ଦିଲ୍ଲୀ ବିକ୍ଷୋଭ ପୂର୍ବରୁ ବିଜେଡି କୃଷକ ସେଲର କର୍ମକର୍ତ୍ତା ନିଯୁକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 30, 2018

ଦିଲ୍ଲୀ ବିକ୍ଷୋଭ ପୂର୍ବରୁ ବିଜେଡି କୃଷକ ସେଲର କର୍ମକର୍ତ୍ତା ନିଯୁକ୍ତ

bjd

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀରେ ଜାନୁୟାରୀ ୮ରେ ପ୍ରସ୍ତାବିତ ଏମଏସପି ବିକ୍ଷୋଭ ପୂର୍ବରୁ ବିଜେଡି ନିଜର କୃଷକ ସେଲର ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା

କରିଛି। ବିଜେଡି କୃଷକ ସେଲର ରାଜ୍ୟ ସଭାପତି ଭାବେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ମହାସଚିବ ଭାବେ ପ୍ରତାପ ଜେନାଙ୍କୁ ପୂର୍ବରୁ ନିଯୁକ୍ତି ମିଳିଥିବାବେଳେ ଆଜି କୃଷକ ସେଲର ଉପସଭାପତି ଭାବେ ଅକ୍ଷୟ ମହାନ୍ତି, କାନନବିହାରୀ ପହି,ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ, ଜିତେନ୍ଦ୍ର ନାରାୟଣ ସିଂହଦେଓ, ଅଲେଖ ଚୌଧୁରୀ, ଅମରେନ୍ଦ୍ର ଗଙ୍ଗଦେବଙ୍କୁ ଅବସ୍ଥାପିତ କରାଯାଇଛି। ଏହି ସମସ୍ତ ଉପସଭାପତି ଏବେ ସମବାୟ ବ୍ୟାଙ୍କ ପଦାଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି।

ସେହିପରି କୃଷକ ସେଲର ସାଧାରଣ ସଂପାଦକ ଭାବେ କିଶୋର କୁମାର ମେହେର, ଅନ୍ତର୍ଯ୍ୟାମୀ ରାଉତ, ଘନଶ୍ୟାମ ନାୟକ ଏବଂ ସଂପାଦକ ଭାବେ ମନୋଜ କୁମାର ମହାପାତ୍ର, ତିରୁପତି ବନାଗାଡ଼ି, ସରୋଜ କୁମାର ପ୍ରଧାନ, ଉତ୍ତର କୁମାର ପାତ୍ର ଏବଂ ଜୟନ୍ତ ପାଣିଗ୍ରାହୀଙ୍କୁ ନିଯୁକ୍ତି ମିଳିଛି।

ସେହିପରି କୃଷକ ସେଲର ଜିଲ୍ଲା ସଭାପତି ଭାବେ ଅନୁଗୋଳ- ବିଧାୟକ ବ୍ରଜ କିଶୋର ପ୍ରଧାନ, ବାଲେଶ୍ୱର- ଅଜୟ କୁମାର ସାମଲ,ବରଗଡ଼- ଗୌରହରି ମିଶ୍ର, ଭଦ୍ରକ -ଜଗନ୍ନାଥ ସ୍ୱାଇଁ, ବଲାଙ୍ଗିର – ଅଜୟ ଦାସ, ବୌଦ୍ଧ- ସାନ୍ତନୁ ଥାଟି, କଟକ- ପ୍ରଶାନ୍ତ କୁମାର ବେହେରା, ଦେବଗଡ଼-ଚିତ୍ତ ରଂଜନ ପ୍ରଧାନ, ଢେଙ୍କାନାଳ – ନରୋତ୍ତମ ସାହୁ, ଗଜପତି- ରବି ନାଇଡ଼ୁ, ଗଞ୍ଜାମ- ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଜଗତସିହଂପୁର- ପ୍ରକାଶ ଚନ୍ଦ୍ର ବସ୍ତିଆ, ଯାଜପୁର- ନିତ୍ୟ ନନ୍ଦନ ରାଉତ, ଝାରସୁଗୁଡ଼ା- ମିତ୍ରଭାନୁ ସାହୁ, କଳାହାଣ୍ଡି- ଦିଲ୍ଲୀପ ଠାକୁର, କନ୍ଧମାଳ- କୁନା ଦଣ୍ଡସେନା,କେନ୍ଦ୍ରାପଡ଼ା- ସୌମେନ୍ଦ୍ର କୁମାର ଦାସ, କେନ୍ଦୁଝର- ଦୀପକ ରାଜ, ଖୋର୍ଦ୍ଧା- ରାମଚନ୍ଦ୍ର ସାମନ୍ତରାୟ, କୋରାପୁଟ-ରାମଚନ୍ଦ୍ର ସାମନ୍ତରାୟ, କୋରାପୁଟ ଜିଲ୍ଲା କାର୍ଯ୍ୟକାରୀ ସଭାପତି- ସୁକୁରିଆ ପ୍ରଧାନ, ମାଲକାନଗିରି- ସୁଭାଷ ଚନ୍ଦ୍ର ବାନାର୍ଜୀ, ମୟୂରଭଞ୍ଜ (୧)- ରାଜ କିଶୋର ଆଚାର୍ଯ୍ୟ, ମୟୂରଭଞ୍ଜ (୨)-ଦୁର୍ଗା ହେମ୍ବ୍ରମ, ନବରଙ୍ଗପୁର- ଯୋଗେନ୍ଦ୍ର କୁମାର ସ୍ୱାଇଁ, ନୟାଗଡ଼- ଜଗନ୍ନାଥ ପଣ୍ଡା, ନୂଆପଡ଼ା- ସନ୍ତୋଷ କୁମାର ନିଆଲ, ପୁରୀ- ବିଧାୟକ ଉମାକାନ୍ତ ସାମନ୍ତରାୟ, ପୁରୀ ଜିଲ୍ଲା କାର୍ଯ୍ୟକାରୀ ସଭାପତି- ପ୍ରଫୁଲ କୁମାର ଜେନା, ରାୟଗଡ଼ା-ଜ୍ୟୋତି ପ୍ରସାଦ ସାହୁ, ସମ୍ବଲପୁର- ଆନନ୍ଦ ଜେନା, ସୋନପୁର- ମନୋରଂଜନ ପ୍ରଧାନ ଏବଂ ସୁନ୍ଦରଗଡ଼- ଗୋପାଳ ଚନ୍ଦ୍ର ପ୍ରଧାନଙ୍କୁ ଜିଲ୍ଲା ବିଜେଡି କୃଷକ ସଭାପତି ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି ବୋଲି ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି।



from Odisha Reporter http://bit.ly/2Tl2KYY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages