
ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି କଦମ୍ବଗଡ଼ି ଗାଁରେ ହାତୀ ଉପଦ୍ରବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗାଁରେ ଭାସ୍କର ଚନ୍ଦ୍ର ରାଉତଙ୍କ ଖଳାରେ ହାତୀପଲ ପଶି ଧାନ ଫସଲ ଖାଇ ନଷ୍ଟ କରିଦେଇଛନ୍ତି। ଏହାସହ ତାଙ୍କ ବିଲରେ ଧାନ କଳେଇକୁ ମଧ୍ୟ ନଷ୍ଟ କରି ଦେଇଛନ୍ତି ହାତୀପଲ।
ସୂଚନାଯୋଗ୍ୟ, ଗତକାଲି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଲୋଧଣି ଗାଁରେ ଦନ୍ତା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ମର୍ଣ୍ଣିଂ ୱାକ୍ ପାଇଁ ଯାଇଥିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା।
from Odisha Reporter https://ift.tt/2QHOLyO
No comments:
Post a Comment