ପାରିକର ପ୍ରଧାନମନ୍ତ୍ରୀଙ୍କୁ ବ୍ଲାକ୍‌ମେଲ୍‌ କରୁଛନ୍ତି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 24, 2018

ପାରିକର ପ୍ରଧାନମନ୍ତ୍ରୀଙ୍କୁ ବ୍ଲାକ୍‌ମେଲ୍‌ କରୁଛନ୍ତି!

JaipalReddy

ନୂଆଦିଲ୍ଲୀ: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବ୍ଲାକ୍‌ମେଲ୍‌ କରିବାକୁ ପ୍ରାୟାସ କରୁଛନ୍ତି। ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ରାଫେଲ୍ ଡିଲ୍ ନେଇ ବ୍ଲାକ୍‌ମେଲ୍ କରିବାକୁ ପ୍ରୟାସ କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ଜୟପାଲ ରେଡ୍ଡୀ।

ଗତ ଗୁରୁବାର ଗୋଆର ମାରାଗାଓରେ ଏକ ଜନ ଆକ୍ରୋଶ ରାଲିକୁ ସମ୍ବୋଧିତ କରିବା ଅବସରରେ ଜୟପାଲ ରେଡ୍ଡୀ ଏହି କଥା କହିଥିଲେ।

ସେ କହିଛନ୍ତି, ପାରିକର ନୈତିକତାର କଥା କହୁଛନ୍ତି। କିନ୍ତୁ ତାଙ୍କର କି ନୈତିକତା ଅଛି? ସେ ମୁଖ୍ୟମନ୍ତ୍ରୀ ଚୌକିକୁ ଜୋକ ଭଳି ଯାବୁଡ଼ି ଧରିଛନ୍ତି। ମୁଁ ଜାଣିଛି ସେ ନରେନ୍ଦ୍ର ମୋଦିଙ୍କୁ ବ୍ଲାକ୍‌ମେଲ୍ କଲା ଭଳି ସ୍ଥିତିରେ ଅଛନ୍ତି।

ଜୟପାଲ ରେଡ୍ଡୀ କହିଛନ୍ତି, ଯେତେବେଳେ ରାଫେଲ୍ ଚୁକ୍ତି ସ୍ୱାକ୍ଷରିତ ହେଲା, ସେତେବେଳେ ପାରିକର ପ୍ରତିରକ୍ଷା ମନ୍ତ୍ରୀ ଥିଲେ। କିନ୍ତୁ ଚୁକ୍ତି ସ୍ୱାକ୍ଷର ବେଳେ ପ୍ରଧାନମନ୍ତ୍ରୀ ତାଙ୍କୁ ବିଶ୍ୱାସକୁ ନେଇ ନଥିଲେ। ଚୁକ୍ତି ସ୍ୱାକ୍ଷରିତ ହେବା ପର ଦିନ ପାରିକର କହିଥିଲେ ଯେ, ଯେହେତୁ ପ୍ରଧାନମନ୍ତ୍ରୀ ରାଜି ଅଛନ୍ତି, ଏଣୁ ସେ ବି ତାଙ୍କୁ ସମର୍ଥନ କରିବେ।

ଅନ୍ୟପକ୍ଷରେ ରାଫେଲ୍ ଚୁକ୍ତି ନେଇ କୌଣସି ତଦନ୍ତର ଆବଶ୍ୟକତା ନାହିଁ ବୋଲି ସୁପ୍ରିମ୍‌କୋର୍ଟ ରାୟ ଦେଇ ସାରିଛନ୍ତି। ତଥାପି କଂଗ୍ରେସ ଏଥିରେ ସନ୍ତୁଷ୍ଟ ନୁହେଁ। ଏଣୁ ଏ ପ୍ରସଙ୍ଗରେ ଦଳୀୟ ନେତାଙ୍କ ବୟାନବାଜି ଜାରି ରହିଛି।



from Odisha Reporter http://bit.ly/2Sd2pau

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages