
ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲାର ବେଲଟିକିରିରେ ଥିବା ବେଆଇନ୍ ସେଲ୍ଟର ହୋମ୍କୁ ସିଲ୍ କରାଯାଇଛି। ସେଠାରେ ରହୁଥିବା ଅନ୍ତେବାସୀମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହେବା ପରେ ତହସିଲଦାରଙ୍କ ଉପସ୍ଥିତିରେ ଏହାକୁ ସିଲ୍ କରିଛି ଢେଙ୍କାନାଳ ସଦର ଥାନା ପୁଲିସ୍।
ସିଲ୍ ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧତ୍କାରୀ ଉପସ୍ଥିତ ଥିଲେ। ତେବେ ଅନ୍ତେବାସିନୀଙ୍କୁ କେଉଁଠିକୁ ସ୍ଥାନାନ୍ତର କରାଗଲା ତାହା ଜଣାପଡ଼ିନାହିଁ।
ଏହି ବେଆଇନ ସେଲ୍ଟର ହୋମ୍ରେ ଅନ୍ତେବାସିନୀଙ୍କ ସହ ଘୃଣ୍ୟ କାମ ଚାଲିଥିବା ଅଭିଯୋଗ ହୋଇଛି। ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଦ୍ୱାରା ଏହି ସେଲ୍ଟର ହୋମ୍ ପରିଚାଳିତ ହେଉଥିଲା।
ଅଭିଯୋଗ ପରେ ସେଲ୍ଟର ହୋମ୍ ଇନଚାର୍ଜ ସୀମାଞ୍ଚଳ ନାୟକଙ୍କୁ ପୁଲିସ୍ ଗିରଫ କରିଛି। ସଂସ୍ଥାର ମୁଖ୍ୟ ଫୟଜ ରେହମାନଙ୍କୁ ମଧ୍ୟ ପୁଲିସ୍ ନିଜ ହେପାଜତକୁ ନେଇଛି।
ଅଧିକ ପଢ଼ନ୍ତୁ-‘ଡାଡି’ ବଡ଼ ବଡ଼ ଝିଅଙ୍କୁ କୁଣ୍ଢେଇ ଧରନ୍ତି, ସେମାନଙ୍କ ଗାଲରେ କିସ୍ ଦିଅନ୍ତି
from Odisha Reporter https://ift.tt/2DY1wyu
No comments:
Post a Comment