ସବିତାଙ୍କୁ ପୋଡ଼ି ମାରି ଦେଲେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ସବିତାଙ୍କୁ ପୋଡ଼ି ମାରି ଦେଲେ!

rtytyyuy70000

ତେଲକୋଇ (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କରଦାଙ୍ଗି ଘୋଡ଼ାବେଡ଼ା ସାହିରେ ଜଣେ ମହିଳାଙ୍କୁ କିରାସିନ ଢାଳି ପୋଡ଼ି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଟୁନା ମହାନ୍ତଙ୍କ ସ୍ତ୍ରୀ ସବିତା ମହାନ୍ତ।

ଟୁନା ଆଉ ଜଣେ ଝିଅକୁ ଭଲ ପାଉଛି ବୋଲି ସବିତାଙ୍କ ବାପା ଲମ୍ବୋଦର ମହାନ୍ତ ଅଭିଯୋଗ କରିଛନ୍ତି। ଏହି କାରଣରୁ ସବିତାଙ୍କୁ ଶ୍ୱଶୁର ଘର ଲୋକେ ପୋଡ଼ି ମାରି ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ସବିତା ନିଜ ଦେହରେ କିରାସିନ ଢାଳି ନିଆଁ ଲଗାଇ ଦେଇଥିଲା ବୋଲି ଟୁନା କହିଛନ୍ତି। ତାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ବି ସେ ସଫଳ ହୋଇନଥିଲେ ବୋଲି ଟୁନା ସଫେଇ ଦେଇଛନ୍ତି।

ତେଲକୋଇ ଥାନା ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି। ମୃତ ମହିଳାଙ୍କ ବାପଘର ଲୋକଙ୍କ ଅଭିଯୋଗ ଆଧାରରେ ଟୁନା, ତାଙ୍କ ବାପା ଓ ମାଆଙ୍କୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି।



from Odisha Reporter http://bit.ly/2s0RF3m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages