ଧୋନି ଟିମ୍‌କୁ ଫେରିବା ପଛର ରହସ୍ୟ କ’ଣ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ଧୋନି ଟିମ୍‌କୁ ଫେରିବା ପଛର ରହସ୍ୟ କ’ଣ?

dhoni34

ନୂଆଦିଲ୍ଲୀ: ଚଳିତ ଟେଷ୍ଟ୍ ସିରିଜ୍ ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ୍ ଖେଳାଯିବ। ଦିନିକିଆ ସିରିଜ୍‌ରେ ୩ଟି ମ୍ୟାଚ୍ ଖେଳାଯିବ। ଦିନିକିଆ ସିରିଜ୍‌ ପାଇଁ ଭାରତ ତା’ର ଟିମ୍ ବି ଘୋଷଣା କରି ସାରିଛି। ଆଉ ଏଥିରେ ମହେନ୍ଦ୍ର ସିଂହ ଧୋନିଙ୍କୁ ସାମିଲ କରାଯାଇଛି। ଏହାକୁ ଧୋନିଙ୍କ ପ୍ରତ୍ୟାବର୍ତ୍ତନ କୁହାଯାଇପାରିବ। କାରଣ ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା।

ଧୋନିଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ସହିତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ ପାଇଁ ବି ଟିମ୍‌ରେ ସାମିଲ କରାଯାଇଛି।

ଧୋନିଙ୍କୁ ୬ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ବିଶ୍ରାମ ଦିଆଯିବା ପଛରେ ଏକ ବିଶେଷ କାରଣ ରହିଥିଲା। ଚୟନକର୍ତ୍ତା ନବାଗତ ୱିକେଟ୍ କିପର ଋଷଭ ପନ୍ତଙ୍କୁ ସୁଯୋଗ ଦେବାକୁ ଚାହୁଁଥିଲେ। ଚୟନକର୍ତ୍ତା ତାଙ୍କୁ ଉଭୟ କିପିଂ ଓ ବ୍ୟାଟିଂରେ ପରଖିବାକୁ ଚାହୁଁଥିଲେ। ଟିମ୍ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ ଏହା ସ୍ପଷ୍ଟ ଭାବେ କହିଥିଲେ।

ସେ ଏହା ବି କହିଥିଲେ ଯେ, ୨୦୧୯ ବିଶ୍ୱକପ୍ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ଚୟନରେ କୌଣସି ପରୀକ୍ଷାନିରୀକ୍ଷା କରାଯିବ ନାହିଁ। ଆଉ ବିଶ୍ୱକପ୍ ପାଇଁ ୱିକେଟ୍‌ କିପର ଭାବେ ଧୋନି ହେଉଛନ୍ତି ପ୍ରଥମ ପସନ୍ଦ।

ଯେହେତୁ ଚୟନକର୍ତ୍ତା ଟିମ୍ ଚୟନରେ ଏବେ କୌଣସି ପରୀକ୍ଷାନିରୀକ୍ଷା କରିବାକୁ ଚାହୁଁନାହାନ୍ତି ଓ ବିଶ୍ୱକପ୍ ପାଇଁ ୱିକେଟ୍‌ କିପର ଭାବେ ଧୋନି ପ୍ରଥମ ପସନ୍ଦ, ତେଣୁ ଧୋନିଙ୍କ ପ୍ରତ୍ୟାବର୍ତ୍ତନରେ କୌଣସି ସମସ୍ୟା ନଥିଲା।

ତେବେ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଏବେ ଧୋନୀଙ୍କ ବ୍ୟାଟ୍‌ରୁ ଆଉ ସେତେ ରନ୍‌ ବାହାରୁନି। ସେଥିପାଇଁ ତାଙ୍କୁ ସମାଲୋଚନା ମଧ୍ୟ କରାଯାଉଛି। ଗତ ସାତଟି ମ୍ୟାଚ୍‌ରେ ତାଙ୍କର ବ୍ୟକ୍ତିଗତ ସ୍କୋର ଯଥାକ୍ରମେ ୨୭, ୭,୨୦,୩୬,୮,୩୩ ଓ ୦ ରହିଛି।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଜାନୁଆରୀ ୧୨ ତାରିଖରେ ସିଡ୍‌ନୀରେ ଖେଳା ଯିବ। ଏହା ପରେ ଜାନୁଆରୀ ୧୫ରେ ଆଡେଲେଡ୍ ଓ ଜାନୁଆରୀ ୧୮ରେ ମେଲବର୍ଣ୍ଣରେ ଯଥାକ୍ରମରେ ଦ୍ୱିତୀୟ ଓ ତୃତୀୟ ଦିନିକିଆ ଖେଳାଯିବ।



from Odisha Reporter http://bit.ly/2Am8JWt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages