ ନଭେମ୍ବର ୯ ତାରିଖରେ ଆଘାତ ପାଇଥିଲା। ୧୪ ତାରିଖରେ ତା’ର ମୃତ୍ୟୁ ହୋଇଥିଲା। ଯେଉଁଭଳି ଭାବେ ଶବ ବ୍ୟବଚ୍ଛେଦ କରାଯାଇଛି, ତାହା ମଧ୍ୟ ସନ୍ତୋଷଜନକ ନୁହେଁ। ମହାବଳକୁ ଫାଶ ପକାଇ ମାରିବା ଘଟଣାକୁ ସାତକୋଶିଆ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରୁଥିଲେ ମଧ୍ୟ ଏହା ସବୁଠାରୁ ବଡ଼ ଚିନ୍ତାର କାରଣ ବୋଲି ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଏନ୍‌ଟିସିଏ କର୍ତ୍ତୃପକ୍ଷା

ସେପଟେ ସାତକୋଶିଆ କର୍ତ୍ତୃପକ୍ଷ ସଠିକ୍ ତଦନ୍ତ କରିଥିଲେ, ଅନେକ ତଥ୍ୟ ପଦାକୁ ଆସି ପାରିଥାଆନ୍ତା ବୋଲି ବ୍ୟାଘ୍ର ବିଶେଷଜ୍ଞ ଡକ୍ଟର ଖଗେଶ୍ୱର ନାୟକ ମତ ଦେଇଛନ୍ତି।

ବ୍ୟାଘ୍ର ସ୍ଥାନାନ୍ତରଣ ସମୟରେ ଯେଉଁଭଳି ଭାବେ ଯୋଜନା କରି ପଦକ୍ଷେପ ନେବା କଥା ସେହିଭଳି କୌଣସି କାମ ହୋଇ ନ ଥିବା ରିପୋର୍ଟରେ କୁହାଯାଇଛିା ତା’ସହ ସ୍ଥାନୀୟ ବାସିନ୍ଦାଙ୍କୁ ଯେଉଁଭଳି ଭାବେ ବିଶ୍ୱାସକୁ ନେବା କଥା ତାହା ମଧ୍ୟ ଠିକ୍ ଭାବେ କରାଯାଇ ନାହିଁ। ବାଘ ଛାଡ଼ିବା ପୂର୍ବରୁ ସଂପୃକ୍ତ ଅଞ୍ଚଳରେ କୁମ୍‌କୀ ହାତୀପଲ ରଖିବା କଥା। ଯାହା ସାତକୋଶିଆରେ ନାହିଁ। ତା’ଛଡ଼ା ଏଠାରେ ସେଭଳି ଟେକ୍‌ନିକାଲ୍‌ ଏକ୍ସପର୍ଟ କିମ୍ବା ସେଭଳି ସୁବିଧା ମଧ୍ୟ ନାହିଁ। ଏ ସମସ୍ତ ପ୍ରକାର ସୁବିଧା ସୃଷ୍ଟି କରିବା ପାଇଁ ଏନ୍‌ଟିସିଏ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି। ଏସବୁ ଭିତରେ ବନ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ପିସିସିଏଫ୍ ବିଜୟକେତନ ପଟ୍ଟନାୟକ।

ଏନ୍‌ଟିସିଏ କର୍ତ୍ତୃପକ୍ଷ କେବଳ ମହାବଳ ବାଘ ନୁହେଁ, ବାଘୁଣୀ ‘ସୁନ୍ଦରୀ’ର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସମୟରେ ‘ସୁନ୍ଦରୀ’କୁ ଯେଉଁଭଳି ପରିବେଶରେ ରଖା ଯାଇଛି, ସେଥିରେ ଉନ୍ନତି ଆଣିବା ପାଇଁ ଏନ୍‌ସିଏ ବନବିଭାଗକୁ ପରାମର୍ଶ ଦେଇଛି।

ସେପଟେ ଏନ୍‌ଟିସିଏର ରିପୋର୍ଟ ନେଇ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ କିମ୍ବା ରାଜ୍ୟ ଜଙ୍ଗଲ ବିଭାଗର କେହି ମଧ୍ୟ ମୁହଁ ଖୋଲିନାହାନ୍ତି।



from Odisha Reporter https://ift.tt/2SNsNrq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages