ପୋଡ଼ି ଯାଇଥିବା ବ୍ରେଡ୍‌ କାହିଁକି ଖାଇବା ଉଚିତ୍‌ ନୁହେଁ, ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 24, 2018

ପୋଡ଼ି ଯାଇଥିବା ବ୍ରେଡ୍‌ କାହିଁକି ଖାଇବା ଉଚିତ୍‌ ନୁହେଁ, ଜାଣନ୍ତୁ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସୁସ୍ଥ ରହିବା ପାଇଁ ସୁସ୍ଥ ଜୀବନଶୈଳୀ ଓ ସୁସ୍ଥ ଆହାର ନିହାତି ଜରୁରୀ।  କିନ୍ତୁ ଆଜିକାଲି ଲୋକମାନେ ତେଲ ମସଲା ଯୁକ୍ତ ଖାଦ୍ୟ ଓ ଜଙ୍କ୍‌ ଫୁଡ୍‌ ଅଧିକ ସେବନ କରୁଛନ୍ତି।  ବହୁତ ଲୋକ ଖାଇବାରେ ବ୍ରେଡ୍‌ ବି ସେବନ କରନ୍ତି। ଖାସ୍‌ କରି ସେହିମାନେ ଯେଉଁମାନେ ସହରୀ ଜୀବନଶୈଳୀରେ ଚଳି ଆସୁଛନ୍ତି।

ଅନେକ ବ୍ରେଡ୍‌କୁ ସେକି ଖାଇବାକୁ ପସନ୍ଦ କରନ୍ତି। ଆଉ ବ୍ରେଡ୍‌ ସେକୁ ସେକୁ ପୋଡ଼ି ମଧ୍ୟ ଯାଏ। ଜଲ୍‌ଦି ଦଲ୍‌ଦିରେ ଆମେ ପୋଡ଼ା ହୁଆ ବ୍ରେଡ୍‌ ମଧ୍ୟ ଖାଇଦେଉ।  କିନ୍ତୁ ଅନେକ ଜାଣି ନ ଥିବେ ବ୍ରେଡ୍‌ର ଜଳିଯାଇଥିବା ଅଂଶ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ହାନୀକାରକ। ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଜଳି ଯାଇଥିବା ବ୍ରେଡ୍‌ ଖାଇବା ସ୍ୱାସ୍ଥ୍ୟ ପାଇଁ କାହିଁକି ଖରାପ୍‌।

ଏକ ଗବେଷଣାରୁ ଜଣା ପଡ଼ିଛି ଯେ,  ଯେଉଁ ଖାଦ୍ୟ ପଦାର୍ଥକୁ ଉଚ୍ଚ ତାପମାତ୍ରାରେ  ରୋଷେଇ କରାଯାଏ ସେଥିରେ ‘ଏକ୍ସିଲାମାଇଡ’ ନାମକ ଏକ ଯୌଗିକ ମିଳିଥାଏ। ଯାହା କର୍କଟ ରୋଗର କାରଣ ହୋଇଥାଏ।

ଏକ୍ସିଲାମାଇଡ୍‌ କ’ଣ:  ଏହା ଏକ କେମିକଲ ଯାହାକୁ ଅନେକ ସମୟର କାଗଜ ଓ ପ୍ଲାଷ୍ଟିକ ତିଆରି କରିବାରେ ବ୍ୟବହାର କରାଯାଇଥାଏ।  ଏଥିରୁ କିଛି ଅଂଶ ଖାଦ୍ୟ ପଦାର୍ଥରେ ମଧ୍ୟ ପ୍ରୟୋଗ କରାଯାଇଥାଏ। ଏକ ଅଧ୍ୟୟନ ଅନୁଯାୟୀ  ଯେତେବେଳେ କିଛି ଖାଦ୍ୟ ପଦାର୍ଥକୁ ବହୁତ ଉଚ୍ଚ ତାପମାନରେ  ଗରମ କରାଯାଏ  ସେ ସମୟରେ ରାସୟନିକ ପ୍ରତିକ୍ରିୟାର ପରିଣାମ ସ୍ୱରୂପ  ଏକ୍ସିଲମାଇଟ୍‌ର ଗଠନ ହୋଇଥାଏ।

କେମିତି ହୋଇଥାଏ:  ଜଳି ଯାଇଥିବା  ଭୋଜନ ରସାୟନରେ ପ୍ରବେଶ ହୋଇପାରେ ଯାହା ଆଗକୁ ଜୀବିତ କୋଶିକାଗୁଡ଼ିକରେ ପରିବର୍ତ୍ତନ ହୋଇଥାଏ।  ଆଉ କର୍କଟ ରୋଗର କାରଣ ହୋଇଥାଏ। ବିଶେଷଜ୍ଞଙ୍କ ତଥ୍ୟାନୁଯାୟୀ ଏକ୍ସିଲାମାଇଡ୍‌ ଶରୀରରେ ନ୍ୟୁରୋ ଟକ୍ସିନ୍‌ ରୂପରେ ବି କାର୍ଯ୍ୟ କରିଥାଏ।

ନିରାକରଣ: ଆପଣ ବ୍ରେଡ୍‌କୁ ଅଳ୍ପ ଆଞ୍ଚ ଦେଇ ସେକି ଖାଇଲେ କୌଣସି ଅସୁବିଧା ନାହିଁ।



from Odisha Reporter http://bit.ly/2GDJODe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages