
ଭୁବନେଶ୍ୱର(ଓଡ଼ିଶାରିପୋର୍ଟର):୪ଜି ଡାଟା ଡାଉନଲୋଡ୍ କ୍ଷେତ୍ରରେ ରିଲାଏନ୍ସ ଜିଓ ଏବେ ଆଗ ଧାଡ଼ିରେ । ଭାରତୀ ଏୟାରଟେଲ୍, ଆଇଡିଆ, ଭୋଡ଼ାଫୋନ୍ ଆଦି ପ୍ରମୁଖ ମୋବାଇଲ ନେଟ୍ୱର୍କକୁ ପଛରେ ପକାଇ ରିଲାଏନ୍ସ ଜିଓ ଚଳିତ ବର୍ଷ ନଭେମ୍ବରରେ ଏହି ରେକର୍ଡ ହାସଲ କରିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ(ଟ୍ରାଇ) ପ୍ରକାଶ କରିଥିବା ତଥ୍ୟରୁ ଏହା ଜଣା ପଡ଼ିଛି। ସୂଚନା ଅନୁସାରେ ୪ଜି ଇଣ୍ଟରନେଟ୍ ଡାଉନଲୋଡ୍ କ୍ଷେତ୍ରରେ ଜିଓର ସେକେଣ୍ଡ୍ ପ୍ରତି ସ୍ପିଡ୍ ୨୦.୩ ମେଗାବିଟ୍ ରହିଛି।
ମାଇଁ ସ୍ପିଡ଼ ୱେବସାଇଟରେ ପ୍ରକାଶିତ ଟ୍ରାଇ ରିପୋର୍ଟ ଅନୁଯାୟୀ ନଭେମ୍ବର ମାସରେ ଭାରତୀ ଏୟାରଟେଲର ୪ଜି ନେଟୱର୍କରେ ହାରାହାରି ଡାଉନଲୋଡ ସ୍ପିଡ଼ ସେକେଣ୍ଡ ପ୍ରତି ୯.୭ ମେଗାବିଟ୍ ରହିଥିବା ବେଳେ, ଭୋଡାଫୋନର ଡାଉନଲୋଡ ସ୍ପିଡ୍ ସେକେଣ୍ଡ ପ୍ରତି ୬.୮ ମେଗାଵିଟ ଏବଂ ଆଇଡ଼ିଆର୬.୨ ମେଗାଵିଟ ରହିଛି।
ସେହିପରି ୪ଜି ଅପଲୋଡ ସ୍ପିଡ଼ରେ ଆଇଡ଼ିଆ ସେକେଣ୍ଡ ପ୍ରତି ୫.୬ ମେଗାଵିଟ ସ୍ପିଡ଼ ସହିତ ଆଗରେ ରହିଥିବାବେଳେ ଭୋଡାଫୋନର ସେକେଣ୍ଡ ପ୍ରତି ୪.୯ ମେଗାଵିଟ ଓ ରିଲାଏନ୍ସ ଜିଓର ସେକେଣ୍ଡ ପ୍ରତି ୪.୫ ମେଗାଵିଟ ଅପଲୋଡ ସ୍ପିଡ଼ ରହିଛି।
from Odisha Reporter https://ift.tt/2URw9eV
No comments:
Post a Comment