ଜାଣନ୍ତୁ, କ୍ରିସ୍‌ମାସ୍‌ ଡେ’ ପାଳନ ପଛର କାହାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 24, 2018

ଜାଣନ୍ତୁ, କ୍ରିସ୍‌ମାସ୍‌ ଡେ’ ପାଳନ ପଛର କାହାଣୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆଜି ସାରା ବିଶ୍ୱ କ୍ରିସ୍‌ମାସ୍‌ ଡେ’ ପାଳନ କରୁଛି। ଏହାକୁ ଆମେ ବଡ଼ଦିନ ମଧ୍ୟ କହୁ। ଆଜିର ଦିନଟିକୁ ସମସ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ଭାବେ ପାଳନ କରନ୍ତି। ଏହା ଖ୍ରୀଷ୍ଟିଆନ୍‌ ଧର୍ମାବଲମ୍ବୀଙ୍କ ପର୍ବ ହୋଇଥିଲେ ହେଁ ଧର୍ମ ନିରପେକ୍ଷ ଦେଶ ଭାରତର ପ୍ରାୟ ସବୁ ଧର୍ମର ଲୋକ ଏହି ଦିନଟିକୁ ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳନ୍ତି। ସମସ୍ତେ ଭଗବାନ ଯୀଶୁଙ୍କୁ ପ୍ରାର୍ଥନା କରିବା ସହ ପରିବାର ଓ ବନ୍ଧୁମାନଙ୍କ ଗହଣରେ ଘରେ ଓ ବାହାରେ ଖ୍ରୀଷ୍ଟମାସ ବା କ୍ରିସ୍‌ମାସ୍‌ ପାର୍ଟି ସେଲିବ୍ରେଟ୍‌ କରିଥା’ନ୍ତି। ଘରେ ଘରେ କେକ୍‌ ତିଆରି କରାଯାଇ ଏହି ଶୁଭ ଦିନକୁ ସେଲିବ୍ରେଟ୍‌ କରାଯାଏ। କ୍ରିସ୍‌ମାସ ପାର୍ଟିର ଆକର୍ଷଣ ରହିଥାଏ କ୍ରିସ୍‌ମାସ୍‌ ଟ୍ରି’ ଓ ସାଣ୍ଟା କ୍ଲଜ୍‌ଙ୍କ ଉପହାର।

ତେବେ ଆପଣ ଜାଣନ୍ତି କି, କ୍ରିସ୍‌ମାସ୍‌ ପାର୍ଟିରେ ଏପରି ଆୟୋଜନ କାହିଁକି ହୋଇଥାଏ ? ଏସବୁର କ’ଣ ରହିଛି ମହତ୍ତ୍ୱ?  ଚାଲନ୍ତୁ ଜାଣିବା, କ୍ରିସ୍‌ମାସ୍‌ ଡେ’ ପାଳନ ଠୁ ଆରମ୍ଭ କରି କ୍ରିସ୍‌ମାସ୍‌ ଟ୍ରି’, ସାଣ୍ଟା କ୍ଲଜ୍‌ଙ୍କ ଗିଫ୍ଟ ଦେବା ପଛରେ କ’ଣ ରହିଛି କାହାଣୀ।

କାହିଁକି ପାଳନ ହୁଏ କ୍ରିସ୍‌ମାସ୍‌ ଡେ’

କ୍ରିସ୍‌ମାସ୍‌ ଡେ’ ପ୍ରଭୁ ଯୀଶୁ ଖ୍ରୀଷ୍ଟ(Jesus Christ)ଙ୍କ ଜନ୍ମଦିନ ଖୁସିରେ ପାଳନ କରାଯାଏ। ହେଲେ ବାଇବେଲ୍‌ରେ ଯୀଶୁଙ୍କ କୌଣସି ଜନ୍ମ ତାରିଖ ଲେଖାଯାଇ ନାହିଁ। କିନ୍ତୁ  ପ୍ରତିବର୍ଷ ଡିସେମ୍ବର ୨୫କୁ ହିଁ କ୍ରିସ୍‌ମାସ୍‌ ଡେ’ ଭାବେ ପାଳନ କରାଯାଏ। ଯୀଶୁଙ୍କ ଜନ୍ମ ତାରିଖ ପାଳନକୁ ନେଇ ପୂର୍ବରୁ ଅନେକଥର ବିବାଦ ମଧ୍ୟ ସୃଷ୍ଟି ହୋଇଛି। କିନ୍ତୁ ୩୩୬ ଖ୍ରୀଷ୍ଟପୂର୍ବରେ ରୋମାନ୍‌ର ପ୍ରଥମ ଇଶାଇ ରୋମାନ୍‌ ସମ୍ରାଟଙ୍କ ସମୟରେ ସର୍ବପ୍ରଥମେ ଡିସେମ୍ବର ୨୫କୁ ହିଁ କ୍ରିସ୍‌ମାସ୍‌ ଡେ’ ଭାବେ ପାଳନ କରାଗଲା। ଏହାର କିଛିବର୍ଷ ପରେ ଖ୍ରୀଷ୍ଟ ଧର୍ମଗୁରୁ ପପ୍ ଜୁଲିଅସ୍ ଏହି ଦିନଟିକୁ ଆନୁଷ୍ଠାନିକ ଭାବେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ରୂପେ ଘୋଷଣା କରିଥିଲେ। ସେହି ଦିନଠୁ ପ୍ରତିବର୍ଷ ଡିସେମ୍ବର ୨୫ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ଭାବେ ପାଳନ କରାଯାଉଛି।

କ୍ରିସ୍‌ମାସ୍ ଟ୍ରି’ର ମହତ୍ତ୍ୱ

କ୍ରିସ୍‌ମାସ୍‌ ‘ଟ୍ରି’ ପ୍ରଥାର ଆରମ୍ଭ ଉତ୍ତର ୟୁରୋପରେ ହଜାର ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ସେତେବେଳେ ‘Fir’ ନାମକ ଗଛକୁ ସଜାଇ ଶୀତଉତ୍ସବ ପାଳନ କରାଯାଉଥିଲା। ଏହା ବ୍ୟତୀତ ଲୋକେ ଚେରୀ ଗଛକୁ ମଧ୍ୟ ସଜାଉଥିଲେ। ଯେଉଁମାନଙ୍କ ପାଖରେ ଏହି ଗଛ କିଣିବାକୁ ଟଙ୍କା ନ ଥାଏ, ସେମାନେ କାଠକୁ ପିରାମିଡ୍‌ ପରି ସଜାଇ ବଡ଼ଦିନ ପାଳନ କରୁଥିଲେ। ଧୀରେ ଧୀରେ କ୍ରିସ୍‌ମାସ୍‌ ଟ୍ରି’ର ପ୍ରଚଳନ ବିଶ୍ୱବ୍ୟାପୀ ବଢ଼ିବାକୁ ଲାଗିଲା। ଏବେ ପ୍ରାୟ ସମସ୍ତେ କ୍ରିସ୍‌ମାସ୍‌ ଡେ’ର ଏହି କ୍ରିସ୍‌ମାସ୍‌ ଟ୍ରି’ ଘରକୁ ଆଣୁଛନ୍ତି ଓ ଏହାକୁ ଚକୋଲେଟ୍‌, ଖେଳନା, ରଙ୍ଗବେରଙ୍ଗର ଲାଇଟ୍‌, ଘଣ୍ଟି ଓ ଗିଫ୍ଟ୍‌ରେ ସଜାଇଥାନ୍ତି।

ସାଣ୍ଟା କ୍ଲଜ୍‌ ଓ ଗିଫ୍ଟ ଦେବା କାହାଣୀ

ପ୍ରଚଳିତ କାହାଣୀ ଅନୁୟାୟୀ, ଚତୁର୍ଥ ଶତାବ୍ଦୀରେ ଏସିଆ ମାଇନର୍‌ର ମାଇରା ନାମକ ସ୍ଥାନରେ ସେଣ୍ଟ ନିକୋଲସ୍‌ ନାମକ ଜଣେ ଧନୀ ବ୍ୟକ୍ତି ଥିଲେ। ସେ ସବୁବେଳେ ଗରିବମାନଙ୍କୁ ଲୁଚି ଲୁଚି ସାହାଯ୍ୟ କରୁଥିଲେ। ସେମାନଙ୍କୁ ସିକ୍ରେଟ୍‌ ଗିଫ୍ଟସ୍ ଦେଇ ଖୁସି କରିବାକୁ ଚେଷ୍ଟା କରୁଥିଲେ।

ଦିନେ ନିକୋଲସ୍ ଜାଣିବାକୁ ପାଇଲେ ଯେ ଜଣେ ଗରିବ ବ୍ୟକ୍ତିଙ୍କର ୩ ଜଣ ଝିଅ ଅଛନ୍ତି ଓ ସେମାନଙ୍କ ବାହାଘର ପାଇଁ ତାଙ୍କ ପାଖରେ ଆଦୌ ଟଙ୍କା ନାହିଁ। ଏ କଥା ଜାଣିବା ପରେ ନିକୋଲସ୍‌ ସେହି ବ୍ୟକ୍ତି ଜଣଙ୍କୁ ସାହାଯ୍ୟ କରିବାକୁ ତାଙ୍କ ଘର ନିକଟରେ ପହଞ୍ଚିଲେ। ସେଠାରେ ସେ ଗରିବ ବ୍ୟକ୍ତିଙ୍କ ଘରର ଛାତରେ ଲାଗିଥିବା ଚିମିନି ବାଟେ ଏକ ସୁନା ଭର୍ତ୍ତି ମୁଣା ପକାଇଥିଲେ। ଏଭଳି ଥରେ ନୁହେଁ ତିନିଥର ହେଲା। ହେଲେ ତୃତୀୟ ଥର ବ୍ୟକ୍ତିଜଣକ ନିକୋଲସଙ୍କୁ ଦେଖି ଦେଇଥିଲେ। ନିକୋଲସ୍‌ ଏକଥା କାହାକୁ ନ କହିବାକୁ ଗରିବ ବ୍ୟକ୍ତି ଜଣଙ୍କୁ ଅନୁରୋଧ କରିଥିଲେ। ହେଲେ ଧୀରେ ଧୀରେ ଏହି କଥା ସାମ୍ନାକୁ ଆସିଲା। ଏହାପରଠୁ ଯାହାକୁ ବି ସିକ୍ରେଟ୍‌ ଗିଫ୍ଟ ମିଳୁଥିଲା, ସମସ୍ତେ କହୁଥିଲେ ଯେ ଏହା ତାଙ୍କୁ ନିକୋଲସ୍‌ ଦେଇଛନ୍ତି। ଧୀରେ ଧୀରେ ନିକୋଲସଙ୍କର ଏହି କାହାଣୀ ସମଗ୍ର ବିଶ୍ୱକୁ ବ୍ୟାପିଲା। ଏହାପରେ ଯେହେତୁ କ୍ରିସ୍‌ମାସ୍‌ ଡେ’ରେ ଛୋଟ ପିଲାଙ୍କୁ ଉପହାର ଦେବାର ପ୍ରଥା ରହିଛି ତେଣୁ ନିକୋଲସ୍‌ଙ୍କର ଏହି କାହାଣୀକୁ ଆଧାର କରି  ଇଂଲଣ୍ଡ ପ୍ରଥମେ ନିକୋଲସ୍‌ଙ୍କୁ ‘ଫାଦର୍ କ୍ରିସ୍‌ମାସ୍‌’ ଓ ଓଲ୍ଡ ମ୍ୟାନ୍ କ୍ରିସ୍‌ମାସ୍‌ର ନାମ ଦେଇଥିଲା। ଏହା ପରେ ସାରା ବିଶ୍ୱରେ କ୍ରିସ୍‌ମାସ୍‌ ଡେ’ରେ ସିକ୍ରେଟ୍‌ ଗିଫ୍ଟ ଦେବା ପାଇଁ ସିକ୍ରେଟ୍‌ ସାଣ୍ଟା ଆସିବାର ପ୍ରଥା ଆରମ୍ଭ ହେଲା।

ବିଶେଷ କରି ବିଦେଶରେ କ୍ରିସ୍‌ମାସ୍‌ ଡେ’ ବେଶ୍‌ ଧୂମ୍‌ଧାମ୍‌ରେ ପାଳନ ହୁଏ। ସମସ୍ତ ସ୍କୁଲ, କଲେଜ ଓ ଅଫିସ୍‌ ଖ୍ରାଷ୍ଟମାସ୍‌ ପୂର୍ବରୁ ଛୁଟି ହୋଇଯାଏ। ରାସ୍ତା ଘାଟ କ୍ରିସ୍‌ମାସ୍‌ ଟ୍ରି’ ଓ ରଙ୍ଗିନ୍‌ ଆଲୋକରେ ସଜାଯାଏ। ଡିସେମ୍ବର ୨୪କୁ ଲୋକେ ଇଷ୍ଟର ଇଭ୍‌ ଭାବେ ପାଳନ କରୁଥିବାବେଳେ ୨୫ ତାରିଖକୁ କ୍ରିସ୍‌ମାସ୍‌ ଡେ’ ଭାବେ ପାଳନ କରନ୍ତି। ୟୁରୋପ୍‌ରେ ଏହି ଉତ୍ସବ ୧୨ ଦିନ ଧରି ପାଳନ କରାଯାଏ। ଆଉ ବଡ଼ ଦିନକୁ Twelth night ବୋଲି କୁହାଯାଏ।



from Odisha Reporter http://bit.ly/2AgfXv0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages