ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ ଆରମ୍ଭ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ ଆରମ୍ଭ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

naxal

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠାରୁ ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ ଆରମ୍ଭ ହୋଇଛି। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ନକ୍ସଲମାନେ ଏହି ସପ୍ତାହ ପାଳନ କରିବେ। ଏଥିପାଇଁ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ସେମାନେ ପୋଷ୍ଟର ଲଗାଇବା ସହ ବନ୍ଦ ପାଳନ କରିବା ପାଇଁ ସାଧାରଣ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି।

ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହକୁ ଦୃଷ୍ଟିରେ ରଖି କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ ସୀମାରେ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯିବା ସହ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।

ସୁରକ୍ଷା ଦୃଷ୍ଟିରୁ କୋରାପୁଟରୁ ରାୟଗଡ଼ା, ମାଲକାନଗିରି ଓ ଗଜପତିକୁ ସରକାରୀ ବସ୍ ସେବା ବନ୍ଦ ରହିବ ବୋଲି ସୂଚନା ମିଳିଛି।



from Odisha Reporter https://ift.tt/2DWoYfu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages