ଆସନ୍ତା ୨୪ ତାରିଖରେ ବିଜେପିରେ ମିଶିବେ କି ବୈଜୟନ୍ତ? ଉତ୍ତରରେ କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

ଆସନ୍ତା ୨୪ ତାରିଖରେ ବିଜେପିରେ ମିଶିବେ କି ବୈଜୟନ୍ତ? ଉତ୍ତରରେ କହିଲେ ଏମିତି କଥା

କଟକ (ଓଡ଼ିଶା ରିପୋର୍ଟର): ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତବେଳେ ବିଜେପିରେ ମିଶିବେ କି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା? ଏହି ପ୍ରଶ୍ନକୁ ନେଇ ଚାଲିଥିବା ଚର୍ଚ୍ଚାର ଆଜି ଉତ୍ତର ଦେଇଛନ୍ତି ନିଜେ ବୈଜୟନ୍ତ। ଆଜି କଟକ ନିକଟ ଗୋପାଳପୁରରେ ଏକ କ୍ରିକେଟ ମ୍ୟାଚରେ ଅତିଥି ଭାବେ ଯୋଗଦେବା ଅବସରରେ ସେ କହିଛନ୍ତି- “ଯେ ପର୍ଯ୍ୟନ୍ତ ମୋ ‘ନିଷ୍ପତ୍ତି’ଟା ଫାଇନାଲ୍ କରିନି, ତାରିଖ ବିଷୟରେ ଆଲୋଚନା କରି କିଛି ଲାଭନାହିଁ।”

ସେହିପରି ୨୦୧୯ରେ  ନିର୍ବାଚନ ସେ ଲଢ଼ିବେ ନା ନାହିଁ, ସାମ୍ବାଦିକଙ୍କର ଏ ପ୍ରଶ୍ନର ଉତ୍ତରରେ ବୈଜୟନ୍ତ କହିଛନ୍ତି- “୨୦୧୯ରେ ଲୋକେ ଚାହିଁଲେ ନିଶ୍ଚୟ ନିର୍ବାଚନ ଲଢ଼ିବି।”

ତାଙ୍କ ରାଜନୈତିକ ଭବିଷ୍ୟତ କ’ଣ ଏବଂ ସେ ଆଗକୁ କି ପଦକ୍ଷେପ ନେବାକୁ ଚାହୁଁଛନ୍ତି ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ବୈଜୟନ୍ତ କହିଛନ୍ତି- “ଯେଉଁ ଦଳରେ ମୁଁ  ମୂଳରୁ ସାମିଲ ଥିଲି, ସେ ଦଳ ମୁଁ ଏମିତି ହାଲ୍‌କା ଭାବରେ ଛାଡ଼ିନି। ସ୍ୱାଭିମାନ ପାଇଁ ଛାଡ଼ିଛି, ଆପଣମାନେ ଏ କଥା ଜାଣିଥିବେ। ମୁଁ କେଉଁ ରାଜନୈତିକ ଦଳରେ ଯୋଗ ଦେବି କିମ୍ବା  ନୂଆ ଦଳ ଗଢ଼ିବି, ଏହା ବଡ଼ ପ୍ରଶ୍ନ ନୁହେଁ। ଓଡ଼ିଶାର ଥିବା ସମସ୍ୟା ନେଇ ଆଜି ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। ପ୍ରତିଦିନ ଗ୍ୟାଙ୍ଗ ରେପ୍‌ ଓ ମର୍ଡର ଦେଖିବାକୁ ମିଳୁଛି।”

ବୈଜୟନ୍ତ ଆହୁରି କହିଛନ୍ତି- “ଏ ପର୍ଯ୍ୟନ୍ତ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ପଇସା ମିଳିନାହିଁ କି ଦୋଷୀଙ୍କୁ ଦଣ୍ଡ  ମିଳିନାହିଁ।  ଦିନକୁ ଦିନକୁ ଓଡ଼ିଶାରେ ବେକାରୀ ସମସ୍ୟା ବଢ଼ିଚାଲିଛି। ଫଳରେ ଓଡ଼ିଶାର ଲକ୍ଷଲକ୍ଷ ଭାଇଭଉଣୀ ବାହାରକୁ ଯାଇ ଦାଦନ ଖଟୁଛନ୍ତି। ଏ ସବୁ ସମସ୍ୟା ସହ ଲଢ଼ିବା, ଆଜିର ଓଡ଼ିଶାର ପାଇଁ ମୂଳ ପ୍ରଶ୍ନ। ଏହି ଲଢ଼େଇରେ କିଏ ମୋତେ ସମର୍ଥନ ଦେବ, ମୁଁ କାହାକୁ ସମର୍ଥନ ଦେବି ସେଇଟା ବି ବଡ଼ପ୍ରଶ୍ନ। ଓଡ଼ିଶାରେ ମୁଁ କିଛି ପରିବର୍ତ୍ତନ ଆଣିବାକୁ ଚାହୁଁଛି। ପରିବର୍ତ୍ତନ କଥା କହିବାରୁ ମୁଁ ଯେଉଁ ଦଳରେ ଥିଲି ମୋତେ ଦଣ୍ଡ ମିଳିଲା।”

ଆପଣ ଏକ ପୁସ୍ତକ ଲେଖିଛନ୍ତି, ଯାହା ଖୁବ୍‌ଶୀଘ୍ର ଉନ୍ମୋଚନ ହେବାକୁ ଯାଉଛି, ତାହା କ’ଣ ବୋଲି ସାମ୍ବାଦିକ ପଚାରିବାରୁ ବୈଜୟନ୍ତ କହିଛନ୍ତି- “୧୫ରୁ ୧୬ ବର୍ଷ ଧରି ମୁଁ ଜାତୀୟ ଓ ଆର୍ନ୍ତଜାତିକ ସ୍ତରରେ ସ୍ତମ୍ଭ ଲେଖିଆସୁଛି। ଓଡ଼ିଶାରେ ମଧ୍ୟ ଲେଖିଛି। ସିଧାସଳଖ ମୋ ମନରେ ଯାହା ଥାଏ ମୁଁ ତାକୁ କହେ, ଯୋଉଟା ଆମ ଦେଶ ପାଇଁ ଭଲ, ଓଡ଼ିଶା ପାଇଁ ଭଲ, ଆମ ସିଷ୍ଟମ ପାଇଁ ଭଲ। ସେଇ ଦିଗରେ ଯେଉଁ ସ୍ତମ୍ଭ ଲେଖିଥିଲି ସେଇଟା ଏବେ ବହି ହେଉଛି। ସେ ସବୁ ଆମ ରାଜନୀତି ଉପରେ, ଅର୍ଥନୈତିକ ବ୍ୟବସ୍ଥା ଉପରେ ଏବଂ ବିଦେଶ ନୀତି ଉପରେ।”



from Odisha Reporter http://bit.ly/2CqsEVA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages