
ନୂଆଦିଲ୍ଲୀ: ଶେଷରେ ସାତଜନମର ସାଥୀ ହୋଇଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସ୍। ରାଜସ୍ଥାନର ଯୋଧପୁରର ଉମୈଦ ଭବନ ପ୍ୟାଲେସ୍ରେ ବହୁ ଆଡ଼ମ୍ବରରରେ ଏହି ବିବାହ ଅନୁଷ୍ଟିତ ହୋଇଛି। ତା’ସହିତ ଦୁହିଁଙ୍କ ବିବାହକୁ ନେଇ ସୋଶାଲ ମିଡିଆରେ ଚାଲିଥିବା ଚର୍ଚ୍ଚାର ଆଜି ଅବସାନ ଘଟିଛି। ଖ୍ରୀଷ୍ଟିୟାନ୍ ରୀତିନୀତି ଅନୁଯାୟୀ ଆଜି ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ବିବାହ ସମ୍ପର୍କିତ କାର୍ଯ୍ୟକ୍ରମକୁ ଗୋପନ ରଖିଛନ୍ତି ପ୍ରିୟଙ୍କା।
ଯେମିତି ବିବାହ ଫଟୋ ବାହାରୁ ଲିକ୍ ହୋଇ ନଯାଏ ସେଥି ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ପରିନୀତି ଚୋପ୍ରାଙ୍କ ସହ ପ୍ରିୟଙ୍କାଙ୍କ ନିଜ ପରିବାର ଲୋକ ସମ୍ପର୍କୀୟ ଓ ବାନ୍ଧୁବାନ୍ଧବ ଯୋଗ ଦେଇଥିଲେ। ସେହିପରି ବହୁ ଖାସ୍ଅତିଥି ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଥିଲେ।
ବିବାହ ପୂର୍ବରୁ ଦୁଇ ଦିନ ଧରି ଚାଲିବ ବିଭିନ୍ନ ଉତ୍ସବ। ଆଉ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି। ତେବେ ପ୍ରିୟଙ୍କା ଉଭୟ ଖ୍ରୀଷ୍ଟିୟାନ୍ ଓ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିବା ନେଇ ଚର୍ଚ୍ଚା ହୋଇଥିଲା ବେଳେ ଆଜି ଗୋଟିଏ ପରମ୍ପରାରେ ସମ୍ପନ୍ନ ହୋଇଛି। ତେବେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ସମ୍ପର୍କରେ କୌଣସି ସୂଚନା ଆସିନାହିଁ।
from Odisha Reporter https://ift.tt/2E6nj7L
No comments:
Post a Comment