
କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ଉର୍ବେଙ୍ଗି ନାଳ ଭିତରୁ ଏକ୍ ବାଇକ୍ ଖସି ପଡ଼ି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ବ୍ରାହ୍ମଣିଆ ଗାଁର ଶ୍ରୀକାନ୍ତ ନାୟକ (୩୮)। ଗୁରୁତର ମାନସ ନାୟକ (୩୫)ଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି।
ଗତକାଲି ସନ୍ଧ୍ୟାରେ ଉଭୟ କଙ୍କଡାହାଡ଼ରୁ ନିଜ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଉଭୟ ରାତିରେ ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ।
ଆଜି ସକାଳୁ ସ୍ଥାନୀୟ ଲୋକେ ଲୋକେ ଦେଖି କଙ୍କଡାହାଡ଼ ପୁଲିସ୍କୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି।
from Odisha Reporter https://ift.tt/2EBSUhZ
No comments:
Post a Comment