‘ଜନ୍ମ ବାର’ ଅନୁସାରେ ଜାଣନ୍ତୁ ବ୍ୟକ୍ତିଙ୍କ ସ୍ୱଭାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 3, 2018

‘ଜନ୍ମ ବାର’ ଅନୁସାରେ ଜାଣନ୍ତୁ ବ୍ୟକ୍ତିଙ୍କ ସ୍ୱଭାବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଜଣେ ବ୍ୟକ୍ତିଙ୍କ ‘ଜନ୍ମ ବାର’ ଅନୁସାରେ ତାଙ୍କ ବ୍ୟକ୍ତିତ୍ୱ ଜାଣି ହୁଏ। ଏହି ‘ଜନ୍ମ ବାର’ରୁ ତାଙ୍କ ସ୍ୱଭାବ ଓ ଗୁଣର ପରିଚୟ ମିଳିଥାଏ। ‘ଜନ୍ମ ବାର’ ବ୍ୟକ୍ତିଙ୍କ କ୍ୟାରିଅର୍‌ ଠାରୁ ଆରମ୍ଭ କରି ତାଙ୍କ ଜୀବନ ଯାତ୍ରାକୁ ମଧ୍ୟ ପ୍ରଭାବିତ କରିଥାଏ। ସେହି ଦୃଷ୍ଟିରୁ ବିଭିନ୍ନ ବାରରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ୱଭାବ ଭିନ୍ନ ଭିନ୍ନ ହୋଇଥାଏ।

ଏବେ ଆସନ୍ତୁ କେଉଁ ବାରରେ ଜନ୍ମ ବ୍ୟକ୍ତିଙ୍କର ସ୍ୱଭାବ କିପରି ହୋଇଥାଏ।

ସୋମବାର: ଏହି ବାରରେ ଜନ୍ମ ହୋଇଥିବା ଝିଅ ଓ ପୁଅ, ଉଭୟ ଦେଖିବାକୁ ପାଇଁ ଖୁବ୍ ସୁନ୍ଦର। ଏମାନଙ୍କର ମନ ଖୁବ୍‌ ନିର୍ମଳ। ପ୍ରତିହିଂସା କି ପ୍ରତିଶୋଧର ଭାବ ଏମାନଙ୍କ ମନରେ ନ ଥାଏ। ସବୁବେଳେ ସମସ୍ତଙ୍କ ମଧ୍ୟରେ ଏମାନେ ଭଲଗୁଣ ହିଁ ଦେଖନ୍ତି। ତେଣୁ ଏମାନଙ୍କ ଜୀବନ ସବୁବେଳେ ସୁଖ ଓ ଶାନ୍ତିପୂର୍ଣ୍ଣ ରହିଥାଏ।

ମଙ୍ଗଳବାର: ମଙ୍ଗଳବାରରେ ଜନ୍ମ ହୋଇଥିବା ବ୍ୟକ୍ତି ସାଧାରଣତଃ ଶକ୍ତ ମନୋବଳର ଅଧିକାରୀ ହୋଇଥା’ନ୍ତି। ଏମାନେ କାହାକୁ ଶୀଘ୍ର ବିଶ୍ୱାସ କରନ୍ତି ନାହିଁ। ଏମାନଙ୍କ ପାଖରେ ଉତ୍ତମ ନେତୃତ୍ୱର ଗୁଣ ରହିଥାଏ। ଉଚିତ୍‌ ତର୍କ କରି ଏମାନେ ସମସ୍ତଙ୍କ ପ୍ରିୟପାତ୍ର ହୁଅନ୍ତି। ସବୁବେଳେ ବୁଝି ବିଚାରି କାମ କରନ୍ତି। ମିଛ କହୁଥିବା ଲୋକଙ୍କୁ ଏମାନେ ଆଦୌ ପସନ୍ଦ କରନ୍ତି ନାହିଁ। ନିଜେ ସଚ୍ଚୋଟ ହୋଇଥା’ନ୍ତି ଓ ସବୁବେଳେ ଠିକ୍‌ କଥା କହିଥାନ୍ତି। ଜୀବନରେ ବିପଥଗାମୀ ହୋଇ କିଛି ହାସଲ କରିବାକୁ ଏମାନେ ପସନ୍ଦ କରନ୍ତି ନାହିଁ। ବିଶ୍ୱାସ ଓ ନୈତିକତାକୁ ଗୁରୁତ୍ୱ ଦିଅନ୍ତି। ସାଧାରଣ ଜୀବନଯାପନ କରିବାକୁ ପସନ୍ଦ କରିବା ସହିତ ଅଳ୍ପରେ ସନ୍ତୁଷ୍ଟ ରୁହନ୍ତି।

ବୁଧବାର: ଏହି ବାରରେ ଜନ୍ମିତ ବ୍ୟକ୍ତିମାନେ ଜ୍ଞାନୀ ହୋଇଥା’ନ୍ତି । କାରଣ ଏମାନଙ୍କ ଉପରେ ମା’ ସରସ୍ୱତୀଙ୍କ ଆଶୀର୍ବାଦ ସବୁବେଳେ ରହିଥାଏ। କେବଳ ଶିକ୍ଷା ନୁହେଁ, ଏମାନେ ଅନେକ କଳାର ଅଧିକାରୀ ହୋଇଥା’ନ୍ତି। ଜ୍ଞାନୀ ହେବା ସହିତ ନମ୍ର ସ୍ୱଭାବର ହୋଇଥିବାରୁ ଏମାନେ ସବୁ ପରିସ୍ଥିତିକୁ ସାମ୍ନା କରିପାରନ୍ତି। ଏମାନଙ୍କର ସବୁଠାରୁ ବଡ଼ ଦୁର୍ବଳତା ହେଲା, ଦୁଃଖରେ ଭାଙ୍ଗିପଡ଼ିବା। ଅଧିକ ଚିନ୍ତା କରିବା ଯୋଗୁ ଅନେକ ସମୟରେ ହଇରାଣରେ ମଧ୍ୟ ପଡ଼ନ୍ତି।

ଗୁରୁବାର: ଏହି ବାରରେ ଜନ୍ମ ହୋଇଥିବା ନାରୀମାନଙ୍କୁ ସର୍ବଗୁଣସଂପନ୍ନା ବୋଲି କୁହାଯାଏ। ଏହି ବାରରେ ଜନ୍ମିତ ନାରୀଙ୍କ ଉପରେ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ଥାଏ । ତେଣୁ ଏମାନେ ଧନ ସଂପତ୍ତିର ସୁଖ ଭୋଗ କରିଥା’ନ୍ତି। ସବୁ କ୍ଷେତ୍ରରେ ଏମାନେ ବେଶ୍‌ ପାରଙ୍ଗମ। ଏହି ବାରରେ ଜନ୍ମିତ ଉଭୟ ପୁରୁଷ ଓ ନାରୀଙ୍କ ମଧ୍ୟରେ ନେତୃତ୍ୱ ନେବାର ଗୁଣ ଥାଏ। ବାର୍ତ୍ତାଳାପ କରିବାକୁ ପସନ୍ଦ କରିବା ସହ ଏମାନେ ଖୁବଶୀଘ୍ର ରାଗିଯାଆନ୍ତି ଓ ଯେତେ ଶୀଘ୍ର ରାଗନ୍ତି, ସେତେଶୀଘ୍ର ରାଗକୁ ଭୁଲି ମଧ୍ୟ ଯାଆନ୍ତି। ଏମାନେ ବନ୍ଧୁତାକୁ ଅଧିକ ଗୁରୁତ୍ୱ ଦିଅନ୍ତି। ଭ୍ରମଣ କରିବାକୁ ପସନ୍ଦ କରନ୍ତି। ଏମାମଙ୍କ ମନ ନିର୍ମଳ ହୋଇଥାଏ। ତେବେ ଏମାନଙ୍କ ଖରାପ ଗୁଣ ହେଲା, ଖୁବଶୀଘ୍ର ଆତ୍ମ ବିଶ୍ୱାସ ହରାଇ ବସନ୍ତି। କିନ୍ତୁ ଭଲ ଗୁଣ ହେଲା, ଏମାନେ ରୋକଠୋକ ସ୍ୱଭାବର।

ଶୁକ୍ରବାର: ଶୁକ୍ରବାର ଜନ୍ମ ହୋଇଥିବା ବ୍ୟକ୍ତିମାନେ  ବିଳାସପୂର୍ଣ୍ଣ ଜୀବନଯାପନ କରିବାକୁ ଭଲ ପାଆନ୍ତି। ଏମାନେ ସବୁବେଳେ ଉତ୍ତମ ଚିନ୍ତାଧାରା ରଖନ୍ତି ଓ ଜୀବନରେ ଖୁବ୍‌ ସଫଳ ହେବାକୁ ଇଚ୍ଛା ରଖନ୍ତି। ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଭାଗ୍ୟଶାଳୀ, ଧନବାନ ସହ ଖୁସ୍‌ ମିଜାଜର ହୋଇଥା’ନ୍ତି। ଏମାନଙ୍କ ଚିନ୍ତାଧାରରେ ସ୍ୱାତନ୍ତ୍ର୍ୟ ଥାଏ। ଏମାନଙ୍କ କାମ କରିବା ଶୈଳୀ ଓ ବ୍ୟକ୍ତିତ୍ୱ ଲୋକମାନଙ୍କୁ ଆକର୍ଷଣ କରେ। ଏମାନେ ସଚ୍ଚୋଟ ଓ ଖୁବ୍‌ ଚାଲାକ୍‌ ହୋଇଥା’ନ୍ତି। ତେଣୁ ଏମାନଙ୍କ ସହିତ ସହଜରେ ଧୋକାବାଜି ହୁଏ ନାହିଁ। ଏହି ବାରରେ ଜନ୍ମିତ ବ୍ୟକ୍ତି ସବୁଠି ଆଦର ଓ ସମ୍ମାନ ପାଆନ୍ତି।

ଶନିବାର: ଶନିବାର ଜନ୍ମିତ ବ୍ୟକ୍ତିଙ୍କ ଉପରେ ଭଗବାନ ଶନିଙ୍କ କୃପାଦୃଷ୍ଟି ରହି ଥାଏ । ସ୍ୱଭାବରେ ରାଗି ହୋଇଥିଲେ ବି ନିଜେ ନିଜସ୍ୱ ପରିଚୟ ତିଆରି କରନ୍ତି। ଏହି ରାଶିର ଲୋକ ଖୁବ୍‌ ପରିଶ୍ରମୀ। ବ୍ୟକ୍ତିଗତ ଜୀବନରେ କାହାର ହସ୍ତକ୍ଷେପ ପସନ୍ଦ କରନ୍ତି ନାହିଁ। ଏମାନେ ପରୋପକାରୀ ସ୍ୱଭାବର ଓ ନିଜ ତାରିଫ ଶୁଣିବାକୁ ଏମାନଙ୍କୁ ଖୁବ୍‌ ପସନ୍ଦ।

ରବିବାର:  ରବିବାର ଜନ୍ମ ହୋଇଥିବା ବ୍ୟକ୍ତିମାନେ ଖୁବ୍ ଈଶ୍ୱର ବିଶ୍ୱାସୀ। ଏହି ବ୍ୟକ୍ତିମାନେ ସାଧାରଣତଃ ଗମ୍ଭୀର, ନିରୀହ ଓ ଅନ୍ୟମାନଙ୍କ ପ୍ରତି ସମ୍ବେଦନଶୀଳ ହୋଇଥା’ନ୍ତି। ଏମାନଙ୍କୁ ସବୁବେଳେ ପରିବାରର ଚିନ୍ତା ରହିଥାଏ। ସମ୍ପର୍କକୁ ସୁଦୃଢ଼ ରଖିବା ପାଇଁ ଏମାନେ ସବୁକିଛି କରିପାରନ୍ତି। ଏମାନେ ଏକୁଟିଆ ଓ ଚୁପ୍‌ଚାପ୍‌ ରହିବାକୁ ଅଧିକ ପସନ୍ଦ କରନ୍ତି ଏବଂ ନିଜ ରାଜ୍ୟର ରାଜା ହୋଇଥା’ନ୍ତି।



from Odisha Reporter https://ift.tt/2PfDYHa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages