
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଅପରାହ୍ଣରେ ଆନ୍ଧ୍ର ପ୍ରଦେଶର ମଛଲିପଟ୍ଟନମ୍ ଓ କାକିନାଡ଼ା ମଝିରେ ସାମୁଦ୍ରିକ ଝଡ଼ ‘ପେତାଇ’ ସ୍ଥଳଭାଗ ଛୁଇଁବ। ତେବେ ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି।
ବଲାଙ୍ଗିରରେ ୩୧ମି.ମି ବର୍ଷା ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୨୧ ମି.ମି. ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଭବାନୀପାଟଣାରେ ସର୍ବାଧିକ ୩୭ ମି.ମି. ବର୍ଷା ରେକର୍ଡ କରାଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ‘ପେତାଇ’ ସ୍ଥଳ ଭାଗ ଛୁଇଁବା ପରେ ଏହାର ପ୍ରଭାବରେ ଆନ୍ଧ୍ର ପ୍ରଦେଶ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।
ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡ଼ିବ। ଗତକାଲି ଦିଆଯାଇଥିବା ଓରେଞ୍ଜ୍ ୱାର୍ଣ୍ଣିଂ ଅନୁଯାୟୀ ରାଜ୍ୟର ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେହିପରି ଆଉ ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ରାଜ୍ୟର କିଛି ଅଞ୍ଚଳରେ ବର୍ଷା ଆରମ୍ଭ ହୋଇସାରିଲାଣି।
ତାଙ୍କ ସୂଚନା ଅନୁଯାୟୀ, ‘ପେତାଇ’ ଯେତେବେଳେ ଆନ୍ଧ୍ର ପ୍ରଦେଶର ମଛଲିପଟ୍ଟନମ୍ ଓ କାକିନାଡ଼ା ମଝିରେ ସ୍ଥଳଭାଗ ଛୁଇଁବ ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୭୦ ରୁ ୯୦ କିଲୋମିଟର ରହିବ। ସେତେବେଳେ ଓଡ଼ିଶାର ଦକ୍ଷିଣ ଭାଗରେ ଅବସ୍ଥିତ ଜିଲ୍ଲାଗୁଡ଼ିକରେ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବ।
‘ପେତାଇ’କୁ ଦୃଷ୍ଟିରୁ ରଖି ଆନ୍ଧ୍ର ପ୍ରଦେଶରେ ଆଜି ୨୨ଟି ଟ୍ରେନ୍କୁ ବାତିଲ କରି ଦିଆଯାଇଛି।
‘ପେତାଇ’ ଯୋଗୁ ଛତିଶଗଡ଼, ତାମିଲନାଡୁର ଉତ୍ତର ଭାଗ ଏବଂ ପୁଡୁଚେରୀର କିଛି ଅଞ୍ଚଳରେ ମଧ୍ୟ ବର୍ଷା ହୋଇପାରେ।
from Odisha Reporter https://ift.tt/2UQTFsc
No comments:
Post a Comment