ପିଲାବେଳେ ଅନ୍ୟାୟକୁ ସହି ସହି ପାଲଟିଗଲେ ଦେଶର ପ୍ରଥମ ଆଇନ୍‌ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

ପିଲାବେଳେ ଅନ୍ୟାୟକୁ ସହି ସହି ପାଲଟିଗଲେ ଦେଶର ପ୍ରଥମ ଆଇନ୍‌ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେ ସ୍କୁଲ ଯିବ ଏ କଥା ଭାବିଥିଲା ସତ, ହେଲେ ଘରେ କାହାକୁ ବିଶ୍ୱାସ ନ ଥିଲା। କିନ୍ତୁ ଦୃଢ଼ ଇଚ୍ଛାଶକ୍ତି ତାକୁ ସ୍କୁଲରେ ପହଞ୍ଚାଇଦେଲା। ମିଳିଲା ସବୁଠାରୁ ପଛ ବେଞ୍ଚ। ଯେଉଁଠି ନା ପାଠ ଶୁଭୁଥିଲା ନା ଦିଶୁଥିଲା କଳାପଟା।

ତଥାପି ସେ ପାଠ ପଢ଼ିଲା। ଖୁବ୍‌ ମନ ଦେଇ ପାଠ ପଢୁଥିବା ଏଇ ପିଲାଟି କିନ୍ତୁ କହାରି ଆଦରର ପାତ୍ର ହୋଇପାରୁ ନ ଥିଲା। କାରଣ, ସେ ଥିଲା ଛୋଟ ଜାତିର। ଶୋଷ ହେଲେ ପାଣି ଟୋପାଏ ପିଇବା ପାଇଁ ବି ତାକୁ କରାଯାଉଥିଲା ବାରଣ। ଯେଉଁ ମାଠିଆରୁ ସମସ୍ତେ ପାଣି ପିଉଥିଲେ ସେ ଛୁଇଁଲେ ମାରା ହୋଇଯିବ ବୋଲି ସେଠାରୁ ପାଣି ପିଇବାକୁ ଦିଆଯାଉ ନ ଥିଲା।

କିନ୍ତୁ ଏଇ ପାତର ଅନ୍ତର ତାକୁ ବାଧିଥିଲା। ଆଉ ସେ ବିଦ୍ରୋହୀ ହୋଇପଡ଼ିଲା। ଜଣେ ବ୍ରହ୍ମଣ ଶିକ୍ଷକଙ୍କ ସହାୟତାରେ ଭୀମାରାଓ ନିଜ ସାଙ୍ଗିଆ ବଦଳାଇଦେଲେ। ଭୀମାରାଓ ସକପାଲରୁ ସେ ପାଲଟିଗଲେ ଭୀମାରାଓ ଆମ୍ବେଦକର।

ଆମେ କହୁଛୁ ସମ୍ବିଧାନ ପ୍ରଣେତା ତଥା ଭାରତର ପ୍ରଥମ ଆଇନ୍‌ ମନ୍ତ୍ରୀ ବାବା ସାହେବ ଡଃ ଭୀମାରାଓ ଆମ୍ବେଦକରଙ୍କ କଥା। ବାବା ସାହେବଙ୍କର ଆଜି ହେଉଛି ଶ୍ରାଦ୍ଧବାର୍ଷିକୀ। ଠିକ୍‌ ଆଜିର ଦିନରେ, ମାନେ ଡିସେମ୍ବର ମାସ ୬ ତାରିଖରେ ଭାରତ ମାତାଙ୍କ କୋଳଶୂନ୍ୟ କରି ପରଲୋକ ଗମନ କରିଥିଲେ ଏହି ମହାନ୍‌ ଜନନେତା।

ଦଳିତ ନିଷ୍ପେଷିତଙ୍କୁ ନ୍ୟାୟ ଦେବା ତଥା ସମାଜରେ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ବାବା ସାହେବଙ୍କ ଭୂମୀକା ଥିଲା ଅନସ୍ୱୀକାର୍ଯ୍ୟ।

ଅଳ୍ପରେ ବାବାସାହେବ

ଜନ୍ମ- ୧୪ ଏପ୍ରିଲ୍‌ ୧୮୯୧

ମୃତ୍ୟୁ- ୬ ଡିସେମ୍ବର ୧୯୫୬

ସର୍ବୋଚ୍ଚ ସମ୍ମାନ- ଭାରତରତ୍ନ(୧୯୯୦)

 



from Odisha Reporter https://ift.tt/2G05mcX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages