ଆରବିଆଇ ଗଭର୍ଣ୍ଣର ହେଲେ ଓଡ଼ିଆପୁଅ ଶକ୍ତିକାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 11, 2018

ଆରବିଆଇ ଗଭର୍ଣ୍ଣର ହେଲେ ଓଡ଼ିଆପୁଅ ଶକ୍ତିକାନ୍ତ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଗଭର୍ଣ୍ଣର ଉର୍ଜିତ ପଟେଲ ନିଜ ପଦରୁ ଇସ୍ତଫା ଦେବାପରେ ଶକ୍ତିକାନ୍ତ ଦାସଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଛି। ସର୍ବୋଚ୍ଚ ବ୍ୟାଙ୍କର ଶୀର୍ଷ ଦାୟିତ୍ୱ ନେବାରେ ଶକ୍ତିକାନ୍ତ ପ୍ରଥମ ଓଡ଼ିଆ। ସେ ଆଗାମୀ ୩ ବର୍ଷ ଯାଏ ଏହି ଦାୟିତ୍ୱ ତୁଲାଇବେ।

୨୦୧୫ରୁ ୨୦୧୭ ମସିହାଯାଏ ଅର୍ଥନୀତିକ ବ୍ୟାପାର ସଚିବ ଦାୟିତ୍ୱ ତୁଲାଇଥିବା ଶ୍ରୀ ଦାସ ବର୍ତ୍ତମାନ ଅର୍ଥ କମିଶନ୍‌ର ସଦସ୍ୟଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର କାର୍ଯ୍ୟଦକ୍ଷତା ଏବଂ ଦୂରଦୃଷ୍ଟି କୁ ସମ୍ମାନ ଜଣାଇ କେନ୍ଦ୍ର ସରକାର ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି।

୨୦୧୪ ଜୁନ୍‌ ୧୬ରେ ତାଙ୍କୁ ପ୍ରଥମେ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ରାଜସ୍ୱ ବିଭାଗର ଦାୟିତ୍ୱ ଦିଆଯାଇଥିଲା।

ସେ ହିଁ ୨୦୧୬ ମସିହାରେ ଲାଗୁ ହୋଇଥିବା ନୋଟ୍‌ବନ୍ଦୀ ନିଷ୍ପତ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ନୋଟ୍‌ବନ୍ଦୀର ସଫଳତାକୁ ନେଇ ପ୍ରଶ୍ନ ଉଠିବା ସମୟରେ ସେ ହିଁ ସରକାରଙ୍କ ପକ୍ଷ ରଖିଥିଲେ।

୧୯୮୦ ବ୍ୟାଚ୍‌ ତାମିଲନାଡ଼ୁ କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ ଶକ୍ତିକାନ୍ତଙ୍କ ଘର ଓଡ଼ିଶାର ଭୁବନେଶ୍ୱର ସହରରେ। ସେ ୨୫ତମ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଗଭର୍ଣ୍ଣର ଭାବେ କାର୍ଯ୍ୟ କରିବେ। ଆଗକୁ ଛପା ହେବାକୁ ଥିବା ନୋଟ୍‌ରେ ପ୍ରଥମ ଥର ପାଇଁ ଜଣେ ଓଡ଼ିଆଙ୍କ ସ୍ୱାକ୍ଷର ରହିବ।

୧୯୫୭ ମସିହା ଫେବୃଆରୀ ୨୬ରେ ଜନ୍ମଗ୍ରହଣ କରିଥିଲେ ଶକ୍ତିକାନ୍ତ। ସେ ଭାରତ ପକ୍ଷରୁ ଜି-୨୦ ସମ୍ମିଳନୀରେ ଶେର୍‌ପା ଭାବେ ପ୍ରତିନିଧିତ୍ୱ କରିସାରିଛନ୍ତି।



from Odisha Reporter https://ift.tt/2EbdhSd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages