ଆର୍ଜେଣ୍ଟିନାଙ୍କୁ ଜଳକା କଲା ଫ୍ରାନ୍ସ, ବିଶ୍ୱକପ୍‌ରୁ ସ୍ପେନ୍‌ ବିଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 6, 2018

ଆର୍ଜେଣ୍ଟିନାଙ୍କୁ ଜଳକା କଲା ଫ୍ରାନ୍ସ, ବିଶ୍ୱକପ୍‌ରୁ ସ୍ପେନ୍‌ ବିଦା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ହକି ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଦୀର୍ଘ ୨୮ ବର୍ଷ ପରେ ହକି ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ଫ୍ରାନ୍ସ ରିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ଆର୍ଜେଣ୍ଟିନାକୁ ୫-୩ ଗୋଲରେ ପରାସ୍ତ କରିଦେଇଛି। ଫ୍ରାନ୍ସର ବିଜୟ ପରେ ବିଶ୍ୱର ୮ ନଂ ଦଳ ସ୍ପେନ୍‌ ହକି ବିଶ୍ୱକପ୍‌ର ପ୍ରଥମ ଦଳ ଭାବେ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି।

ତେବେ ଆର୍ଜେଣ୍ଟିନା ପରାସ୍ତ ହୋଇଥିଲେ ମଧ୍ୟ ଗ୍ରୁପ୍‌ ‘ଏ’ର ଟପ୍‌ରେ ରହି ସିଧାସଳଖ କ୍ୱାର୍ଟର ଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ସେହିପରି ଉଭୟ ନ୍ୟୁଜିଲ୍ୟାଣ୍ଡ ଏବଂ ଫ୍ରାନ୍ସ ୪ ପଏଣ୍ଟ ଲେଖାଏ ପାଇ କ୍ରସ ଓଭର୍‌ ମ୍ୟାଚ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

ମ୍ୟାଚ୍‌ ଆରମ୍ଭରୁ ଆର୍ଜେଣ୍ଟିନା ଫ୍ରାନ୍ସ ଉପରେ ଚାପ ସୃଷ୍ଟି କରିଥିଲା। କିନ୍ତୁ ଫ୍ରାନ୍ସ ସବୁ ଉଦ୍ୟମକୁ ବିଫଳ କରି ଦେଇଥିଲା। ଶେଷରେ ପ୍ରଥମ କ୍ୱାର୍ଟରରେ କେହି କାହାକୁ ଗୋଲ ଦେଇ ପାରି ନଥିଲେ। କିନ୍ତୁ ଦ୍ୱିତୀୟ କ୍ୱାର୍ଟରରେ ଦୁର୍ବଳ ଫ୍ରାନ୍ସ ନିଜର ରଣନୀତି ବଦଳାଇ ଆର୍ଜେଣ୍ଟିନା ଉପରେ ଘନଘନ ଆକ୍ରମଣ କରିଥିଲା। ଦଳ ପକ୍ଷରୁ ମ୍ୟାଚ୍‌ର ୧୮ତମ ମିନିଟ୍‌ରେ ଅଧିନାୟକ ହ୍ୟୁଗୋ ଜେନଷ୍ଟେଟ ଫିଲ୍ଡ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଦେଇଥିଲେ।

ସେହିପରି ଭିକ୍ଟର ଶାର୍ଲେଟ ୨୩ତମ ମିନିଟ୍‌ ଏବଂ ୨୬ ତମ ମିନିଟ୍‌ରେ କୋଜିନ ଆରିସଟାଇଡ ଗୋଲ ସ୍କୋର କରି ଫ୍ରାନ୍ସକୁ ୩-୦ରେ ଆଗୁଆ କରିଦେଇଥିଲେ। ତେବେ ଆର୍ଜେଣ୍ଟିନା ୨୮ ତମ ମିନିଟ୍‌ରେ ଲୁକାସ ମାର୍ଟିନେଜ ଗୋଲ ସ୍କୋର କରି ସ୍ଥିତି ୩-୧କୁ ଆଣିଥିଲେ। କିନ୍ତୁ ଦ୍ୱିତୀୟ କ୍ୱାର୍ଟର ଶେଷ ମିନିଟ୍‌ରେ ଫ୍ରାନ୍ସ ପକ୍ଷରୁ ଗାସପାର୍ଡ ବମ ଗାରଟେନ ପୁଣି ଏକ ଚମତ୍କାର ଗୋଲ ଦେଇ ସ୍ଥିତିକୁ ୪-୧କୁ ଆଣିଥିଲେ। କେବଳ ଦ୍ୱିତୀୟ କ୍ୱାର୍ଟରରେ କଳିଙ୍ଗ ଷ୍ଟାଡିୟମର ଦର୍ଶକ ୫ଟି ଗୋଲ ସ୍କୋର ହେବା ଦେଖିଥିଲେ।

୩ୟ କ୍ୱାର୍ଟର ଆରମ୍ଭରୁ ଆର୍ଜେଣ୍ଟିନା ଆକ୍ରମଣ କରିଥିଲା। ହେଲେ କୌଣସି ସଫଳତା ମିଳି ନଥିଲା। ତୃତୀୟ କ୍ୱାର୍ଟର ଶେଷ ହେବାକୁ ଗୋଟିଏ ମିନିଟ୍‌ ଥିବା ବେଳେ ଅର୍ଥାତ ମ୍ୟାଚ୍‌ର ୪୪ତମ ମିନିଟ୍‌ରେ ଗୋଞ୍ଜାଲୋ ପିଏଲାଟ୍‌ ଆର୍ଜେଣ୍ଟିନା ପକ୍ଷରୁ ଗୋଲ ସ୍କୋର କରି ସ୍ଥିତି ୪-୨କୁ ଆଣିଥିଲେ।

ଶେଷ କ୍ୱାର୍ଟରରେ ଫ୍ରାନ୍ସ ଧିମା ଖେଳ ପ୍ରଦର୍ଶନ କରିଥିଲା। ଏହାର ସୁଯୋଗ ନେଇ ଗୋଞ୍ଜାଲୋ ପିଏଲାଟ୍‌ ମ୍ୟାଚ୍‌ର ୪୮ତମ ମିନିଟ୍‌ରେ ଆଉ ଏକ ଗୋଲ ସ୍କୋର କରି ଦେଇଥିଲେ। ଫଳରେ ସ୍ଥିତି ୪-୩କୁ ଚାଲି ଆସିଥିଲା।

କିନ୍ତୁ ମ୍ୟାଚ୍‌ର ୫୪ତମ ମିନିଟ୍‌ରେ ଫ୍ରାନ୍ସ ପକ୍ଷରୁ ଫ୍ରସୁଆଁ ଗୋଏତ ଗୋଲ ସ୍କୋର କରି ବ୍ୟବଧାନକୁ ୫-୩ କରି ଦେଇଥିଲେ। ଶେଷ ମିନିଟ୍‌ରେ ଆର୍ଜେଣ୍ଟିନାକୁ ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ ଏହାକୁ ଦଳ ଗୋଲରେ ପରିଣତ କରିପାରି ନଥିଲା। ଶେଷରେ କଳିଙ୍ଗ ଷ୍ଟାଡିୟମରେ ଫ୍ରାନ୍ସ ତା’ର ସ୍ୱପ୍ନର ବିଜୟ ହାସଲ କରିବା ସହ କ୍ୱାର୍ଟର ଫାଇନାଲ୍‌ ଦୌଡ଼ରେ ନିଜକୁ ସାମିଲ କରିପାରିଥିଲା।



from Odisha Reporter https://ift.tt/2E6XRhU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages