ସାତ କୋଟିର ବିକିନି ପିନ୍ଧି ରାମ୍ପ୍‌ରେ ଚାଲିଲେ ମଡେଲ୍‌ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

ସାତ କୋଟିର ବିକିନି ପିନ୍ଧି ରାମ୍ପ୍‌ରେ ଚାଲିଲେ ମଡେଲ୍‌ !

ୱାଶିଂଟନ୍‌: ହଲିଉଡ୍‌ରେ କାମ କରୁଥିବା ଅଭିନେତା ଓ ଅଭିନେତ୍ରୀ ସର୍ବଦା ନିଜର ବେଶପୋଷାକ ଓ ଅଭିନୟ ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି। କେବଳ ଅଭିନେତା କିମ୍ୱା ଅଭିନେତ୍ରୀ ନୁହେଁ,  ମଡେଲ୍‌ମାନେ ମଧ୍ୟ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ସେହିପରି ଜଣେ ହଲିଉଡ୍‌ ମଡେଲ୍‌ଙ୍କ ବିକିନିକୁ ନେଇ ଏବେ ସୋଶାଲ ମିଡିଆରେ ଚର୍ଚ୍ଚା।

ଏମିତିକି ଏହି ବିକିନି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଆପଣ ଭାବୁଥିବେ ବିକିନିରେ ଏମିତି କ’ଣ ଅଛି ଯେ, ଯାହାକୁ ନେଇ ଏତେ ଚର୍ଚ୍ଚା। ବାସ୍ତବରେ ଏଲ୍‌ସା ହୋସ୍କ ନାମ୍ନୀ ମଡେଲଙ୍କ ଏହି ବିକିନି ଡାଇମଣ୍ଡ୍‌ରେ ପ୍ରସ୍ତୁତ ହୋଇଛି । ଗୋଟିଏ କି ୨ଟି ନୁହେଁ ଏଥିରେ ୨,୧୦୦ରୁ ଅଧିକ ହୀରା ଖଞ୍ଜା ଯାଇଛି। ଯାହାକୁ ପିନ୍ଧି ଏଲ୍‌ସା ରାମ୍ପରେ ଚାଲିଥିଲେ।

ମଡେଲ୍‌ ଏଲ୍‌ସା ହୋସ୍କ ପିନ୍ଧିଥିବା ଏହି ବିକିନିର ମୂଲ୍ୟ ହେଉଛି ୧ ମିଲିୟନ୍‌ ଡଲାର୍, ଯାହା ଭାରତୀୟ ମୁଦ୍ରାରେ ୭ କୋଟି ୧୯ ଲକ୍ଷ ଟଙ୍କା।

ଆମେରିକାର ନ୍ୟୁୟର୍କ ସହରରେ ଗୁରୁବାର ହେଉଥିବା ରାମ୍ପ୍‌ ଶୋ’ ରେ ଏହି ଡାଇମଣ୍ଡ୍‌ ବିକିନିକୁ ସେ ପ୍ରଦର୍ଶନ କରିଥିଲେ। ଏଲ୍‌ସାଙ୍କୁ ଏହି ବିକିନିରେ ଦେଖି ଦର୍ଶକ ତାଙ୍କ ଉପରୁ ନଜର ହଟାଇ ପାରି ନ ଥିଲେ। ଏମିତି ବି ଶୁଣିବାକୁ ମିଳୁଛି ଯେ, ଏଲ୍‌ସା କୁଆଡେ ପ୍ରଥମ ଥର ପାଇଁ ସର୍ବ ସମ୍ମୁଖରେ ଏମିତି ବିକିନି ପରିଧାନ କରି ନଜର ଆସିଥିଲେ।



from Odisha Reporter https://ift.tt/2QA9khd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages