ବାସ୍ତୁ ଅନୁସାରେ ପିତୃପୁରୁଷଙ୍କ ଫଟୋ ଘରର ଏହି ସ୍ଥାନରେ ଲଗାନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 24, 2018

ବାସ୍ତୁ ଅନୁସାରେ ପିତୃପୁରୁଷଙ୍କ ଫଟୋ ଘରର ଏହି ସ୍ଥାନରେ ଲଗାନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ସଂସ୍କୃତିରେ ପିତୃପୁରୁଷଙ୍କ ଆର୍ଶୀବାଦ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ। କୁହାଯାଏ, ପିତୃପୁରୁଷଙ୍କ ଆର୍ଶୀବାଦ ରହିଲେ ଘରେ କୌଣସି ସମସ୍ୟା ହୋଇ ନ ଥାଏ। ଏଥିପାଇଁ ଶ୍ରାଦ୍ଧ ଓ ପିଣ୍ଡଦାନ କରି ପୁତୃପୁରୁଷଙ୍କ ଆତ୍ମାର ସଦ୍‌ଗତି କାମନା କରାଯାଏ। ବାସ୍ତୁଶାସ୍ତ୍ରରେ ମଧ୍ୟ ପିତୃପୁରୁଷଙ୍କ ଆଶୀର୍ବାଦ ସମ୍ପର୍କରେ ଉଲ୍ଲେଖ କରାଯାଇଛି।
ବାସ୍ତୁଶାସ୍ତ୍ର ଅନୁସାରେ ପିତୃପୁରୁଷଙ୍କ ଫଟୋକୁ ଆମେ ଘରର ଏମିତି କିଛି ଜାଗାରେ ଲଗାଇଥାଉ, ଯାହା ପରିବାର ଉପରେ ନକାରାତ୍ମକ ପ୍ରଭାବ ପକାଏ। ତେବେ ଆସନ୍ତୁ ଜାଣିବା ଘରର କେଉଁ ଜାଗାରେ ପିତୃପୁରୁଷଙ୍କ ଫଟୋ ଲଗାଇବା ଉଚିତ ।

୧. ବାସ୍ତୁଶାସ୍ତ୍ର ଅନୁସାରେ, ଘରର ମଝି ଭାଗରେ ପିତୃପୁରୁଷଙ୍କ ଫଟୋ ଲଗାଇବା ଉଚିତ ନୁହେଁ । ଏହା ଦ୍ୱାରା ସେମାନଙ୍କୁ ଅସମ୍ମାନ ହୋଇଥାଏ, ଯାହାର କୁପ୍ରଭାବ ପରିବାର ଉପରେ ପଡ଼ିଥାଏ ଏବଂ ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ ।

୨. ବାସ୍ତୁଶାସ୍ତ୍ର ଅନୁସାରେ, ଘରର ଉତ୍ତର ଭାଗରେ ଗୋଟିଏ ସ୍ଥାନକୁ ସ୍ୱଚ୍ଛ ଓ ପବିତ୍ର କରି ପିତୃପୁରୁଷଙ୍କ ଫଟୋ ଲଗାନ୍ତୁ । ଏହା ସେମାନଙ୍କ ଆତ୍ମାକୁ ଶାନ୍ତି ଦେଇଥାଏ ଏବଂ ଏହାଦ୍ୱାରା ପୂର୍ବ ପୁରୁଷଙ୍କ ଆଶୀର୍ବାଦ ଆପଣଙ୍କୁ ମିଳିଥାଏ।

୩. ବିଶେଷ କରି ପୂଜା ଘରେ ପିତୃପୁରୁଷଙ୍କ ଫଟୋ ଲଗାନ୍ତୁ ନାହିଁ । ବାସ୍ତୁଶାସ୍ତ୍ର ଅନୁସାରେ, ପୂଜା ଘରେ ପିତୃପୁରୁଷଙ୍କ ଫଟୋ ଲଗାଇବା ଦ୍ଵାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ଓ ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳି ନ ଥାଏ ।

୪. ମନେ ରଖନ୍ତୁ, ବାସ୍ତୁ ଅନୁସାରେ ପିତୃପୁରୁଷଙ୍କ ଫଟୋକୁ ଧୂପ ଦୀପ ଦେଇ ପୂଜା କରନ୍ତୁ ନାହିଁ।



from Odisha Reporter http://bit.ly/2QOjOtn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages