ବ୍ରେକଅପ୍‌ ପରେ ଇମୋସ୍‌ନାଲ୍‌ ହେଲେ ନେହା କକ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

ବ୍ରେକଅପ୍‌ ପରେ ଇମୋସ୍‌ନାଲ୍‌ ହେଲେ ନେହା କକ୍କର

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ନେହା କକ୍କର ଓ ହିମାଂଶ କୋହଲି ଅଲଗା ହୋଇଛନ୍ତି। ଦୁହିଁଙ୍କର ଯୋଡ଼ିକୁ ସବୁଠାରୁ ଅଧିକ ପସନ୍ଦ କରୁଥିବା ଫ୍ୟାନ୍ସ ବ୍ରେକ୍‌ଅପ୍‌ କଥାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି। ରିୟଲିଟି ଶୋ’ର ମଞ୍ଚ ଉପରେ ଦିନେ ଦର୍ଶକଙ୍କ ସମ୍ମୁଖରେ ନିଜ ସମ୍ପର୍କକୁ ସ୍ୱୀକାର କରିଥିବା ହିମାଂଶ-ନେହା ଅଲଗା ହୋଇ ସାରିଛନ୍ତି।

ବ୍ରେକ୍‌ଅପ୍‌ ପରେ ଦୁହେଁ ସୋଶାଲ ମିଡିଆ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଅନ୍‌ଫଲୋ ହେବା କଥା ତ ଆପଣ ଜାଣିଥିବେ। କେବଳ ଅନ୍‌ଫଲୋ ନୁହେଁ, ନେହା ତାଙ୍କ ଆକାଉଣ୍ଟ୍‌ରୁ ଦୁହିଁଙ୍କର ଅନେକ ଫଟୋ ଓ ଭିଡ଼ିଓକୁ ମଧ୍ୟ ଡିଲିଟ୍‌ କରି ସାରିଛନ୍ତି। ବର୍ତ୍ତମାନ ନେହା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଯାହା ସେୟାର୍‌ କରିଛନ୍ତି, ତାହା ଦେଖିବା ପରେ ଫ୍ୟାନ୍ସମାନଙ୍କ ମନ ଭାଙ୍ଗିଯାଇଛି।

ଏହି ପୋଷ୍ଟକୁ ପଢ଼ି ସାରିବା ପରେ ଯେ କେହି ସହଜରେ ଅନୁମାନ କରିପାରିବ ଯେ, ଦୁହିଁଙ୍କର ସମ୍ପର୍କ ଭାଙ୍ଗି ସାରିଛି ଏବଂ ଏହା ନେହାଙ୍କୁ ହୃଦୟକୁ ବାଧିଛି। ନେହା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଛନ୍ତି, “ମୋତେ ଜଣା ନ ଥିଲା ଯେ, ଏହି ଦୁନିଆରେ ଏତେ ଖରାପ ଲୋକ ରହୁଛନ୍ତି। ନିଜର ସବୁକିଛି ହରେଇ ସାରିବା ପରେ ବର୍ତ୍ତମାନ ମୁଁ ହୋସ୍‌ରେ ଆସିଲି। ମୁଁ ଜାଣିଛି, ମୁଁ ଜଣେ ସେଲିବ୍ରିଟି। ଏମିତି ଲେଖିବା କଥା ନୁହେଁ। କିନ୍ତୁ ମୁଁ କ’ଣ କରିବି, ମୁଁ ବି ଜଣେ ମଣିଷ ଏବଂ ଆଜି ମୁଁ ଅଧିକ ଭାଙ୍ଗି ପଡ଼ିଛି। ଏଥିପାଇଁ ନିଜ ଭାବନାକୁ ନିୟନ୍ତ୍ରଣ କରିପାରୁନାହିଁ।

ସେ ଆହୁରି ମଧ୍ୟ ଲେଖିଛନ୍ତି, “ମୁଁ ଜାଣିଛି, ନିଜ ମନ କଥା ଲେଖି ସାରିବା ପରେ ଲୋକମାନେ ମୋତେ କେମିତି ଜଜ୍‌ କରିବେ ଏବଂ ମୋ ବିଷୟରେ କ’ଣ କ’ଣ କହିବେ। କିନ୍ତୁ ଏସବୁ କଥା ଶୁଣିବା ଓ ସହିବାର ମୋର ଅଭ୍ୟାସ ହୋଇଗଲାଣି।”

ସୂଚନାଯୋଗ୍ୟ, ସେପ୍ଟେମ୍ୱରରେ ହିମାଂଶ କୋହଲି ଇଣ୍ଡିଆନ୍‌ ଆଇଡଲ୍‌ ସେଟ୍‌ରେ ପହଞ୍ଚି ନେହାଙ୍କୁ ସର୍‌ପ୍ରାଇଜ୍‌ ଦେଇଥିଲେ। ଏହା ସହିତ ଭବିଷ୍ୟତରେ ନେହା ହିମାଂଶଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି ସ୍ୱୀକାର କରିଥିଲେ। ଏହାର ଉତ୍ତରରେ ହିମାଂଶ କହିଥିଲେ, “ମୁଁ ଏହି ସମୟକୁ ଅପେକ୍ଷା କରିଛି।”
ଏତେ ସବୁ ପରେ ଦୁହିଁଙ୍କର ବ୍ରେକଅପ୍‌ ହେବା ସମସ୍ତଙ୍କୁ ଦୁଃଖ ଦେଇଛି। କିନ୍ତୁ ହିମାଂଶ କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।



from Odisha Reporter https://ift.tt/2UNyyqV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages