ଟ୍ରାଏଲ ରନ୍‌ ବେଳେ ପ୍ରଥମ ଇଞ୍ଜିନ୍‌ ବିହୀନ ଟ୍ରେନ୍‌କୁ ଟେକା ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 20, 2018

ଟ୍ରାଏଲ ରନ୍‌ ବେଳେ ପ୍ରଥମ ଇଞ୍ଜିନ୍‌ ବିହୀନ ଟ୍ରେନ୍‌କୁ ଟେକା ମାଡ଼

ନୂଆଦିଲ୍ଲୀ: ଭାରତର ପ୍ରଥମ ଇଞ୍ଜିନ୍‌ ବିହୀନ ଦ୍ରୁତଗାମୀ ଟ୍ରେନ୍‌ ବିଧିବଦ୍ଧ ଭାବେ ଲୋକଙ୍କୁ ସେବା ଯୋଗାଇବା ପୂର୍ବରୁ ଅଘଟଣ ଘଟିଛି। ଟ୍ରେନ୍‌-୧୮ ନାମକ ଏହି ସ୍ୱତନ୍ତ୍ର ଟ୍ରେନ୍‌ଟି ଆଜି ପରୀକ୍ଷାମୂଳକ ଭାବେ ଦିଲ୍ଲୀରୁ ଆଗ୍ରା ୧୮୦ କିମି ଯାତ୍ରା କରିଥିଲା। ତେବେ ଏହାକୁ ବିଭିନ୍ନ ସ୍ଥାନରେ ଟେକା ପଥର ମାଡ଼ କରାଯାଇଛି। ଫଳରେ ଏଥିରେ ଲାଗିଥିବା କାଚ ଭାଙ୍ଗି ଯାଇଛି। ଆମ ଲୋକଙ୍କୁ ଦ୍ରୁତଗାମୀ ଟ୍ରେନ ପସନ୍ଦ ନୁହେଁ ବୋଲି ପଥର ଫିଙ୍ଗାଳୀମାନେ ଜଣାଇ ଦେବାକୁ ଚେଷ୍ଟା କରିଛନ୍ତି।

ଏହି ଟ୍ରେନ୍‌-୧୮କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୯ ତାରିଖରେ ପତାକା ଦେଖାଇ ଶୁଭାରମ୍ଭ କରିବେ। ପ୍ରାଥମିକ ପର୍ଯ୍ୟାୟରେ ଏହା ଦିଲ୍ଲୀରୁ ବାରଣାସୀ ମଧ୍ୟରେ ଚଳାଚଳ କରିବ। ଏହି ଇଞ୍ଜିନ ବିହୀନ ଟ୍ରେନ୍‌ର ନିର୍ମାଣ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଏହା ଘଣ୍ଟାପ୍ରତି ୧୮୦ କିମି ବେଗରେ ଯିବ। ଏଥିରେ ୱାଇଫାଇ, ଜିପିଏସ୍‌ ସିଷ୍ଟମ, ଟଚ୍‌ ଫ୍ରି ବାୟୋ ଭ୍ୟାକୁମ ଟଏଲେଟ୍‌, ଏଲ୍‌ଇଡି ଲାଇଟ୍‌, ମୋବାଇଲ ଚାର୍ଜିଂ ପଏଣ୍ଟସ ଓ କ୍ଲାଇମେଟ୍‌ କଣ୍ଟ୍ରୋଲ ସିଷ୍ଟମ ରହିଛି, ଯାହା ପରିବେଶ ଅନୁଯାୟୀ ତାପମାତ୍ରା ନିୟନ୍ତ୍ରଣ କରିବ। ଟ୍ରେନ୍‌ଟିରେ ଥିବା ଦୁଇଟି ଏକଜିକ୍ୟୁଟିଭ୍‌ ବଗିରେ ୫୨ ଜଣ ବସିବାର ବ୍ୟବସ୍ଥା ଥିବା ବେଳେ ଟ୍ରେଲର କୋଚ୍‌ରେ ୭୮ ଜଣ ବସିବାର ବ୍ୟବସ୍ଥା ରହିଛି।

ଏହା ଦିଲ୍ଲୀ ଷ୍ଟେସନରୁ ସକାଳ ୬ଟାରେ ଛାଡ଼ିବ ଏବଂ ବାରାଣସୀରେ ମଧ୍ୟାହ୍ଣ ୨ଟାରେ ପହଞ୍ଚିବ। ସେହିପରି ବାରାଣସୀରୁ ୨.୩୦ରେ ଛାଡ଼ିବ ଏବଂ ଦିଲ୍ଲୀରେ ରାତି ୧୦.୩୦ରେ ପହଞ୍ଚିବ।



from Odisha Reporter https://ift.tt/2PS9IlQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages