ପ୍ରକାଶଙ୍କ ଘର ଉପରକୁ ବୋମାମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ପ୍ରକାଶଙ୍କ ଘର ଉପରକୁ ବୋମାମାଡ଼

bomb

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଗୁରୁଜଙ୍ଗର ୧୮ ନମ୍ବର ୱାର୍ଡରେ ବୋମାମାଡ଼ ହୋଇଛି।

ଗତକାଲି ରାତି ପ୍ରାୟ ୨ଟା ୩୫ ମିନିଟ୍‌ରେ ସ୍ଥାନୀୟ ବାସିନ୍ଦା ପ୍ରକାଶ ରାଉତରାୟଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ତିନିଟି ବୋମାମାଡ଼ କରିଥିଲେ। ଏନେଇ ସେ ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି। ୪ ଜଣ ଦୁର୍ବୃତ୍ତ ବାଇକ୍‌ ଆସି ବୋମାମାଡ଼ କରିଥିବା ସେ ପୁଲିସ୍‌ ନିକଟରେ ପ୍ରକାଶ କହିଛନ୍ତି।

ପୁଲିସ୍ ଘଟଣାର ଅନୁସନ୍ଧାନ ଚଳାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ବୋମାମାଡ଼ର ଚିତ୍ର ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ପୂର୍ବରୁ ମଧ୍ୟ ପ୍ରକାଶଙ୍କ ବାଜପୁର ସ୍ଥିତ ଘର ଓ ପାହାଡ଼ରେ ଥିବା ପ୍ରୋକ୍ଲିନ୍‌ ମେସିନ୍‌ ଉପରେ ବୋମାମାଡ଼ ହୋଇଥିଲା।



from Odisha Reporter http://bit.ly/2AlFxyu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages