ବାହାହେଲେ କ୍ରିକେଟର ସଞ୍ଜୁ ସ୍ୟାମସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 22, 2018

ବାହାହେଲେ କ୍ରିକେଟର ସଞ୍ଜୁ ସ୍ୟାମସନ

ଥିରୁଅନନ୍ତପୁରମ: ଦୀର୍ଘଦିନର ପ୍ରେମିକା ଚାରୁଲତାଙ୍କ ହାତକୁ ସବୁ ଦିନ ପାଇଁ ଧରିଛନ୍ତି କ୍ରିକେଟର ସଞ୍ଜୁ ସ୍ୟାମସନ। ଆଜି ସଞ୍ଜୁ ଓ ଚାରୁଲତାଙ୍କ ବିବାହ ସମ୍ପନ୍ନ ହୋଇଛି। କୋଭଲମଠାରେ ଥିବା ଏକ ରିଜର୍ଟରେ ଏହି ବିବାହ ସମ୍ପନ୍ନ ହୋଇଛି। ବାହାଘରର ରିସେପସନ୍‌ ଉତ୍ସବ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ।

ଥିରୁଅନନ୍ତପୁରମଠାରେ ଥିବା ମାର ଲାଭନିଓସ୍‌ କଲେଜ୍‌ରେ ପଢ଼ୁଥିବା ବେଳେ ଚାରୁଲତା ଏବଂ ସଞ୍ଜୁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଉଭୟ ପରସ୍ପରର ଘର ଲୋକଙ୍କୁ ଏକଥା ଜଣାଇବା ପରେ ସେମାନେ ଏହି ସମ୍ପର୍କଙ୍କୁ ସ୍ୱୀକୃତି ଦେଇଥିଲେ। ସଞ୍ଜୁ ଖ୍ରୀଷ୍ଟିୟାନ ହୋଇଥିବା ବେଳେ ଚାରୁଲତା ହେଉଛନ୍ତି ହିନ୍ଦୁ। ଉଭୟଙ୍କ ବାହାଘର ସ୍ୱତନ୍ତ୍ର ବିବାହ ଆଇନ୍‌ ଅନୁଯାୟୀ ଶେଷ ହୋଇଛି। ବର୍ତ୍ତମାନ ଚାରୁଲତା ପୋଷ୍ଟ ଗ୍ରାଜୁଏସନ୍‌ କରୁଛନ୍ତି।

କେରଳ ପାଇଁ ରଣଜୀ ଏବଂ ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ସଞ୍ଜୁ ସ୍ୟାମସନ ୨୦୧୫ ଜୁଲାଇରେ ଜିମ୍ବାୱେ ବିପକ୍ଷ ଟି-୨୦ରେ ଭାରତ ପାଇଁ ଡେବ୍ୟୁ କରିଥିଲେ।

ସ୍ୟାମସନ କହିଛନ୍ତି, “ଏହି ବାହାଘର ବେଳେ ଉଭୟ ପକ୍ଷରୁ ମାତ୍ର ୩୦ ଜଣ ଲୋକ ଉପସ୍ଥିତ ରହିଥିଲେ। ଉଭୟ ପରିବାର ଆମ ବାହାଘର ପାଇଁ ସ୍ୱୀକୃତି ଦେଇଥିବାରୁ ଖୁସି ଲାଗୁଛି।”



from Odisha Reporter http://bit.ly/2BBplJp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages