
ଫୁଟବଲ୍ରେ ଗୋଲକିପର ବା ଗୋଲିର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତାହା ସମସ୍ତଙ୍କୁ ଜଣା। କିନ୍ତୁ ବଲ୍ ଗୋଲ୍କିପରକୁ ପାର୍ହୋଇ ଗୋଲପୋଷ୍ଟ ନିକଟରେ ପହଞ୍ଚିବା ପରେ ମଧ୍ୟ ବଲ୍ ଅଟକିଗଲା। ଆଜ୍ଞା ହଁ ଏପରି ଚମତ୍କାରିତା ଦଳର କୌଣସି ଖେଳାଳିଙ୍କର ନୁହେଁ ବରଂ ପଡ଼ିଆକୁ ପଶିଆସିଥିବା ଏକ କୁକୁର ସମ୍ଭବ କରିପାରିଛି।
ଡିଫେନ୍ସରସ୍ ଡି ବେଙ୍ଗ୍ରାନୋ ଏବଂ ଜୁଭେଣ୍ଟୁଡ୍ ଉନିଡା ମଧ୍ୟରେ ଖେଳାଯାଇଥିବା ଏକ ଆର୍ଜେଣ୍ଟିନାର ଥାର୍ଡ ଡିଭିଜନ୍ ମ୍ୟାଚ୍ରେ ଏଭଳି ଘଟଣା ଘଟିଛି।
ଘଟଣା କ୍ରମ ଥିଲା କିଛି ଏଭଳି। ଡିଫେନ୍ସରସ୍ର ଗୋଲକିପର ଗୋଲ ବଞ୍ଚାଇବାକୁ ଯାଇ ବଲ୍ଟିକୁ ଭୁଲ୍ରେ ବିପକ୍ଷ ଦଳ ଆଡ଼କୁ ମାରିଦେଇଥିଲେ। ସେତେବେଳେ ସେ ଆଗକୁ ଚାଲିଆସିଥିବାରୁ ଗୋଲ୍ପୋଷ୍ଟ ମୁକୁଳା ପଡ଼ିଥିଲା।
ଏହା ଲକ୍ଷ୍ୟ କରି ବିପକ୍ଷ ଦଳର ଖେଳାଳି ବଲ୍କୁ ଗୋଲପୋଷ୍ଟରେ ଭର୍ତ୍ତି କରାଇବାକୁ କିକ୍ କରିଥିଲେ। କିନ୍ତୁ ଦୁର୍ଭାଗ୍ୟ ଜନକ କଥା, ଠିକ୍ ସେହି ସମୟରେ ଗୋଲ୍ପୋଷ୍ଟ ସାମ୍ନା ଦେଇ କୁକୁରଟି ଯାଉଥିବାବେଳେ ବଲ୍ଟି ତା’ର ଦେହରେ ବାଜି ବଲ୍ର ଗତି ବଦଳାଇଦେଇଥିଲା।
ଦେଖନ୍ତୁ ଭାଇରାଲ ହୋଇଥିବା ଭିଡିଓ।
from Odisha Reporter https://ift.tt/2Enwf90
No comments:
Post a Comment