ସାଢ଼େ ୩ ବର୍ଷରେ ଲୋକଙ୍କଠାରୁ ବ୍ୟାଙ୍କ ନେଇଛି ୧୦ ହଜାର କୋଟି, ଜାଣନ୍ତୁ କେମିତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

ସାଢ଼େ ୩ ବର୍ଷରେ ଲୋକଙ୍କଠାରୁ ବ୍ୟାଙ୍କ ନେଇଛି ୧୦ ହଜାର କୋଟି, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଦେଶରେ ଥିବା ବିଭିନ୍ନ ସରକାରୀ ବ୍ୟାଙ୍କ ଗୁଡ଼ିକ କେବଳ ଗତ ସାଢ଼େ ୩ ବର୍ଷରେ ସାଧାରଣ ଜନତାଙ୍କ ଠାରୁ ୧୦ ହଜାର ୩୯୧ କୋଟି ଟଙ୍କା ନେଇଛନ୍ତି। ଆକାଉଣ୍ଟରେ ସର୍ବନିମ୍ନ ଜମା ଏବଂ ଏଟିଏମ ଚାର୍ଜ ବାବଦକୁ ବ୍ୟାଙ୍କଗୁଡ଼ିକ ଲୋକଙ୍କ ଠାରୁ ଏଭଳି ଅର୍ଥ ଅସୁଲ କରିଛନ୍ତି। ସଂସଦରେ ଏକ ଲିଖିତ ଉତ୍ତରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି।

କେନ୍ଦ୍ର ସରକାର ଦେଇଥିବା ତଥ୍ୟ ଅନୁଯାୟୀ, ୨୦୧୨ ଯାଏ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ମାସିକ ଧାର୍ଯ୍ୟ ଅର୍ଥଠାରୁ କମ୍‌ ଟଙ୍କା ବାଲାନ୍ସ ରଖୁଥିବା ଲୋକଙ୍କଠାରୁ ଫାଇନ୍‌ ଆଦାୟ କରାଯାଉଥିଲା। କିନ୍ତୁ ୨୦୧୬ ମସିହା ମାର୍ଚ୍ଚ ୩୧ରୁ ଏସ୍‌ବିଆଇ ଏହି ନିୟମକୁ ଉଠାଇ ଦେଇଥିଲା। ତେବେ ଘରୋଇ ବ୍ୟାଙ୍କଗୁଡ଼ିକ ସେମାନଙ୍କ ବୋର୍ଡର ନିଷ୍ପତ୍ତି ଅନୁଯାୟୀ, ପୂର୍ବଭଳି ମାସିକ ଧାର୍ଯ୍ୟ ଅର୍ଥଠାରୁ ବାଲାନ୍ସ କମ୍‌ ରଖୁଥିବା ଆକାଉଣ୍ଟଧାରୀଙ୍କ ଠାରୁ ଟଙ୍କା ଅସୁଲ କରୁଥିଲେ।

ଏସ୍‌ବିଆଇ ମଧ୍ୟ ପୁନଶ୍ଚ ୨୦୧୭ ମସିହା ଏପ୍ରିଲ ୧ରୁ ପୁରୁଣା ନିୟମ ଲାଗୁ କରିଥିଲା। କିନ୍ତୁ ୨୦୧୭ ଅକ୍ଟୋବର ୧ରୁ ମିନିୟମ ବାଲାନ୍ସରେ ରଖା ଯାଉଥିବା ଅର୍ଥକୁ କମ୍‌ କରିଦେଇଥିଲା।
ଏସବିଆଇ ମିନିୟମ ବାଲାନ୍ସ ରଖୁ ନଥିବା ଆକାଉଣ୍ଟଧାରୀଙ୍କ ଠାରୁ ଗତ ସାଢ଼େ ୩ ବର୍ଷ ମଧ୍ୟରେ(୨୦୧୫-୧୬ରୁ ୨୦୧୭-୧୮ ସେପ୍ଟେମ୍ୱର ଯାଏ) ୨,୮୯୪ କୋଟି ଟଙ୍କା ଅସୁଲ କରିଥିବା ବେଳେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ୪୯୩ କୋଟି, କାନାରା ବ୍ୟାଙ୍କ ୩୫୨ କୋଟି, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୩୪୮ କୋଟି ଓ ବ୍ୟାଙ୍କ ଅଫ୍‌ ବରୋଦା ୩୨୮ କୋଟି ଟଙ୍କା ଅସୁଲ କରିଛି। ସମୁଦାୟ ଏହି ବାବଦରେ ୬,୨୪୬ କୋଟି ଆଦାୟ ହୋଇଛି।

ସେହିପରି ଦେୟ ମୁକ୍ତ ଏଟିଏମ୍‌ ଚାର୍ଜ ବାବଦରେ ଏସ୍‌ବିଆଇ ୧,୫୫୪ କୋଟି ଟଙ୍କା, ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୪୬୪ କୋଟି, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ୩୨୩ କୋଟି, ୟୁନିଅନ ବ୍ୟାଙ୍କ ୨୪୧ କୋଟି ଓ ବ୍ୟାଙ୍କ ଅଫ ବରୋଦା ୧୮୩ କୋଟି ଟଙ୍କା ଅସୁଲ କରିଛି। ଅର୍ଥାତ ଏହି ବାବଦରେ ବ୍ୟାଙ୍କଗୁଡ଼ିକ ୪,୪୧୫ କୋଟି ଟଙ୍କା ଲୋକଙ୍କଠାରୁ ନେଇଛନ୍ତି।

ସୂଚନା ଯୋଗ୍ୟ ବେସିକ ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟ ଓ ଜନଧନ ଆକାଉଣ୍ଟରେ ମିନିୟମ ବାଲାନ୍ସ ରଖିବାର କୌଣସି ନିୟମ ଲାଗୁ ହୋଇନାହିଁ। ଏହାବାଦ୍‌ ମଧ୍ୟ ବ୍ୟାଙ୍କଗୁଡ଼ିକ ଲୋକଙ୍କଠାରୁ ୧୦ ହଜାର କୋଟିରୁ ଅଧିକ ଟଙ୍କା ଅସୁଲ କରିଛନ୍ତି।

ଅନ୍ୟପକ୍ଷରେ ଘରୋଇ ବ୍ୟାଙ୍କଗୁଡ଼ିକ କେତେ ଟଙ୍କା ଆଦାୟ କରିଛନ୍ତି, ତା’ର ତଥ୍ୟ ସରକାର ଦେଇନାହାନ୍ତି।

ସରକାର ଆହୁରି କହିଛନ୍ତି ଯେ ଆରବିଆଇ ଗାଇଡ୍‌ଲାଇନ୍‌ ଅନୁଯାୟୀ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା, ଚେନ୍ନାଇ ଓ ହାଇଦ୍ରାବାଦରେ ଜଣେ ବ୍ୟକ୍ତି ମାସକୁ ଅନ୍ୟ ବ୍ୟାଙ୍କର ଏଟିଏମରୁ ୩ଥର ଟଙ୍କା ନେଣଦେଣ କରିପାରିବ। ସେହିପରି ଅନ୍ୟ ସ୍ଥାନଗୁଡ଼ିକରେ ଏହା ୫ଥର ରହିଛି।



from Odisha Reporter http://bit.ly/2SaIOI8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages