କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବିରେ ତୁରେକେଲାରେ ୧୨ଘଣ୍ଟିଆ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବିରେ ତୁରେକେଲାରେ ୧୨ଘଣ୍ଟିଆ ବନ୍ଦ

strike

କଣ୍ଟାବାଞ୍ଜି(ସୁରଦାସ ବାଗ): କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ଆନ୍ଦୋଳନ ଜୋର ଧରିଛି। ନୂଆ ଜିଲ୍ଲା ଦାବି ନେଇ ଜିଲ୍ଲା ସଂଘର୍ଷ ସମିତିର ଆହ୍ୱାନ କ୍ରମେ ଆଜି ତୁରେକେଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

ଆଜି ସକାଳେ ତୁରେକେଲା ଶାଖା ଜିଲ୍ଲା ସଂଘର୍ଷ ସମିତି ସଦସ୍ୟମାନେ ପିକେଟିଂ କରି ଦୋକାନ- ବଜାର ଓ ସରକାରୀ ଅଫିସ୍‌ ବନ୍ଦ କରିଥିଲେ। ଏହା ସହ ଆନ୍ଦୋଳନକାରୀ ଟାୟାର ଜାଳି ତୁରେକେଲା-କଣ୍ଟାବାଞ୍ଜି ରାସ୍ତା ଅବରୋଧ କରିଛନ୍ତି। ତେଣୁ ଗାଡ଼ି ଚଳାଚଳ ବନ୍ଦ ରହିଛି।

କଣ୍ଟାବାଞ୍ଜିକୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦାବି ନେଇ ୩୯ ଦିନ ହେବ କଣ୍ଟାବାଞ୍ଜି ତହସିଲ ସମ୍ମୁଖରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଧାରଣା ଜାରି ରଖିଛି। ଜିଲ୍ଲା ସଂଘର୍ଷ ସମିତି ନିର୍ଦ୍ଦେଶ କ୍ରମେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଆନ୍ଦୋଳନକାରୀ କହିଛନ୍ତି।



from Odisha Reporter http://bit.ly/2rWxRhS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages