ହ୍ୟୁମାନ୍‌ ରାଇଟ୍‌ସ ପୁରସ୍କାର ପାଇଲେ ଏହି ପାକ୍‌ ସମାଜସେବୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ହ୍ୟୁମାନ୍‌ ରାଇଟ୍‌ସ ପୁରସ୍କାର ପାଇଲେ ଏହି ପାକ୍‌ ସମାଜସେବୀ

ମିଳିତ ଜାତିସଂଘ: ପାକିସ୍ତାନର ଦିବଂଗତ ଆଇନଜୀବୀ ତଥା ସମାଜସେବୀ ଅସମା ଜାହାଙ୍ଗିରଙ୍କୁ ୨୦୧୮ ବର୍ଷ ପାଇଁ ଜାତିସଂଘ ହ୍ୟୁମାନ ରାଇଟ୍‌ସ ପୁରସ୍କାର ମିଳିଛି। ଏହି ସମ୍ମାନଜନକ ପୁରସ୍କାରକୁ ଅସମାଙ୍କ ଝିଅ ମୁନିଜେ ଜାହାଙ୍ଗିର ଗ୍ରହଣ କରିଛନ୍ତି।

ମାନବାଧିକାର ସୁରକ୍ଷିତ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଣେ ବ୍ୟକ୍ତି କିମ୍ବା ସଂଗଠନକୁ ଜାତିସଂଘ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଏ। ମୁନିଜେ ୱାଶିଂଟନ୍‌ରେ ଥିବା ଜାତିସଂଘର ମୁଖ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାରକୁ ଗ୍ରହଣ କରିବା ପରେ ଏହାକୁ ପାକିସ୍ତାନର ମହିଳାମାନଙ୍କ ପାଇଁ ଡେଡିକେଟ୍‌ କରିଛନ୍ତି।

ଅସମାଙ୍କ ବ୍ୟତୀତ ତାନଜିଆନ୍‌ର ରେବେକ ଗୁୟେମି, ବ୍ରାଜିଲର ଜୋଏନିଆ ୱାପିଚାନା ଓ ଆୟର୍ଲ୍ୟାଣ୍ଡର ହ୍ୟୁମାନ ରାଇଟସ୍‌ ସଂଗଠନ ଫ୍ରଣ୍ଟ ଲାଇନ୍‌ ଡିଫେଣ୍ଡର୍ସଙ୍କୁ ଜାତିସଂଘ ପକ୍ଷରୁ ସମ୍ମାନିତ କରାଯାଇଛି।

ଅସମା ୨୦୧୩ ମସିହା ଫେବୃଆରୀ ମାସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେ ଅନେକ କଷ୍ଟ ଓ ଯନ୍ତ୍ରଣା ମଧ୍ୟରେ ମାନବାଧିକାରର ସୁରକ୍ଷା ପାଇଁ ଲଢ଼େଇ କରିଥିଲେ।



from Odisha Reporter https://ift.tt/2EA2DWd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages