
ଆଠଗଡ଼(ନୀଳକଣ୍ଠ ଦୋରା): କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ପାର୍ବତୀପୁର ଗାଁରେ ବାସି ଖାଦ୍ୟ ଖାଇ ୪୦ରୁ ଊର୍ଦ୍ଧ୍ୱ ଶିଶୁ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଅଛି। ସେମାନଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ପାର୍ବତୀପୁର ଗାଁରେ ରାତିରେ ଏକ ଦଶାହ ଭୋଜି ହୋଇଥିଲା। ଭୋଜିରେ କିଛି ଖାଦ୍ୟ ବଳି ପଡ଼ିଥିଲା। ଏହି ବାସି ଖାଦ୍ୟକୁ ଆଜି ସକାଳେ ପିଲାମାନଙ୍କୁ ଖାଇବାକୁ ଦିଆଯାଇଥିଲା। ଏହି ଖାଦ୍ୟ ଖାଇବା ପରେ ପିଲାମାନଙ୍କୁ ବାନ୍ତି ଓ ଝାଡ଼ା ହୋଇଥିଲା।
ବାସି ଖାଦ୍ୟ ପାଇଁ ପିଲାମାନେ ଅସୁସ୍ଥ ହୋଇଥିବା ଡାକ୍ତର କହିଛନ୍ତି।
from Odisha Reporter https://ift.tt/2QLAl0m
No comments:
Post a Comment