ରଣଜୀ ମ୍ୟାଚ୍‌: ରାଜସ୍ଥାନକୁ ୧୩୫ରେ ଅଟକାଇଲେ ବସନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 14, 2018

ରଣଜୀ ମ୍ୟାଚ୍‌: ରାଜସ୍ଥାନକୁ ୧୩୫ରେ ଅଟକାଇଲେ ବସନ୍ତ

ଭୁବନେଶ୍ୱର: ଦ୍ରୁତ ବୋଲର ବସନ୍ତ ମହାନ୍ତିଙ୍କ ଘାତକ ବୋଲିଂ ଆଗରେ ରାଜସ୍ଥାନ ସଂପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରିଛି। ଆଜିଠାରୁ ଭୁବନେଶ୍ୱରର ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା ଓଡ଼ିଶା-ରାଜସ୍ଥାନ ରଣଜୀ ମ୍ୟାଚ୍‌ର ପ୍ରଥମ ଇନିଂସରେ ଘରୋଇ ଦଳ ଜବରଦସ୍ତ ପ୍ରଦର୍ଶନ କରିଛି। ବସନ୍ତ ମହାନ୍ତିଙ୍କ ୬ ୱିକେଟ ବଳରେ ଓଡ଼ିଶା ଶକ୍ତିଶାଳୀ ରାଜସ୍ଥାନକୁ ୧୩୫ ରନ୍‌ରେ ଅଲଆଉଟ୍‌ କରି ଦେଇଛି। ବସନ୍ତଙ୍କ ବ୍ୟତୀତ ରାଜେଶ ମହାନ୍ତି ୩ଟି ଓ ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ୱିକେଟ ନେଇଛନ୍ତି।

ରାଜସ୍ଥାନର ୧୩୫ ରନ୍‌ର ଜବାବରେ ଓଡ଼ିଶା ତା’ର ପ୍ରଥମ ଇନିଂସରେ ଶେଷ ଖବର ସୁଦ୍ଧା ୬ ଓଭର୍‌ରେ ଗୋଟିଏ ୱିକେଟ୍‌ ହରାଇ ୧୩ ରନ୍‌ କରିଛି। ଦଳ ପକ୍ଷରୁ ଓପନର ଶାନ୍ତୁନ ମିଶ୍ର ୭ ଓ ଦେବାଶିଷ ସାମନ୍ତରାୟ ଶୂନ ରନ୍‌ କରି ଅପରାଜିତ ରହିଛନ୍ତି। ଓଡ଼ିଶା ପକ୍ଷରୁ ରଣଜିତ ସିଂହ ୨ ରନ୍‌ କରି ଆଉଟ୍‌ ହୋଇଛନ୍ତି।

ଟିମ୍‌ ଓଡ଼ିଶାର ଅଧିନାୟକ ବିପ୍ଳବ ସାମନ୍ତରାୟ ଆଜି ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ବୋଲରମାନେ ଠିକ୍‌ ସାବ୍ୟସ୍ତ କରି ମାତ୍ର ୬ ରନ୍‌ରେ ରାଜସ୍ଥାନର ଦୁଇ ଓପନର ଏଭି ଗୌତମ ଓ ଚେତନ ବିଷ୍ଟଙ୍କୁ ପ୍ୟାଭିଲିୟନ୍‌ ପଠାଇ ଦେଇଥିଲେ। ଗୌତମଙ୍କୁ ବସନ୍ତ ଓ ଚେତନଙ୍କୁ ରାଜେଣ ମହାନ୍ତି ଆଉଟ୍‌ କରିଥିଲେ।

ତେବେ ରାଜସ୍ଥାନ ଅଧିନାୟ ଏମ୍‌କେ ଲୋମରୋର ଗୋଟିଏ ପଟେ ଓଡ଼ିଶା ବୋଲରଙ୍କ ମୁକାବିଲା କରିଥିଲେ। ହେଲେ ଅନ୍ୟପଟେ ବସନ୍ତ ଓ ରାଜେଶ ଯୋଡ଼ି ଗୋଟିଏ ପରେ ଗୋଟିଏ ୱିକେଟ୍‌ ଦଖଲ କରି ଚାଲିଥିଲେ। ଲୋମରୋର ଶେଷ ବ୍ୟାଟସ୍‌ମ୍ୟାନ୍‌ ଭାବେ ୮୫ ରନ୍‌ କରି ଆଉଟ୍‌ ହୋଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆରଡି ଚହର ୧୮ ଏବଂ ଅଶୋକ ମେନାରିଆ ୧୦ ରନ୍‌ କରିଥିଲେ। ଅନ୍ୟ କୌଣସି ବ୍ୟାଟସ୍‌ମ୍ୟାନ୍‌ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଶେଷରେ ଦଳ ୧୩୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା।



from Odisha Reporter https://ift.tt/2LnmOat

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages