
ଶ୍ରୀନଗର: ମଞ୍ଚ ଅଭିନୟ ପାଇଁ ଓଡ଼ିଶା ଆସିଥିଲା, ପରେ ସାହିଦ କପୁରଙ୍କ ସହିତ ‘ହାଇଦର ଅଲ୍ଲୀ’ ଫିଲ୍ମରେ ଅଭିନୟ କରିଥିଲା ଆଉ ଏବେ ଆତଙ୍କବାଦୀ ପାଲଟିଥିବା କଶ୍ମୀରୀ ସକିବ୍ ବିଲାଲ୍ ଆତଙ୍କୀ ଯବାନ୍ ଗୁଳି ବିନିମୟରେ ପ୍ରାଣ ହରାଇଛି।
ଚଳିତ ବର୍ଷ ଅଗଷ୍ଟ ୩୧ ତାରିଖରେ ନବମ ଶ୍ରେଣୀରେ ପଢ଼ୁଥିବା ଅନ୍ୟ ଜଣେ କଶ୍ମୀରୀ ସହିତ ଘର ଛାଡ଼ିଥିବା ବିଲାଲ୍ ସହିତ ଜଣେ ଲସ୍କର-ଇ-ତାଇବା ଆତଙ୍କୀ ମଧ୍ୟ ନିହତ ହୋଇଛି। ଗତ ଡିସେମ୍ବର ୯ ତାରିଖରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଂଘଟିତ ୧୮ ଘଣ୍ଟାର ଲଢ଼େଇରେ ଭାରତୀୟ ଯବାନଙ୍କୁ ଏହି ସଫଳତା ମିଳିଛି।
ବିଲାଲ୍ ଘରୁ ଚାଲିଯିବା ପରେ ତାଙ୍କ ପରିବାର ଲୋକେ ତାଙ୍କ ନିଷ୍ପତ୍ତି ବାବଦରେ ବୁଝିପାରନଥିଲେ। ସେମାନେ ସବୁଆଡ଼େ ଖୋଜିବାକୁ ଆରମ୍ଭ କଲେ ମଧ୍ୟ ପାଇନଥିଲେ, ଏପରିକି ତାଙ୍କ ମା’ ପୁଅର ସୁରକ୍ଷା ପାଇଁ କୌଣସି ଜଣେ ସାଧକଙ୍କଠାରୁ ଡେଉଁରିଆ ମଧ୍ୟ ଆଣିଥିଲେ।
ବିଲାଲ୍ଙ୍କ ମାମୁଁ ଏହି ବିଷୟରେ କହନ୍ତି, “ପ୍ରାୟ ମାସେ କାଳ ଆମେ ତାକୁ ଖୋଜିଥିଲୁ। କିନ୍ତୁ ପରେ ଯାହା ଜାଣିଲୁ ନିଜକୁ ବିଶ୍ୱାସ ମଧ୍ୟ କରିପାରିଲୁନି। ତା’ର ଇଞ୍ଜିନିୟରିଂରେ ଆଗ୍ରହ ଥିଲା। ଏମିତି କାହିଁକି ହେଲା ଆମେ ବୁଝିପାରୁନୁ। ସେଦିନ ସେ ସଉଦା ପାଇଁ ଯାଇଥିଲା, ଦେଖିଥିବା ଲୋକେ କୁହନ୍ତି ଏ ଦୁଇ ଜଣ ଜଣେ ତୃତୀୟ ବ୍ୟକ୍ତିଙ୍କ ପଛରେ ବାଇକ୍ରେ ବସିଯାଇଥିଲେ।”
ସେ ଦଶମ ଶ୍ରେଣୀ ପାସ୍ କରି ସାରିଛି ଏବଂ ବର୍ତ୍ତମାନ ବିଜ୍ଞାନରେ ଏକାଦଶ ପଢ଼ୁଥିଲା। ତାକୁ ଷଷ୍ଠ ଶ୍ରେଣୀ ହୋଇଥିବାବେଳେ ସେ ହାଇଦର ଫିଲ୍ମରେ ଦୁଇଟି ଦୃଶ୍ୟ ଅଭିନୟ କରିଥିଲା। ସେ ‘Weath chi Yeahi (This is the river)’ ମଞ୍ଚ ଅଭିନୟ ପାଇଁ ପୁରସ୍କାର ପାଇଥିଲା ଏବଂ ଏହାର ପୁନରାବୃତ୍ତି ଥରେ ଓଡ଼ିଶା ମଧ୍ୟ ଆସିଥିଲା।
କମ୍ ବୟସର ପିଲାଙ୍କର ଏବଂ ବିଶେଷ କରି ନାବାଳକଙ୍କ ଜୀବନକୁ ନେଇ ଖେଳୁଥିବା ଆତଙ୍କୀ ସଂଗଠନ ମାନଙ୍କ ବିରୋଧରେ ଜମ୍ମୁକଶ୍ମୀରବାସୀ ବର୍ତ୍ତମାନ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରିଛନ୍ତି।
from Odisha Reporter https://ift.tt/2RYFr6U
No comments:
Post a Comment