ବଢ଼ିବ ଧନ: ରାଶି ଅନୁଯାୟୀ ଏମିତି ରଖନ୍ତୁ ପଇସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ବଢ଼ିବ ଧନ: ରାଶି ଅନୁଯାୟୀ ଏମିତି ରଖନ୍ତୁ ପଇସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଇସା ରୋଜଗାର କରିବାଠାରୁ ଅଧିକ ଜରୁରୀ ଥାଏ ତାକୁ ସଞ୍ଚୟ କରି ରଖିବା। କାରଣ ପଇସା କେତେବେଳେ କେଉଁଆଡେ ଖର୍ଚ୍ଚ ହୋଇଯାଏ ଜଣା ପଡେନି। ତେବେ ଆଜି ରାଶି ଅନୁଯାୟୀ ପଇସାକୁ କେମିତି ସଞ୍ଚୟ କରି ରଖିବେ ଓ କ’ଣ କଲେ ସ୍ୱଳ୍ପ ଖର୍ଚ୍ଚରେ ଚଳିବେ ସେ ନେଇ କିଛି ଟିପ୍ସ ଆମେ ଆପଣଙ୍କୁ ଦେବୁ।

ମେଷ- ଘରର ପଶ୍ଚିମ ଦିଗରେ ଆଲମାରିରେ ଟଙ୍କା ପଇସା ରଖନ୍ତୁ। ପଇସା ରଖିବା ସ୍ଥାନରେ ଲୁହାର ଏକ ବସ୍ତୁ ରଖନ୍ତୁ।

ବୃଷ- ଘରର ପୂର୍ବ ଦିଗରେ ଧନ ରଖନ୍ତୁ। ଧନ ରଖିବା ସ୍ଥାନରେ ସୁନା ଏବଂ ପିତଳର ଏକ ବସ୍ତୁ ରଖନ୍ତୁ।

ମିଥୁନ- ଘରର ଉତ୍ତର ଦିଗରେ ଧନ ରଖନ୍ତୁ। ଏହା ସହ ତମ୍ବାର ବସ୍ତୁ ରଖିବା ମଙ୍ଗଳମୟ।

 କର୍କଟ- ଘରର ପୂର୍ବ-ଦକ୍ଷିଣ ଦିଗରେ ଧନ ରଖନ୍ତୁ। ପଇସା ରଖିବା ସ୍ଥାନରେ ରୂପାର ଏକ ବସ୍ତୁ ରଖନ୍ତୁ।

ସିଂହ- ଘରର ପୂର୍ବ ଦିଗରେ ଧନ ରଖନ୍ତୁ। ପଇସା ରଖିବା ସ୍ଥାନରେ ତମ୍ବାର ବସ୍ତୁ ରହିବା ଭଲ।

କନ୍ୟା- ଘରର ଦକ୍ଷିଣ-ପଶ୍ଚିମ ଦିଗରେ ରୁପା ବସ୍ତୁ ସହ ଧନ ରଖନ୍ତୁ।

ତୁଳା–  ଏହି ରାଶି ପାଇଁ ଘରର ଦକ୍ଷିଣ ଦିଗରେ ରୁପା ସହ ଧନ ରହିବା ମଙ୍ଗଳମୟ।

ବିଛା- ଘରର ବାୟବ୍ୟ ଅର୍ଥାତ୍‌ ଉତ୍ତର-ପଶ୍ଚିମ ଦିଗରେ ଧନ ରଖନ୍ତୁ। ପଇସା ରଖିବା ସ୍ଥାନରେ ତମ୍ବାର ଏକ ବସ୍ତୁ ରଖନ୍ତୁ।

ଧନୁ- ଘରର ଉତ୍ତର-ପଶ୍ଚିମ ଦିଗରେ ଧନ ରଖନ୍ତୁ। ପଇସା ରଖିବା ସ୍ଥାନରେ ସୁନାର ଏକ ବସ୍ତୁ ରହିବା ଭଲ।

ମକର– ଘରର ଉତ୍ତର ଦିଗରେ ଧନ ରଖନ୍ତୁ। ପଇସା ରଖିବା ସ୍ଥାନରେ ତମ୍ବାର ବସ୍ତୁ ରଖନ୍ତୁ।

କୁମ୍ଭ- ଘରର ପୂର୍ବ ଦିଗରେ ଧନ ରଖନ୍ତୁ। ପଇସା ରଖିବା ସ୍ଥାନରେ ତମ୍ବାର ଏକ ବସ୍ତୁ ରଖିବା ମଙ୍ଗଳମୟ।

ମୀନ- ଘରର ପଶ୍ଚିମ ଦିଗରେ ଧନ ରହିବା ଏହି ରାଶି ପାଇଁ ଲାଭଦାୟକ। ଏହା ସହ ରୂପା ମୁଦ୍ରାଟିଏ ରଖିଲେ ସୁଫଳ ପାଇବେ।

 



from Odisha Reporter https://ift.tt/2BgVqWP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages