ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସିବିଆଇର ଚାର୍ଜଶିଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସିବିଆଇର ଚାର୍ଜଶିଟ୍‌

ନୂଆଦିଲ୍ଲୀ: ହରିଆଣାର ପଞ୍ଚକୁଲାଠାରେ ଥିବା ଏକ ଇନ୍‌ଷ୍ଟିଚ୍ୟୁସନାଲ୍‌ ପ୍ଲଟକୁ ବେଆଇନ୍‌ ଭାବେ ‘ନ୍ୟାଶନାଲ ହେରାଲଡ’ ସମ୍ବାଦପତ୍ରର ପ୍ରକାଶନ ସଂସ୍ଥା ‘ଆସୋସିଏଟେଡ୍‌ ଜର୍ଣ୍ଣାଲ୍ସ ଲିଃ’କୁ ପୁନଃ ଆବଣ୍ଟିତ କରି ବିବାଦରେ ଫସିଥିବା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା ଓ ବର୍ଷୀୟାନ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ନାଁରେ ସିବିଆଇ ଆଜି ଚାର୍ଜଶିଟ୍‌ ଦାଖଲ କରିଛି। ଏଭଳି ବେଆଇନ୍‌ ଭାବେ ଜମି ଆବଣ୍ଟନ କରାଯାଇ ଥିବାରୁ ପାଖାପାଖି ୬୭ ଲକ୍ଷ ଟଙ୍କାର କ୍ଷତି ହୋଇଛି ବୋଲି ଚାର୍ଜଶିଟ୍‌ରେ ଉଲ୍ଲେଖ ରହିଛି।

ଭୂପିନ୍ଦର ହୁଡ୍ଡା ହରିଆଣା ଅର୍ବାନ ଡେଭଲପେମଣ୍ଟ ଅଥରିଟିର ଅଧ୍ୟକ୍ଷ ଥିବା ବେଳେ ମୋତିଲାଲ ଭୋରା ଆସୋସିଏଟେଡ୍‌ ଜର୍ଣ୍ଣାଲ୍ସ ଲିଃର ଅଧ୍ୟକ୍ଷ ରହିଥିଲେ। ୧୯୮୨ରେ ଆସୋସିଏଟେଡ୍‌ ଜର୍ଣ୍ଣାଲ୍ସ ଲିଃ ଏହି ଜମି ପାଇଥିଲେ ହେଁ ୧୯୯୨ ଯାଏ ଏଠାରେ କୌଣସି ନିର୍ମାଣ କାର୍ଯ୍ୟ କରି ନଥିଲା। ଏହାପରେ ଅର୍ବାନ ଡେଭଲପେମଣ୍ଟ ଅଥରିଟି ଏହି ଜମିକୁ ନେଇଯାଇଥିଲା। ତେବେ ୨୦୦୫ରେ ଉକ୍ତ ଜମିକୁ ଭୂପିନ୍ଦର ହୁଡ୍ଡା ପୁଣିଥିରେ ଆସୋସିଏଟେଡ୍‌ ଜର୍ଣ୍ଣାଲ୍ସ ଲିଃକୁ ଏହି ଜମି ବେଆଇନ୍‌ ଭାବେ ଜମି ଆବଣ୍ଟନ କରିଥିଲେ ବୋଲି ସିବିଆଇ ଚାର୍ଜଶିଟ୍‌ରେ ଉଲ୍ଲେଖ କରିଛି।



from Odisha Reporter https://ift.tt/2reqAcI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages