
ନୂଆଦିଲ୍ଲୀ: ରିସେପ୍ସନ୍ ପାର୍ଟି ପୂର୍ବରୁ ବଲିଉଡ୍ ‘ଦେଶୀ ଗର୍ଲ୍’ ପ୍ରିୟଙ୍କା ଚୋପ୍ରାଙ୍କ ବିବାହ ପରର ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି।
ଯୋଧପୁରର ଉମେଦ୍ ଭବନରେ ଡିସେମ୍ବର ୧ ଓ ୨ ତାରିଖ, ଦୁଇ ଦିନ ଧରି ଉଭୟ ଖ୍ରୀଷ୍ଟିଆନ୍ ଓ ହିନ୍ଦୁ ରୀତିରେ ବିବାହ କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଓ ତାଙ୍କ ହଲିଉଡ୍ ସ୍ୱାମୀ ନିକ୍ ଜୋନସ୍ ଆଜି ଦିଲ୍ଲୀରେ ପ୍ରଥମ ରିସେପ୍ସନ୍ ପାର୍ଟି ଦେଉଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି।
ତେବେ ଶୁଣିବାକୁ ମିଲୁଥିଲା, ‘ଦୀପ୍ବୀର୍’ଙ୍କ ପରି ‘ନିକ୍ୟଙ୍କା’ ବାହାଘର ପରେ ସେମାନଙ୍କ ବିବାହ ବେଳର ଫଟୋ ସୋଶାଲ୍ ମିଡିଆରେ ଶେୟାର୍ କରିବେ। କିନ୍ତୁ ବିବାହ ୨ ଦିନ ପର ଅର୍ଥାତ୍ ଆଜିଯାଏ ପ୍ରିୟଙ୍କା ଏହି ଫଟୋ ଶେୟାର୍ କରିନାହାନ୍ତି। ଫ୍ୟାନ୍ମାନେ ଉଭୟ ପ୍ରିୟଙ୍କା ଓ ନିକ୍ଙ୍କୁ ସେହି ବିବାହ ମୂହୂର୍ତ୍ତର ଫଟୋରେ ଦେଖିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଥିବାବେଳେ ସୋମବାର ଏହି ନବବିବାହିତ ଦମ୍ପତିଙ୍କୁ ଯୋଧପୁର ଏୟାର୍ପୋର୍ଟ ନିକଟରେ କ୍ୟାମେରାର ଲେନ୍ସ୍ କଏଦ୍ କରିଛି।
ବାହାଘର ପରେ ‘ନିକ୍ୟଙ୍କା’ଙ୍କ ଏହା ପ୍ରଥମ ଯୁଗଳ ଫଟୋ। ଏଥିରେ ଏହି ନ୍ୟୁଲି ମ୍ୟାରେଡ୍ କପଲ୍ ବେଶ୍ ସୁନ୍ଦର ଲାଗୁଛନ୍ତଚି। ବିଶେଷ କରି ପ୍ରିୟଙ୍କା ମଥାରେ ସିନ୍ଦୁର ଓ ବେକରେ ମଙ୍ଗଳସୂତ୍ର ପିନ୍ଧି ଏକଦମ୍ ନୂଆ ବୋହୂ ପରି ଲାଗୁଛନ୍ତି। ପ୍ରିୟଙ୍କା ପିନ୍ଧି ଥିବା ସବୁଜ ରଙ୍ଗର ଶାଢ଼ୀକୁ ହାଇପ୍ରେଫାଇଲ୍ ଡିଜାଇନର୍ ସବ୍ୟସାଚୀ ପ୍ରସ୍ତୁତ କରିଛନ୍ତି।
ବିବାହର ପ୍ରତ୍ୟେକ ମୁହୂର୍ତ୍ତ ସବୁ ଝିଅଙ୍କ ପାଇଁ ଖାସ୍ ହୋଇଥାଏ। ପ୍ରିୟଙ୍କାଙ୍କ ପାଇଁ ମଧ୍ୟ ଏହି ସମୟ ସ୍ୱତନ୍ତ୍ର ଥିଲା। ସୂଚନା ଅନୁଯାୟୀ, ବରଣମାଳା ପିନ୍ଧା ସମୟରେ ପ୍ରିୟଙ୍କା ବେଶ୍ ଭାବପ୍ରବଣ ହୋଇ ପଡ଼ିଥିଲେ। ଏପରିକି ତାଙ୍କ ଆଖିରୁ ଲୁହ ବୋହି ପଡ଼ିଥିଲା। ସେହି ସମୟରେ ନିକ୍ ତାଙ୍କୁ ସମ୍ଭାଳିଥିଲେ। ପ୍ରିୟଙ୍କାଙ୍କର ଚୂଡ଼ି ସେରିମନିରେ ଅଭିନେତ୍ରୀ ତଥା ପ୍ରିୟଙ୍କାଙ୍କ ସମ୍ପର୍କୀୟ ଭଉଣୀ ପରିନୀତି ଚୋପ୍ରାଙ୍କ ବାପା ୨୧ଟି ଚୁଡ଼ି ଉପହାର ଦେଇଥିଲେ। ପ୍ରିୟଙ୍କାଙ୍କ ବାପା ନ ଥିବାରୁ ଏହି ରସମ୍ ତାଙ୍କ ଅଙ୍କଲ୍ କରିଥିଲେ।
#WATCH: Priyanka Chopra and Nick Jonas leave from Jodhpur. The couple tied knot in a two-day event at Jodhpur's Umaid Bhawan Palace on December 1-2. #Rajasthan pic.twitter.com/wrktESuz1e
— ANI (@ANI) December 3, 2018
ଆଜି ରାତିରେ ହେବାକୁ ଥିବା ପାର୍ଟି ପରେ ‘ନିକ୍ୟଙ୍କା’ ମୁମ୍ବାଇରେ ମଧ୍ୟ ଆଉ ଏକ ରିସେପ୍ସନ୍ ପାର୍ଟି ଦେବେ। ଏଥିରେ ବଲିଉଡ୍ରେ ଅନେକ ନାମୀ ଦାମୀ କଳାକାର ସାମିଲ୍ ହେବେ।
from Odisha Reporter https://ift.tt/2RsWZrG
No comments:
Post a Comment