ବୁଲନ୍ଦଶହର ହିଂସା: ମୃତ ପୁଲିସ୍‌ଙ୍କ ପତ୍ନୀଙ୍କୁ ୪୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ଯୋଗୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 3, 2018

ବୁଲନ୍ଦଶହର ହିଂସା: ମୃତ ପୁଲିସ୍‌ଙ୍କ ପତ୍ନୀଙ୍କୁ ୪୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ଯୋଗୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଲନ୍ଦଶହର ହିଂସାରେ ମୃତ୍ୟୁବରଣ କରିଥିବା ପୁଲିସ୍‌ ଇନ୍ସିପେକ୍ଟର ସୁବୋଧ କୁମାର ସିଂହଙ୍କ ପରିବାରକୁ ୪୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହା ବ୍ୟତୀତ ତାଙ୍କ ପିତାମାତାଙ୍କୁ ୧୦ ଲକ୍ଷ ଟଙ୍କା ଏବଂ ପରିବାରର ଜଣଙ୍କୁ ସରକାରୀ ଚାକିରି ଦିଆଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି।

ବୁଲନ୍ଦଶହର ସହରରେ ବେଆଇନଭାବେ ଚାଲିଥିବା ଏକ କଂସେଇଖାନା ନିକଟରେ ସଂଘଟିତ ହିଂସାକାଣ୍ଡରେ ମୃତ୍ୟୁବରଣ କରିଥିବା ସୁବୋଧ ଅଖଲାକ୍‌ ଲିଞ୍ଚିଂ ମାମଲାର ମଧ୍ୟ ମୁଖ୍ୟ ତଦନ୍ତ ଅଧିକାରୀ ଥିଲେ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ସମବେଦନା ପ୍ରକାଶ କରିବା ସହିତ ତ୍ୱରିତ ତଦନ୍ତ ନିଶ୍ଚିତ କରାଇଛନ୍ତି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ୩୦୦ରୁ ୫୦୦ ଲୋକ ପୁଲିସ୍‌ବାହିନୀ ଉପରେ ଆକ୍ରମଣ କରିଥିଲେ।

ଅଧିକ ପଢ଼ନ୍ତୁ- ୨୫ଟି ଗାଈଙ୍କ ମୃତଦେହ ମିଳିବା ପରେ ଲଙ୍କାକାଣ୍ଡ, ପୁଲିସ୍‌ ଇନ୍‌ସପେକ୍ଟରଙ୍କୁ ମାରିଦେଲେ



from Odisha Reporter https://ift.tt/2RsdPXw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages