ଡାଇବେଟିସ୍‌ ଓ କ୍ୟାନ୍‌ସର୍‌ରୁ ସୁରକ୍ଷା ଦିଏ କମଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

ଡାଇବେଟିସ୍‌ ଓ କ୍ୟାନ୍‌ସର୍‌ରୁ ସୁରକ୍ଷା ଦିଏ କମଳା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଶୀତ ଦିନେ କମଳା ଖାଇବା ଶରୀର ପାଇଁ ଖୁବ୍‌ ଉପକାରୀ। କମଳାରେ ଭିଟାମିନ୍‌-ସି’ ପ୍ରଚୁର ପରିମାଣରେ ଥାଏ। ଏଣୁ ପାଟିକୁ ସ୍ୱାଦିଷ୍ଟ ଲାଗୁଥିବା କମଳା ଶରୀରକୁ ଅନେକ ରୋଗରୁ ମଧ୍ୟ ରକ୍ଷା କରିଥାଏ। ଡାଇବେଟିସ୍‌ ଓ କ୍ୟାନ୍‌ସର୍‌ ପରି ମାରାତ୍ମକ ରୋଗ ମଧ୍ୟ କମଳା ଖାଇବା ଦ୍ୱାରା ନିୟନ୍ତ୍ରିତ ରହିଥାଏ।

ଏବେ ଆସନ୍ତୁ ଜାଣିବା, କମଳା ଆପଣଙ୍କ ଶରୀରକୁ କିପରି ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

୧. ବିଭିନ୍ନ ରୋଗରୁ ସୁରକ୍ଷା ଦିଏ
କମଳାରେ ଭରପୂର ଥିବା ଭିଟାମିନ୍‌-ସି’ ଏକ ଶକ୍ତିଶାଳୀ ଆଣ୍ଟି-ଅକ୍ସିଡାଣ୍ଟ୍‌। ଏଣୁ ନିୟମିତ କମଳା ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ିଥାଏ। ଏହାଦ୍ୱାରା ଭବିଷ୍ୟତରେ କ୍ୟାନ୍‌ସର୍‌ ହେବାର ଆଶଙ୍କା ମଧ୍ୟ ଦୂର ହୋଇଥାଏ।

୨. ତ୍ୱଚା ପାଇଁ ଲାଭଦାୟକ
କମଳାରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ୍‌ ତ୍ୱଚାକୁ ଅକ୍ସିଡାଇଜ୍‌ କରି ଏଥିରେ ଥିବା ଦାଗକୁ ଦୂର କରିଥାଏ। ଏହା ସହିତ ବ୍ରଣ ହେବାକୁ ମଧ୍ୟ ଦେଇ ନ ଥାଏ।

୩. କୋଲେଷ୍ଟ୍ରଲ୍‌ କମ୍‌ କରେ
କମଳାରେ ସାଇଟ୍ରସ୍‌ ଏସିଡ୍‌ ରହିଛି। ଏହା ସହ ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ୍‌ ଶରୀରରେ ଖରାପ କୋଲେଷ୍ଟ୍ରଲ୍‌ର ସ୍ତରକୁ ହ୍ରାସ କରି ହୃଦୟକୁ ସୁସ୍ଥ ରଖିଥାଏ।

୪. ଡାଇବେଟିସ୍‌କୁ ନିୟନ୍ତ୍ରଣରେ ରଖେ
କମଳାରେ ପ୍ରାକୃତିକ ସୁଗାର୍‌ ଥିବାରୁ ଏହା ଖାଇବା ଦ୍ୱାରା ଶରୀରର ସୁଗାର୍‌ର ସ୍ତର ବଢ଼ି ନ ଥାଏ। ଏହା ସହ ନିୟମିତ କମଳା ଖାଇଲେ ଭବିଷ୍ୟତରେ ଡାଇବେଟିସ୍‌ ଆକ୍ରାନ୍ତ ହେବାର ଆଶଙ୍କା ଦୂର ହୋଇଥାଏ। ଆଉ ଡାଇବେଟିସ୍‌ ଆକ୍ରାନ୍ତ ହୋଇଥିଲେ ମଧ୍ୟ କମଳା ଶରୀରରେ ଡାଇବେଟିସ୍‌କୁ ନିୟନ୍ତ୍ରଣରେ ରଖିଥାଏ।

୫. ଆଖିକୁ ସୁସ୍ଥ ରଖେ
କମଳାରେ ଥିବା କେରାଟିନାଇଡ୍‌ ନାମକ ଭିଟାମିନ୍‌ରେ ପ୍ରଚୁର ମାତ୍ରାରେ ଭିଟାମିନ୍‌-ଏ’ ଅଛି। ଏଣୁ କମଳା ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢ଼ିବା ସହିତ ଆଖି ସୁସ୍ଥ ରହିଥାଏ।



from Odisha Reporter https://ift.tt/2EyE7o2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages