
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର। କାରଣ କମ୍ପାନୀ ପକ୍ଷରୁ ଖୁବ୍ ଶୀଘ୍ର ଏକ ଅତିରିକ୍ତ ମାଗଣା ସେବା ପ୍ରଦାନ କରଯିବ। କାରଣ ଚଳିତ ବର୍ଷ ମାର୍ଚ୍ଚ ମାସରେ ଜିଓ ପକ୍ଷରୁ ଏକ ଘୋଷଣା କରାଯାଇଥିଲା। ମ୍ୟୁଜିକ୍ ଷ୍ଟ୍ରିମିଂ ପ୍ଲାଟଫର୍ମ ସାବନ୍କୁ ଅଧିଗ୍ରହଣ କରିବା ନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥିଲା।
ତେବେ ଏହି ଅଧିଗ୍ରହଣ ପ୍ରକ୍ରିୟା ସରିଯାଇଥିବା ଜଣାପଡ଼ିଛି। କାରଣ ଆପଲ୍ ଆପ୍ ଷ୍ଟୋର୍ରେ ସାଭନ୍ ନାମ ‘ଜିଓ ସାବନ୍’ ହୋଇଯାଇଛି। ଜିଓ ସହିତ ସାବନ୍ ମର୍ଜ ହୋଇଯିବା ପରେ ଆଇଫୋନ୍ ନାମ ବଦଳି ଯାଇଛି। କିନ୍ତୁ ଏହାର ଡିଜାଇନ୍ ପୂର୍ବ ଭଳି ଅପରିବର୍ତ୍ତତ ରହିଛି। ନୂଆ ନାମ ଅନୁଯାୟୀ ଏହା ‘ସାବନ୍’ ଆପ୍ ହୋଇଯାଇଛି। ତେଣୁ ଜିଓ ଗ୍ରାହକମାନଙ୍କୁ ୯୦ ଦିନ ପାଇଁ ଏକ ଅତିରିକ୍ତ ସେବା ତଥା ମାଗଣା ସାବନ୍ ପ୍ରୋ ସବ୍ସ୍କ୍ରିସନ୍ ମିଳିବ।
ଏହା ଦ୍ୱାରା ଗ୍ରାହକମାନେ ମ୍ୟୁଜିକ୍ ସମ୍ବନ୍ଧରେ ଅଧିକ ସୁବିଧା ପାଇପାରିବେ। ସୂଚନା ଅନୁଯାୟୀ, ରିଲାଏନ୍ସ ଜିଓ ସହିତ ସାବନ୍ର ମିଶ୍ରଣ ବିଷୟରେ ପୂର୍ବରୁ ଘୋଷଣା କରାଯାଇଥିଲା। ଏହି ଚୁକ୍ତିର ମୂଲ୍ୟ ୧୦୦ କୋଟି ଡଲାର ହୋଇଥିଲା। ଏହାକୁ ବିଶ୍ୱର ଅଗ୍ରଣୀ ଷ୍ଟ୍ରିମିଂ ସେବା ପ୍ରଦାନକାରୀ ସଂସ୍ଥା ଭାବେ ବିକଶିତ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି।
from Odisha Reporter https://ift.tt/2DUXvKS
No comments:
Post a Comment