ମିତାଲି ରାଜ୍‌ କହିଲେ ଏବେ ମୋର ଟେନ୍‌ସନ୍‌ ଖତମ: ଏଣିକି ଫୋକସ୍‌ କ୍ରିକେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 23, 2018

ମିତାଲି ରାଜ୍‌ କହିଲେ ଏବେ ମୋର ଟେନ୍‌ସନ୍‌ ଖତମ: ଏଣିକି ଫୋକସ୍‌ କ୍ରିକେଟ୍‌

ନୂଆଦିଲ୍ଲୀ:ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତୀୟ ଦଳର ପରାଜୟ ପରେ ଆରୋପ-ପ୍ରତ୍ୟାରୋପକୁ ନେଇ ବିବାଦ ଘେରକୁ ଆସିଥିବା ମହିଳା କ୍ରିକେଟ୍‌ ଟିମ୍‌ର ଅଧିନାୟକ ମିତାଲି ରାଜ୍‌ ଏଥର କ୍ରିକେଟ୍‌ ଉପରେ ସମ୍ପୂର୍ଣ୍ଣ ଫୋକସ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଚୂଡ଼ାନ୍ତ ଖେଳାଳି ତାଲିକା ପ୍ରକାଶ ପାଇବା ପରେ ମିତାଲି ୱାନ୍‌ଡେ ମ୍ୟାଚ ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। କ୍ୟାରିବାନ୍‌ ସିରିଜ୍‌ରେ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ମିତାଲିକୁ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ଅନ୍ତିମ ଏକାଦଶରେ ସାମିଲ କରାଯାଇ ନଥିଲା। ଏହା ପରେ ଟିମ୍‌ର କୋଚ୍‌ ରମେଶ ପାୱାର୍‌ ଏବଂ ତାଙ୍କ ଭିତରେ ଥିବା ମତଭେଦ ସାମ୍ନାକୁ ଆସିଥିଲା।

ମୁଖ୍ୟ କୋଚ୍‌ ରମେଶ ପାୱାରଙ୍କ ନାମରେ ପକ୍ଷପାତିତା ଏବଂ ମାନସିକ ନିର୍ଯାତନାର ଅଭିଯୋଗ ଆଣିଥିଲେ ମିତାଲି। ଏହି ବିବାଦ ଘନେଇବା ପରେ ଦୁହେଁ ବିସିସିଆଇକୁ ଚିଠି ଲେଖିଥିଲେ। ହେଲେ ଏହି ଚିଠି ଗଣମାଧ୍ୟମରେ ଲିକ୍‌ ହୋଇଯାଇଥିଲା। ତେବେ ମିତାଲି ଉପରେ ଚୟନକର୍ତ୍ତା ଭରସା ରଖିବା ସହ ତାଙ୍କୁ ପୁଣି ଥରେ ଟି-ଟ୍ୱେଣ୍ଟି ଟିମ୍‌ରେ ସୁଯୋଗ ଦିଆଯାଇଛି। ଆସନ୍ତା ମାସରେ ନ୍ୟୁଜିଲାଣ୍ଡ ଗସ୍ତରେ ଦିନିକିଆ ସିରିଜ୍‌ ପାଇଁ ମିତାଲିଙ୍କ ଅଧିନାୟକ ପଦକୁ କାଏମ ରଖାଯାଇଛି।

ଏହି ପରିପ୍ରେକ୍ଷୀରେ ମିତାଲି କୋଲକତାରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଯେଉଁଭଳି ସବୁ ଘଟଣା ଘଟିଲା, ତାହା ଖେଳ ପାଇଁ ନିଶ୍ଚିତ ରୂପେ ଶୁଭଙ୍କର ନୁହେଁ। ଏହା ଦ୍ୱାରା ଅନେକଙ୍କ ଉପରେ କୁପ୍ରଭାବ ପଡ଼ିବ। ମିତାଲି କହିଛନ୍ତି ଯେ, ଏବେ ସବୁ କିଛି ସମାଧାନ ହୋଇଥିବା ମୁଁ ଆଶା କରୁଛି। ଏଣିକି ମୁଁ କେବଳ କ୍ରିକେଟ୍‌ ଉପରେ ଫୋକସ୍ କରିବି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତକୁ ସେମିଫାଇନାଲରେ ଇଂଲଣ୍ଡ ପରାସ୍ତ କରିଥିଲା। ତେବେ ଏହି ମ୍ୟାଚ୍‌ରୁ ବାଦ୍‌ ପଡ଼ିବା ନେଇ ପ୍ରଶ୍ନ ଉଠାଇଥିଲେ ମିତାଲି। କୋଚ୍‌ ରମେଶ ପାୱାରଙ୍କ ନାମରେ ସଙ୍ଗିନ ଅଭିଯୋଗ ଆଣି ଟ୍ୱିଟରରେ ପେଜ୍‌ରେ ଲେଖିଥିଲେ ମିତାଲି।



from Odisha Reporter http://bit.ly/2RhX2ti

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages