ଭାରତର ଶୋଚନୀୟ ପରାଜୟ: ୧-୧ରେ ସିରିଜ୍‌ ବରାବର କଲା ଅଷ୍ଟ୍ରେଲିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

ଭାରତର ଶୋଚନୀୟ ପରାଜୟ: ୧-୧ରେ ସିରିଜ୍‌ ବରାବର କଲା ଅଷ୍ଟ୍ରେଲିଆ

India-vs-Australia

ଅଷ୍ଟ୍ରେଲିୟା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ଶୋଚନୀୟ ପରାଜୟ ବରଣ କରିଛି। ୨୮୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ମାତ୍ର ୧୪୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି। ଏହି ବିଜୟ ଫଳରେ ଘରୋଇ ଅଷ୍ଟ୍ରେଲିଆ ଦଳ ୪ଟିକିଆ ସିରିଜ୍‌କୁ ୧-୧ରେ ବରାବର କରିଛି।

ଅଷ୍ଟ୍ରେଲିଆ ବୋଲରଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇ ନପାରି ଗତକାଲି ୪ର୍ଥ ଦିନ ଶେଷ ସୁଦ୍ଧା ଭାରତ ୫ ୱିକେଟ୍‌ ହରାଇ ୧୧୨ ରନ୍‌ କରିଥିଲା। ଷ୍ଟମ୍ପ ଅପସାରଣ ବେଳକୁ ୱିକେଟ୍‌ କିପର ବ୍ୟାଟସ୍‌ମ୍ୟାନ୍‌ ରିଷଭ ପନ୍ତ ୯ ରନ୍‌ ଓ ହନୁମା ବିହାରୀ ୨୪ ରନ୍‌ କରି ଅପରାଜିତ ରହିଥିଲେ।

ବିଜୟଠାରୁ ୧୭୫ ରନ୍‌ ଦୂରରେ ଥିବା ଭାରତୀୟ ଦଳ ଆଜି ଶେଷ ଦିନରେ ବ୍ୟାଟିଂ ଆରମ୍ଭ କରିଥିଲା। ହନୁମା ଗତକାଲିର ରନ୍‌ରେ ମାତ୍ର ୪ ରନ୍‌ ଯୋଡ଼ି ୨୮ ରନ୍‌ରେ ଆଜି ପ୍ରଥମେ ଆଉଟ୍‌ ହୋଇଥିଲେ। ଗତକାଲିର ଅପରାଜିତ ବ୍ୟାଟ୍ସମ୍ୟାନ୍‌ ପନ୍ତ କିଛିଟା ସଂଘର୍ଷ କରିଥିଲେ ମଧ୍ୟ ବେଶି ସମୟ ତିଷ୍ଠି ପାରି ନଥିଲେ। ଆଜି ନିଜ ସ୍କୋରରେ ଆଉ ୨୧ ରନ୍ ଜୋଡ଼ି ପନ୍ତ ମୋଟ ୩୦ ରନ୍‌ କରି ଆଉଟ୍‌ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉମେଶ ଯାଦବ ୨ କରିଥିବା ବେଳେ ଯଶପ୍ରୀତ ବୁମ୍ରା ଏବଂ ଇଶାନ୍ତ ଶର୍ମା ଖାତା ଖୋଲି ପାରି ନଥିଲେ। ସେହିପରି ମହମ୍ମଦ ଶାମି ଖାତା ନଖୋଲି ଅପରାଜିତ ରହିଥିଲେ।

୨୮୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପ୍ନର ଲୋକେଶ ରାହୁଲ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୂରଲୀ ବିଜୟ ୨୦, ଚେତେଶ୍ୱର ପୂଜାରା ୪, ବିରାଟ କୋହଲି ୧୭ ଏବଂ ଆଜିଙ୍କ୍ୟା ରାହାଣେ ୩୦ ରନ୍‌ କରିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍‌ ଷ୍ଟାର୍କ ଏବଂ ନେଥନ ଲିୟନ ୩ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ଜୋଶ ହେଜେଲଉଡ୍‌ ଏବଂ ପ୍ୟାଟ୍‌ କମିନ୍ସ ୨ଟି ଲେଖାଏ ୱିକେଟ୍‌ ନେଇଥିଲେ।

ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୩୨୬ ରନ୍‌ କରିଥିବା ବେଳେ ଭାରତ ପ୍ରଥମ ପାଳିରେ ୨୮୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।



from Odisha Reporter https://ift.tt/2GBBdRF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages