ଏହି କାରଣରୁ ପାଦରେ ସୁନା ଗହଣା ପିନ୍ଧିବା ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

ଏହି କାରଣରୁ ପାଦରେ ସୁନା ଗହଣା ପିନ୍ଧିବା ମନା

foot

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମରେ ପ୍ରଚଳିତ ବହୁ ବିଧି ମଧ୍ୟରୁ ଗୋଟିଏ ହେଉଛି, ମହିଳାମାନେ ପାଦରେ ସୁନା ଅଳଙ୍କାର ପିନ୍ଧିବା ଉଚିତ୍‌ ନୁହେଁ। ତେବେ କାହିଁକି ରହିଛି ଏପରି ବିଧି ? ଆସନ୍ତୁ ଜାଣିବା, ଏହା ପଛର କାରଣ।

ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ, ସୁନା ଭାଗବାନ୍‌ ବିଷ୍ଣୁଙ୍କର ବହୁତ ପ୍ରିୟ। କୁହାଯାଏ, ଭକ୍ତ ସୁନା ଗହଣା ଧାରଣ କରିବା ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥା’ନ୍ତି। କିନ୍ତୁ ବିଧି ଅନୁଯାୟୀ, ସୁନା ଗହଣା ଶରୀରର ନାଭି ତଳକୁ ଧାରଣ କରିବା ଉଚିତ୍‌ ନୁହେଁ। ଏମିତି କଲେ ଭଗବାନ୍‌ ବିଷ୍ଣୁ ଅପମାନ୍‌ ହୁଅନ୍ତି ବୋଲି ବିଶ୍ୱାସ ରହିଛି।

ଏ ସମ୍ପର୍କରେ ଆଉ ଏକ ବିଶ୍ୱାସ ବି ରହିଛି। ହଳଦିଆ ରଙ୍ଗ ମା’ ଲକ୍ଷ୍ମୀଙ୍କର ଖୁବ୍‌ ପ୍ରିୟ। ସୁନାର ରଙ୍ଗ ହଳଦିଆ ହୋଇଥିବାରୁ ଏହା ମଧ୍ୟ ମା’ ଲକ୍ଷ୍ମୀଙ୍କର ପ୍ରିୟ। ଏହା ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ କୃପାରୁ ମଣିଷ ଜୀବନରେ ଧନ ପ୍ରାପ୍ତି ହେଉଥିବାର ବିଶ୍ୱାସ ରହିଛି। ତେଣୁ ମା’ ଲକ୍ଷ୍ମୀଙ୍କ ସମ୍ମାନାର୍ଥେ ସୁନା ଗହଣା ନାଭି ତଳକୁ ବା ପାଦରେ ପିନ୍ଧିବା କଥା ନୁହେଁ।

ଏହା ସହ ଏପରି ବି କୁହାଯାଏ, ପାଦରେ ଚାନ୍ଦିର ଗହଣା ପିନ୍ଧିବା ଶୁଭଦାୟକ। ଚାନ୍ଦିରୁ ଶରୀରକୁ ଶୀତଳତା ମିଳିଥାଏ। ଏହି ଶୀତଳତା ବ୍ୟକ୍ତିଙ୍କୁ ମାନସିକ ଶାନ୍ତି ଦେବାରେ ସହାୟକ ହୋଇଥାଏ। ପାଦରେ ଚାନ୍ଦିର ଗହଣା ଅବା ପାଉଁଜି ପିନ୍ଧିଲେ, କଥା କଥାରେ ଆସୁଥିବା କ୍ରୋଧ ମଧ୍ୟ ଦୂର ହୋଇଥାଏ।

ଏ ସବୁ ବ୍ୟତୀତ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚାନ୍ଦି ଗହଣା ପାଦରେ ଧାରଣ କରିବା ଦ୍ୱାରା ଜାତକରେ ଚନ୍ଦ୍ରମା ମଜବୁତ୍‌ ହୁଅନ୍ତି। ଏହା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ସୁଖ ଭରିଯାଏ।



from Odisha Reporter https://ift.tt/2FXdURW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages