ଡାଇବେଟିସ୍‌ ଓ ରକ୍ତଚାପ ପାଇଁ ମହୌଷଧୀ ‘ଅର୍ଜୁନ ଛେଲି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

ଡାଇବେଟିସ୍‌ ଓ ରକ୍ତଚାପ ପାଇଁ ମହୌଷଧୀ ‘ଅର୍ଜୁନ ଛେଲି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ଅଧିକାଂଶ ଲୋକ ବିଭିନ୍ନ ରୋଗ ପାଇଁ ଏଲୋପ୍ୟାଥିକ୍ ଔଷଧ ଖାଇବାକୁ ପସନ୍ଦ କରୁଛନ୍ତି। ଏଥିପାଇଁ ଅନେକ  ଖର୍ଚ୍ଚ କରୁଛନ୍ତି। କିନ୍ତୁ ଔଷଧ ଖାଇବା ଛାଡ଼ିଦେବା ପରେ ପୁଣି ପୂର୍ବ ଅବସ୍ଥା ଫେରି ଆସୁଛି। ତେବେ ଆୟୁର୍ବେଦରେ ଏପରି କିଛି ଚେରମୂଳ ଓ ଔଷଧ ସମ୍ପର୍କରେ କୁହାଯାଇଛି, ଯାହା ଦ୍ୱାରା ଡାଇବେଟିସ୍‌, ବ୍ଲଡ୍‌ ପ୍ରେସର, କଫ ଓ ପିତ୍ତକୁ ସହଜରେ ନିୟନ୍ତ୍ରଣ କରି ହେବ।
ସେହିପରି ଏକ ଆୟୁର୍ବେଦିକ ଔଷଧ ହେଉଛି ଅର୍ଜୁନ ଗଛର ଛେଲି।

ଆୟୁର୍ବେଦ ଅନୁସାରେ, ଅର୍ଜୁନ ଗଛର ଛେଲିରେ ଅନେକ ବିଶେଷତ୍ୱ ରହିଛି। ଏହି ଛେଲି ଦ୍ୱାରା ସମସ୍ତ ରୋଗକୁ ସହଜରେ ନିୟନ୍ତ୍ରଣ କରାଯାଇ ପାରିବ। ବହୁ ରୋଗ ପାଇଁ ଏହା ‘ରାମବାଣ’ ପରି କାର୍ଯ୍ୟ କରିଥାଏ।

ଅର୍ଜୁନ ଗଛର ଛେଲି ଆପଣ ଏହାର ଗଣ୍ଡିରେ ଦେଖିବାକୁ ପାଇବେ। ଏହାର ଗଣ୍ଡି ଦେଖିବାକୁ ପିଜୁଳି ଗଛର ଗଣ୍ଡି ପରି କିନ୍ତୁ ଅଧିକ ମୋଟା। ପତ୍ର ମଧ୍ୟ ପିଜୁଳି ଗଛର ପତ୍ର ପରି କିନ୍ତୁ ଆକାରରେ ବଡ଼। ଏହା ଦେଶରେ ସର୍ବତ୍ର ଦେଖିବାକୁ ମିଳେ । ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ଗଛ ଦେଖାଯାଏ।

ମାର୍ଚ୍ଚରୁ ଜୁନ ମଧ୍ୟରେ ଏହି ଗଛରେ ଫୁଲ ଫୁଟେ ଓ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଫଳ ଆସେ।

ଅର୍ଜୁନ ଗଛର ଛେଲି ଏହି ସବୁ ରୋଗକୁ ନିୟନ୍ତ୍ରଣ କରିଥାଏ

ଆଜିକାଲି ଅନେକ ବ୍ୟକ୍ତି ହୃଦ୍‌ରୋଗର ଶିକାର ହେଉଛନ୍ତି । କେବଳ ବଡ଼ ନୁହନ୍ତି, ଛୋଟ ପିଲା ମଧ୍ୟ ଏଥିରୁ ବାଦ୍‌ ପଡୁନାହାନ୍ତି। ତେବେ ଅର୍ଜୁନ ଗଛର ଛେଲି କେବଳ ହୃଦ୍‌ରୋଗ ନୁହେଁ, ରକ୍ତଚାପ ,ଜ୍ୱର, ମଧୁମେହ, କଫ, ପିତ୍ତ, କ୍ଷତ, ରକ୍ତପିତ୍ତ ଓ ବ୍ରଣ ଆଦି ରୋଗରୁ ରକ୍ଷା କରିଥାଏ ।

କିପରି ବ୍ୟବହାର କରିବେ ଜାଣନ୍ତୁ

ପ୍ରତ୍ୟେକ ଦିନ ଅର୍ଜୁନ ଗଛର ଛେଲିରୁ ୨୫ ଗ୍ରାମ ନେଇ ୨୦୦ ମିଲିଲିଟର କ୍ଷୀର ଏବଂ ୮୦୦ ମିଲିଲିଟର ପାଣିରେ ମିଶାଇ ଅଳ୍ପ ଆଞ୍ଚରେ ଫୁଟାନ୍ତୁ । ଏହାକୁ ଭଲ ଭାବେ ଫୁଟାଇ ମିଶ୍ରଣକୁ ୨୦୦ ମିଲିଲିଟର ରଖନ୍ତୁ । ଏହି ମିଶ୍ରଣ ଶୀତଳ ହେବାପରେ ଛାଣି ଦୁଇ ଭାଗ କରି ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ପିଅନ୍ତୁ।
ଏହି ସବୁ ରୋଗ ଭଲ ହୋଇଥାଏ

୧.ଅର୍ଜୁନ ଗଛର ଛେଲିକୁ ଚିନି ସହ ମିଶାଇ ଖାଇଲେ ବିଷଦୋଷ କଟିଥାଏ । ଏହାର ଫୁଲ ବା ପତ୍ରକୁ ବାଟି ଲଗାଇଲେ ଚର୍ମ ଉକୁଣୀ ଭଲ ହୋଇଥାଏ ।

୨.କାଶ ଓ ଯକ୍ଷ୍ମା ଆଦି ରୋଗ ହେଲେ, ଏହାର ଛେଲିର ଗୁଣ୍ଡକୁ ଭୃ‌ଶଙ୍ଗ ପତ୍ର ରସ, ଗାଈ ଘିଅ ଓ ମହୁରେ ମିଶାଇ ଖାଇଲେ ଭଲ ହୋଇଯିବ ।

୩.ଏହାର ପତ୍ରରେ ଗାଈ ଘିଅ ଲଗାଇ ଯେ କୌଣସି କ୍ଷତ ଉପରେ ଲଗାଇଲେ ତାହା ଖୁବ୍ ଶୀଘ୍ର ଭଲ ହୋଇଯାଇଥାଏ।

୪.ଯଦି ଆପଣଙ୍କ କାନରେ ଯନ୍ତ୍ରଣା ହେଉଛି, ତେବେ ଅର୍ଜୁନ ଗଛର ପତ୍ର ରସ ଚାରି ଠୋପା ଦିନକୁ ଚାରିଥର କାନରେ ପକାନ୍ତୁ। କାନର ଯନ୍ତ୍ରଣା ଦୂର ହେବ।

୫.ଅର୍ଜୁନ ଗଛର ଛେଲିକୁ ଫୁଟାଇ ପିଇବା ଦ୍ୱାରା ଆପଣଙ୍କ ଶରୀରରେ କୋଲେଷ୍ଟ୍ରଲ୍ ନିୟନ୍ତ୍ରଣରେ ରହିବା ସହ ସୁଗାର୍‌ର ସ୍ତର ମଧ୍ୟ କମ୍‌ ରହିଥାଏ।

୫.ଡାଇବେଟିସ୍‌ ରୋଗୀ ଅର୍ଜୁନ ଗଛର ଛେଲିକୁ ଦିନକୁ ଚାରିଥର ପାଣିରେ ଫୁଟାଇ ପିଅନ୍ତୁ। ଦେଖିବେ ଆପଣଙ୍କ ଶରୀରର ବ୍ଲଡ୍‌ ସୁଗାର୍ ନିୟନ୍ତ୍ରଣରେ ରହିବ।

କୌଣସି ଆୟୁର୍ବେଦିକ ଔଷଧ ବ୍ୟବହାର କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ଯଦି ଏହାକୁ ଖାଇବା ପରେ କୌଣସି ପାର୍ଶ ପ୍ରତିକ୍ରିୟା ଦେଖାଦେଲେ, ଚିକିତ୍ସକଙ୍କ ସହ ତୁରନ୍ତ ଯୋଗାଯୋଗ କରନ୍ତୁ।



from Odisha Reporter http://bit.ly/2VaH9Ed

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages