
ମୁମ୍ବାଇ: ରିଲିଜ୍ ହୋଇଯାଇଛି ଫିଲ୍ମ ‘ଉରି’ର ଟ୍ରେଲର।୨ ମିନିଟ୍ ୨୪ ସେକେଣ୍ଡର ଏହି ଟ୍ରେଲରରେ ସର୍ଜିକାଲ ଷ୍ଟ୍ରାଇକ୍ର କହାଣୀ ଦେଖିବାକୁ ମିଳିଛି। ଫିଲ୍ମ ‘ଉରି’ରେ ଏନ୍ଏସ୍ଏ ଅଜିତ୍ ଡୋଭାଲଙ୍କ ଭୂମିକାରେ ପରେଶ ରାଓ୍ୱଲ୍ ନଜର ଆସିଛନ୍ତି। ଏଥିସହିତ ଅଭିନେତା ବିକ୍କି କୌଶଲ ଆର୍ମୀ ଅଫିସର ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମରେ ୟାମି ଗୌତମ ମଧ୍ୟ ସ୍ପେଶାଲ ଅଫିସର ଭୂମିକାରେ ନଜର ଆସିଛନ୍ତି।
ଫିଲ୍ମରେ ଥିବା ସବୁ ଡାଇଲଗ୍ ବେଶ୍ ଦମ୍ଦାର୍ ରହିଛି। ଫିଲ୍ମର ନିର୍ଦ୍ଦେଶନା ଆଦିତ୍ୟ ଧର୍ ଦେଇଥିବାବେଳେ ରାଣୀ ସୁକ୍ଲା ଫିଲ୍ମର ପ୍ରଜୋଜନା ଭାର ସମ୍ଭାଳିଛନ୍ତି। ଫିଲ୍ମଟି ୨୦୧୬ରେ ଆତଙ୍କବାଦର ବିରୋଧରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍ ଉପରେ ଆଧାରିତ । ୟୁ-ଟ୍ୟୁବ୍ରେ ଅପଲୋଡ଼ ହେବାର ୨୪ ଘଣ୍ଟା ମଧ୍ୟରେ ଟ୍ରେଲର୍ଟିକୁ ୮,୧୦୨,୨୭୮ ଥର ଭ୍ୟୁ ହୋଇଛି । ସିନେମାଟି ଆସନ୍ତା ବର୍ଷ ଜାନୁୟାରୀ ୧୧ ତାରିଖରେ ପରଦାକୁ ଆସିବ।
from Odisha Reporter https://ift.tt/2zK3pMc
No comments:
Post a Comment