
ବାରିପଦା (ମାଣିକ ଲାଲ ପାଣି): ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅଦାଚରଣ କରିବା ଅଭିଯୋଗରେ ସ୍କୁଲର ପ୍ରଧାନଶିକ୍ଷକ ଓ ପିଅନକୁ ନିସ୍ତୁକ ପିଟିଛନ୍ତି ଗ୍ରାମବାସୀ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ୧୦୦ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ଅଭିଯୁକ୍ତ ପିଅନଙ୍କ ନାଁ ରବୀନ୍ଦ୍ର ସାହୁ। ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଅଭିଯୋଗ ଅନୁଯାୟୀ, ଗତ ଶନିବାର ଦିନ ରବୀନ୍ଦ୍ର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ଛାତ୍ରୀ ଜଣଙ୍କ ଏକଥା ଘରେ କହିଥିଲେ।
ଏହି ଘଟଣାକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ସ୍କୁଲ୍ ଖୋଲିବା ପରେ ଗ୍ରାମବାସୀ ପହଞ୍ଚି ପ୍ରଧାନଶିକ୍ଷକ ଓ ପିଅନ ରବୀନ୍ଦ୍ରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ରବୀନ୍ଦ୍ରଙ୍କୁ ଉଦ୍ଧାର କରିଥିଲା।
ଘଟଣାର ପ୍ରତିବାଦ କରି ଉତ୍ତ୍ୟକ୍ତ ଲୋକ ବୈଶିଙ୍ଗା-ମାଣତ୍ରୀ ରାସ୍ତା ଅବରୋଧ କରିଛନ୍ତି।
from Odisha Reporter https://ift.tt/2FW6fDm
No comments:
Post a Comment