ରାଜଧାନୀରେ ସିରିଜ୍‌ ବୋମାମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ରାଜଧାନୀରେ ସିରିଜ୍‌ ବୋମାମାଡ଼

bbsr

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ପଥରବନ୍ଧ ବସ୍ତିରେ ମନୁ ନାମକ ଜଣେ ବ୍ୟକ୍ତିଙ୍କ ଘର ଉପରେ ସିରିଜ ବୋମା ମାଡ଼ ହୋଇଛି। ଘର ଉପରକୁ ଏକାଧିକ ବୋମା ଫିଙ୍ଗି ଦୁର୍ବୃତ୍ତ ଚମ୍ପଟ ହୋଇଯାଇଛି। ପୂର୍ବ ଶତ୍ରୁତାରୁ ବୋମା ମାଡ଼ ହୋଇଥିବା କୁହାଯାଉଛି। ବୋମା ମାଡ଼ରେ କାହାର କିଛି କ୍ଷତି ହୋଇନାହିଁ।

ଅଭିଯୋଗ ଅନୁସାରେ, ମନୁ ଓ ବସ୍ତିର କିଛି ଲୋକ ବ୍ରାଉନସୁଗାର କାରବାର କରୁଥିବା ଅଭିଯୁକ୍ତ ପ୍ରକାଶ ବିଷୋୟୀକୁ ପୁଲିସ୍‌ ହାତରେ ଧରାଇ ଦେଇଥିଲେ। କିଛିଦିନ ପୂର୍ବେ ପ୍ରକାଶ ଜେଲ୍‌ରୁ ବାହାରିଥିଲା। ଆଜି ସେ ନିଜ ସହଯୋଗୀଙ୍କ ସହ ମନୁଙ୍କ ଘରକୁ ଆସି ତାଙ୍କୁ ଡାକିଥିଲେ। ମନୁ ଘରୁ ବାହାରିବା ପରେ ପ୍ରକାଶ ପ୍ରଥମେ କ୍ଷମା ମାଗିଥିଲେ। ହେଲେ ପରେ ପୂର୍ବ କଥାକୁ ନେଇ ତାଙ୍କ ସହ ଝଗଡ଼ା କରିଥିଲେ। ମନୁ ଘର ଭିତରକୁ ପଳାଇବା ପରେ ପ୍ରକାଶ ତାଙ୍କ ଘର ଉପରକୁ ଏକାଧିକ ବୋମା ଫିଙ୍ଗି ସହଯୋଗୀଙ୍କ ସହ ଫେରାର ହୋଇଯାଇଛି।

ଖବର ପାଇବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2QE5cgf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages