ବାଲ୍ୟ ବିବାହ ନୋହିଲା, ଶିଶୁପାଳ ହେଲେ ଉତ୍ତରପ୍ରଦେଶର ବର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 30, 2018

ବାଲ୍ୟ ବିବାହ ନୋହିଲା, ଶିଶୁପାଳ ହେଲେ ଉତ୍ତରପ୍ରଦେଶର ବର

arrest-1234

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ହେଉଥିବା ଏକ ବାଲ୍ୟ ବିବାହକୁ ପୁଲିସ୍‌ ବନ୍ଦ କରିଛି। ପୁଲିସ୍‌ ନାବାଳିକାଙ୍କୁ ଉଦ୍ଧାର କରିବା ସହ ବାହା ହେବାକୁ ଆସିଥିବା ଯୁବକଙ୍କୁ ଅଟକ ରଖିଛି। ତାଙ୍କ ନାଁ ପ୍ରମୋଦ କୁମାର ସିଂହ। ପ୍ରମୋଦଙ୍କ ଘର ଉତ୍ତରପ୍ରଦେଶରେ ବୋଲି ଜଣାପଡ଼ିଛି।

ଏକ ବିଶେଷସୁତ୍ରରୁ ଖବର ପାଇ ପୁଲିସ୍‌  ରାଢ଼ୋ ଗାଁରେ ଥିବା ନାବାଳିକାଙ୍କ ଘରେ ପହଞ୍ଚିଥିଲା। ନାବାଳିକାକୁ ଉତ୍ତରପ୍ରଦେଶର ପ୍ରମୋଦ କୁମାର ସିଂହଙ୍କ ସହ ବିବାହ କରିବା ନେଇ ଯୋଜନା ହୋଇଥିଲା। ତେବେ ପୁଲିସ୍ ସେଠାରେ ପହଞ୍ଚି ବିବାହ ଯୋଜନାକୁ ପଣ୍ଡ କରିଛି।

ପୁଲିସ୍‌ ନାବାଳିକା ଏବଂ  ତାଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲା। ଏଥିସହ ନାବାଳିକାର ବୟସ ନେଇ ଜନ୍ମ ପ୍ରମାଣ ପତ୍ର ଠାରୁ ଆରମ୍ଭ କରି  ଅନେକ ଦସ୍ତାବିଜ୍‌ ଯାଞ୍ଚ କରିଥିଲା। ନାବାଳିକାର ବିବାହ ବୟସ ନହେବା ପର୍ଯ୍ୟନ୍ତ ତାର ବିବାହ ନକରିବା ପାଇଁ ପୁଲିସ୍ ପରିବାର ଲୋକଙ୍କ ନିକଟରୁ ଏକ ବୁଝାମଣା ପତ୍ର  କରିଛି।

 



from Odisha Reporter http://bit.ly/2LDzvOg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages