ନୂଆବର୍ଷରେ ସଲ୍‌ମାନ୍‌ ନିଜ ମା’ଙ୍କୁ ଦେବେ ଏହି ଉପହାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ନୂଆବର୍ଷରେ ସଲ୍‌ମାନ୍‌ ନିଜ ମା’ଙ୍କୁ ଦେବେ ଏହି ଉପହାର

ମୁମ୍ବାଇ: ବଲିଉଡ୍‌ର ସୁଲ୍‌ତାନ୍‌ ସଲ୍‌ମାନ୍‌ ଖାନ୍‌ ନିଜ ମା’ ସଲ୍‌ମାଙ୍କୁ ସବୁଠୁ ଅଧିକ ଭଲ ପାଆନ୍ତି। ସେ ତାଙ୍କ ମା’ଙ୍କର ସମସ୍ତ କଥାକୁ ମାନନ୍ତି। ଏମିତିରେ ସଲ୍‌ମା ନୂଆବର୍ଷରେ ସଲ୍‌ମାନ୍‌କୁ ଏକ ନୂଆ ଟାସ୍କ ଦେଇଛନ୍ତି, ଯାହାକୁ ପୂରା କରିବାକୁ ଜୋର୍‌ସୋର୍‌ରେ ଲାଗି ପଡ଼ିଛନ୍ତି ଭାଇଜାନ୍‌।

ନୂଆବର୍ଷରେ କ’ଣ କରୁଛନ୍ତି ବୋଲି ଗଣମାଧ୍ୟମର କିଛି ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ସଲମାନ୍‌ କହିଥିଲେ, ‘‘ମୋ ମା’ ମୋତେ ନୂଆବର୍ଷରେ କିଛି ଡିମାଣ୍ଡ୍‌ କରିଛନ୍ତି। ସେହି ଡିମାଣ୍ଡ୍‌କୁ ପୂରା କରିବାକୁ ମୁଁ ସଂକଳ୍ପ ନେଇଛି।’’

salman-khanମା’ଙ୍କ ଉକ୍ତ ଡିମାଣ୍ଡ ବିଷୟରେ ସଲ୍‌ମାନ୍‌ଙ୍କୁ ପଚରାଯିବାରୁ ସେ କହିଥିଲେ, ‘‘ମୋ ମା’ ମୋତେ ନୂଆବର୍ଷ ପ୍ଲାନିଂ ବିଷୟରେ ପଚାରିଥିଲେ। ସେମିତି କିଛି ପ୍ଲାନିଂ ନଥିବା ମୁଁ କହିଥିଲି। ତା’ପରେ ସେ ମୋତେ କହିଲେ, ଏବେ ଆଉ ଫୋର୍‌ ପ୍ୟାକ୍‌ ବଡ଼ିରେ କାମ ଚଳିବନି। ଏବେ ସିକ୍ସ ପ୍ୟାକ୍‌ ଆବ୍ସ ଦରକାର।’’
ଏହାପରେ ସଲ୍‌ମାନ୍‌ ମା’ଙ୍କର ଡିମାଣ୍ଡ୍‌ ପୂରା କରିବା ପାଇଁ ଲାଗି ପଡ଼ିଛନ୍ତି।

ସଲମାନ୍ କହିଛନ୍ତି, ‘‘ଏଥିପାଇଁ ମୁଁ ସକାଳେ ଓ ସନ୍ଧ୍ୟାରେ ଜିମ୍‌ ଯାଉଛନ୍ତି। ଗୋଟିଏ ଘଣ୍ଟା ଦୌଡ଼ୁଛି। ଏହାସହ ମୋ ଖାଇବାରେ ବି ଖୁବ୍‌ ଧ୍ୟାନ ଦେଉଛି। ମୋ ମା’ଙ୍କ କହିବା ଅନୁଯାୟୀ ସିକ୍ସ ପ୍ୟାକ୍‌ କରିବା ମୋ ପକ୍ଷ ଖୁବ୍‌ ସହଜ। ତେଣୁ ମୁଁ ନୂଆବର୍ଷରେ ମା’ଙ୍କୁ ସିକ୍ସ ପ୍ୟାକ୍‌ ଉପହାର ଦେବାକୁ ଚାହୁଁଛି।’’



from Odisha Reporter http://bit.ly/2ERJRZq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages